ଅଫର ଡିସକାଉଣ୍ଟ ପରେ ସପିଙ୍ଗରେ ପାଆନ୍ତୁ ୧୦ ହଜାର ପର୍ଯ୍ୟନ୍ତ କ୍ୟାସବ୍ୟାକ୍‌, ଫଲୋ କରନ୍ତୁ ଏହି ଟିପ୍ସ

ଆଜିର ସମୟରେ ଅନଲାଇନ୍‌ ସପିଙ୍ଗ୍‌ ବହୁତ ମାତ୍ରାରେ ବଢ଼ିଯାଇଛି। ଘରେ ବସି, ଆପଣ ଏହି ଇ-କମର୍ସ ୱେବସାଇଟରେ ବହୁତ ଶସ୍ତାରେ ନିଜର ଆବଶ୍ୟକ ଅନୁଯାୟୀ ଏବଂ ପସନ୍ଦ ମୁତାବକ ଜିନିଷ କିଣିପାରୁଛନ୍ତି। କିନ୍ତୁ ଅଫର କିମ୍ବା ଏକ୍ସଟ୍ରା ଡିସକାଉଣ୍ଟ ମିଳୁଥିଲେ ସପିଙ୍ଗର ଖୁସି ଦ୍ୱିଗୁଣା ହୋଇଯାଏ। ଆମେ ଅଫର ଏବଂ ଡିସକାଉଣ୍ଟରେ ଜିନିଷ କିଣିବା ପାଇଁ କଣ କରନ୍ତି ନା ପସନ୍ଦର ଜିନିଷକୁ ଓ୍ଵିସଲିଷ୍ଟରେ ରଖିଦିଅନ୍ତି ଆଉ ଯେତେବେଳେ ପ୍ରଡକ୍ଟର ପ୍ରାଇସ୍‌ କମେ ସେତେବେଳେ ଯାଇ କିଣନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ସାନଦାର ଟ୍ରିକ ବିଷୟରେ ଜଣାଇବୁ ଯାହାଦ୍ୱାରା ଆପଣ ନିଜ ଅନଲାଇନ୍‌ ସପିଙ୍ଗରେ ୧୦ ହଜାର ପର୍ଯ୍ୟନ୍ତ କ୍ୟାସବ୍ୟାକ୍‌ ପାଇପାରିବେ।

ଦେଶରେ ବର୍ତ୍ତମାନ ଅନେକ ଅନଲାଇନ୍‌ ସପିଙ୍ଗ ପ୍ଲାଟଫର୍ମସ ରହିଛି। ଯାହାକୁ ଲୋକମାନେ ଖାସ୍‌ କରି ୟୁଜ୍‌ କରୁଛନ୍ତି। ଏହି ପ୍ଲାଟଫର୍ମସ୍‌ ମଧ୍ୟରୁ ଆମାଜନ, ଫ୍ଲିପକାର୍ଟ, ମିନ୍ତ୍ରା ଏବଂ ମିଶୋ ଭଳି ନାମ ଅଧିକ ପପୁଲାର ରହିଛି। ଆଜି ଆମେ ଆପଣଙ୍କ କିଛି ଏମିତି କଥା ଜଣାଇବୁ ଯାହାଦ୍ୱାରା ଆପଣ ଏହି ସାଇଟସର ବେଷ୍ଟ ଅଫର୍ସ ସହିତ ଆଉ ଆଠ ରୁ ଦଶ ହଜାର ଟଙ୍କାର କ୍ୟାସବ୍ୟାକର ଫାଇଦା ଉଠାଇପାରିବେ।

ଫ୍ଲିପକାର୍ଟ ଠାରୁ ଆରମ୍ଭ କରି ଆମାଜନ ପର୍ଯ୍ୟନ୍ତ ଯେତେବେଳେ ଆପଣ ସପିଙ୍ଗ କରୁଛନ୍ତି ସେହି ସମୟରେ ଯଦି ଆପଣ ଅଫର ଏବଂ ଡିସକାଉଣ୍ଟ ପରେ ବି ଆଉ ୮- ୧୦ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍‌ ଚାହୁଁଛନ୍ତି ତାହେଲେ ଆମ ପାଖରେ ଆପଣଙ୍କ ପାଇଁ ଏକ ବହୁତ କମାଲ ଟ୍ରିକ ରହିଛି। ସପିଙ୍ଗ କରିବା ସମୟରେ, ନିଜର ଠିକଣା, ପେମେଣ୍ଟ ମେଥୋଡ ଆଦି ଏଣ୍ଟର କରିବା ପରେ ଆପଣଙ୍କୁ ଜିଏସଟି ଡିଟେଲ୍ସ ଭରିବାର ଅପ୍ସନ ଦିଆଯାଇଥାଏ। ଯଦି ଆପଣଙ୍କ ପାଖରେ ଜିଏସଟି ନମ୍ବର ଅଛି ତାହେଲେ ଜିଏସଟି ସମ୍ବଦ୍ଧୀୟ ସମସ୍ତ ଡିଟେଲ୍ସ ସେଠାରେ ଭରିଦିଅନ୍ତୁ। ଏହାପରେ ଆପଣଙ୍କୁ ଏକ ଭଲ ଅଫର ମିଳିଯିବ।

ଯଦି ଆପଣ ଭାବୁଛନ୍ତି ଜିଏସଟି ନମ୍ବର ଦେବା ପରେ ଆପଣଙ୍କୁ କଣ ଫାଇଦା ମିଳିବ ତାହେଲେ ଆମେ ଆପଣଙ୍କୁ କହିବାକ ଚାହିଁବୁ ଯେ ଏହିଭଳି ପ୍ରଡକ୍ଟକୁ କିଣିବା ଦ୍ୱାରା ପ୍ରାୟ ୨୮% ଆମାଉଣ୍ଟ କ୍ୟାସବ୍ୟାକ୍‌ ରୂପରେ ଆପଣଙ୍କୁ ଫେରସ୍ତ ମିଳିଯିବ ଯାହା ମ୍ୟାକ୍ସିମମ୍‌ କ୍ୟାସବ୍ୟାକ ଅଟେ। ଏହା ସମ୍ପୂର୍ଣ୍ଣ ଭାବେ ଆପଣଙ୍କ ପ୍ରଡକ୍ଟ ଉପରେ ନିର୍ଭର କରିଥାଏ ଯେ ଆପଣଙ୍କୁ କେତେ ଟଙ୍କା କ୍ୟାସବ୍ୟାକ୍‌ ଦିଆଯିବ। କିନ୍ତୁ ଏହା ଜରୁରୀ ଯେ ଆପଣଙ୍କ ପାଖରେ ଜିଏସଟି ନମ୍ବର ଯେପରି ଥିବ। ଏହା ଥିଲେ ଯାଇ ଆପଣ ଏହି ଡିଲର ଫାଇଦା ଉଠାଇପାରିବେ।

ଯଦି ଆପଣ ଏବେ ପର୍ଯ୍ୟନ୍ତ ଏହାକୁ ଟ୍ରାଏ କରି ଦେଖିନାହାଁନ୍ତି ତାହେଲେ ଆପଣ ବି ଏହି ଟ୍ରିକକୁ ଟ୍ରାଏ କରି ହଜାର ହଜାର ଟଙ୍କା ସଞ୍ଚୟ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.