୧୩୦ ଟଙ୍କାରେ ପାଇବେ ରିଲାଏନ୍ସ ଜିଓ, ଏୟାରଟେଲ୍ ଓ ଭୋଡାଫୋନର ଦମଦାର ପ୍ଲାନ୍, ଜାଣନ୍ତୁ କଣ ରହିଛି ଏହାର ସୁବିଧା

ଟେଲିକମ୍ କମ୍ପାନୀମାନେ ନିଜ ଗ୍ରାହକଙ୍କ ପାଇଁ ଗୋଟିଏ ପରେ ଗୋଟେ ଦମଦାର ପ୍ଲାନ୍ ଆଣୁଛନ୍ତି । ଗ୍ରାହକ ନିଜ ଆବଶ୍ୟକତା ଅନୁସାରେ ବଡ ବା ଛୋଟ ରିଚାର୍ଜ କରିଥାନ୍ତି । ରିଲାଏନ୍ସ ଜିଓ, ଏୟାରଟେଲ୍ ଓ ଭୋଡାଫୋନ୍-ଆଇଡିଆ ଭଳି ଟେଲିକମ୍ କମ୍ପାନୀମାନେ ନିଜ ଗ୍ରାହକଙ୍କ ପାଇଁ ଶସ୍ତା ପ୍ଲାନ୍ ଯୋଗାଇ ଦେବା ପାଇଁ ସବୁବେଳେ ନୂଆ ନୂଆ ପ୍ଲାନ୍ ଆଣିଥାନ୍ତି । କରୋନାକାଳରେ ୱର୍କ ଫ୍ରମ୍ ହୋମ୍ ବଢିଥିବାରୁ ଟେଲିକମ୍ କମ୍ପାନୀମାନେ ଗ୍ରାହକଙ୍କ ସୁବିଧା ପାଇଁ ଅନେକ ଶସ୍ତା ପ୍ଲାନ୍ ଯୋଗାଉଛନ୍ତି । ଅନେକ ପ୍ଲାନରେ ଫ୍ରି ମେସେଜ ସୁବିଧା ମିଳୁନି । ତେବେ ଆସନ୍ତୁ ଜାଣିବା ଏୟାରଟେଲ୍, ଜିଓ ଓ ଭୋଡାଫୋନ୍-ଆଇଡିଆର ୧୨୯ ଟଙ୍କିଆ ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ସମ୍ପର୍କରେ ।

ଏୟାରଟେଲର ୧୨୯ ଟଙ୍କିଆ ପ୍ଲାନ୍-

ଏୟାରଟେଲର ୧୨୯ ଟଙ୍କିଆ ପ୍ଲାନରେ ଗ୍ରାହକଙ୍କୁ ୨୪ ଦିନର ବୈଧତା ଦିଆଯାଉଛି । ଡାଟା ରୂପେ ଏଥିରେ ଗ୍ରାହକଙ୍କୁ ୧ ଜିବି ଡାଟା ଦିଆଯାଉଛି । ତେବେ ଏହି ଡାଟା ଡେଲି ମିଳେନି, ଏକାଥରେ କ୍ରେଡିଟ୍ କରାଯାଉଛି । ଏହା ବ୍ୟତୀତ ପ୍ଲାନରେ ଗ୍ରାହକଙ୍କୁ ସମସ୍ତ ନେଟୱର୍କରେ ଅନଲିମିଟେଡ୍ କଲିଂର ସୁବିଧା ଦିଆଯାଉଛି । ଏହି ପ୍ଲାନରେ ୩୦୦ ଫ୍ରି ଏସଏମଏସ୍ ମଧ୍ୟ ମିଳିବ । ଏତିକି ନୁହେଁ, ଏହି ପ୍ଲାନରେ ଆପଣଙ୍କୁ ପ୍ରାଇମ୍ ଭିଡିଓର ୩୦ ଦିନର ଫ୍ରି ଟ୍ରାଏଲ୍, Wynk Music ଓ Airtel Xstreamର ସବସ୍କ୍ରିପ୍ସନ ଓ ଫ୍ରି Hellotunes ଭଳି ଫାଇଦା ମିଳିବ ।

ଜିଓର ୧୨୯ ଟଙ୍କିଆ ପ୍ଲାନ-

ରିଲାଏନ୍ସ ଜିଓ ପାଖରେ ମଧ୍ୟ ୧୨୯ ଟଙ୍କିଆ ପ୍ଲାନ୍ ଅଛି । ଏହି ପ୍ଲାନର ବୈଧତା ୨୮ ଦିନ । ଏହାର ବୈଧତା ଏୟାରଟେଲ୍ ତୁଳନାରେ ୪ ଦିନ ଅଧିକ । ଏଥିରେ ଗ୍ରାହକଙ୍କୁ ସମୁଦାୟ ୨ ଜିବି ଡାଟା ଦିଆଯାଏ । ଏହା ସହିତ ଆପଣଙ୍କୁ କୌଣସି ବି ନେଟୱର୍କରେ ଅନଲିମିଟେଡ୍ କଲିଂର ସୁବିଧା ଯୋଗାଇ ଦିଆଯାଏ । ୩୦୦ ଏସଏମଏସର ଫ୍ରି ସୁବିଧା ମଧ୍ୟ ଦେଉଛି କମ୍ପାନୀ । ଏହା ବ୍ୟତୀତ ଜିଓ ଟିଭି, ଜିଓସିନେମା, ଜିଓ ନ୍ୟୁଜ ଆଦି ଆପ୍ସର ସବସ୍କ୍ରିପ୍ସନ ମଧ୍ୟ ଫ୍ରି ମିଳିବ ।

ଭୋଡାଫୋନ୍ ଆଇଡିଆର ୧୨୯ ଟଙ୍କିଆ ପ୍ଲାନ-

ଭୋଡାଫୋନ୍-ଆଇଡିଆ(Vi)ର ପ୍ଲାନର ବୈଧତା ୨୪ ଦିନ । ଏହି ପ୍ଲାନରେ ମଧ୍ୟ ଜିଓ ଭଳି ସମୁଦାୟ ୨ ଜିବି ଡାଟା ମିଳିଥାଏ । ଏହି ପ୍ଲାନରେ ମଧ୍ୟ ସମସ୍ତ ନେଟୱର୍କରେ ଅନଲିମିଟେଡ୍ କଲିଂର ସୁବିଧା ମିଳିଥାଏ । ଏହା ବ୍ୟତୀତ ଆପଣଙ୍କୁ ସମୁଦାୟ ୩୦୦ ଫ୍ରି ଏସଏମଏସ୍ ମିଳିବ । ଭୋଡାଫୋନ୍-ଆଇଡିଆ ନିଜ ୧୨୯ ଟଙ୍କିଆ ପ୍ରିପେଡ୍ ରିଚାର୍ଜ ପ୍ଲାନରେ କୌଣସି ଓଟିଟି ପ୍ଲାଟଫର୍ମ ବା ଆପ୍ସର ସବସ୍କ୍ରିପ୍ସନ ଦେଉନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.