Below header

ମାତ୍ର ୯୯୯ ଟଙ୍କାରେ ମିଳୁଛି ଶାନଦାର ଫିଟନେସ ବ୍ଯାଣ୍ଡ, ରହିଛି ହାର୍ଟରେଟ ସେନ୍ସର ଏବଂ ବଢିଆ ଡିସପ୍ଲେ

ଭାରତରେ ବଜେଟ୍ ଫିଟନେସ୍ ବ୍ୟାଣ୍ଡ ବହୁତ ଲୋକପ୍ରିୟ । ଯଦି ଆପଣ ଏକ ଶସ୍ତା ଫିଟନେସ୍ ବ୍ୟାଣ୍ଡ କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ମାତ୍ର ୯୯୯ ଟଙ୍କାରେ ଫିଟନେସ ବ୍ଯାଣ୍ଡ କିଣିପାରିବେ। ରିଅଲ ଫିଟନେସ ବ୍ଯାଣ୍ଡ ଆଣିଛି ଯାହାର ମୂଲ୍ଯ ହଜାର ଟଙ୍କାରୁ କମ୍ ରହିଛି।

ଏହି ରିଅଲ୍ ଫିଟନେସ୍ ବ୍ୟାଣ୍ଡକୁ କେବଳ ୯୯୯ ଟଙ୍କାରେ ଅନଲାଇନରେ କିଣିପାରିବେ । ଏହାର ପ୍ରକ୍ତ ମୂଲ୍ୟ ହେଉଛି ୨,୯୯୯ଟଙ୍କା । କିନ୍ତୁ ଆପଣ ଏହାକୁ ଟାଟା କ୍ଲିକ୍ ରେ ୯୯୯ ଟଙ୍କାରେ କିଣି ପାରିବେ । ଏହି ଫିଟନେସ୍ ବ୍ୟାଣ୍ଡରେ ଅତ୍ୟାବଶ୍ୟକ ଫିଚର ଯେପରିକି ରିଅଲ୍ ଟାଇମ୍ ହାର୍ଟ ରେଟ୍ ମନିଟର, ଶୋଇବା କ୍ବିଇଟି ମନିଟର ଦିଆଯାଇଛି।

band

ରିଅଲ ମିର ଏହି ଫିଟନେସ୍ ବ୍ୟାଣ୍ଡରେ ୨.୪ ଇଞ୍ଚ କଲର ଡିସପ୍ଲେ ଏବଂ ଟଚ୍ ବଟନ୍ ରହିଛି। ଏହି ବ୍ୟାଣ୍ଡରେ ୯ ଟି ସ୍ପୋଟର୍ସ ମୋଡ୍ ଅଛି । ମୋବାଇଲ୍ ସହିତ ଏହା ସଂଯୋଗ ହୋଇପାରିବ । ବିଜ୍ଞପ୍ତି, କଲ୍, ଏସଏମଏସ ଏବଂ ହ୍ବାଟସଆପ୍ ନୋଟିଫିକେସନ ମିଳିବ।

ରିଅଲ୍ ମିର ଏହି ବ୍ୟାଣ୍ଡର ପ୍ରଦର୍ଶନ ରଙ୍ଗୀନ ଏବଂ ଏଥିରେ ୬୫,୦୦ କଲର୍ସ ସପୋର୍ଟ ରହିଛି। ଏହାସହିତ ଏଥିରେ ଦିଆଯାଇଥିବା ହୃଦସ୍ପନ୍ଦନ ସେନସର ପ୍ରତି ୫ ମିନିଟରେ ହୃଦସ୍ପନ୍ଦନକୁ ମୁଖ୍ୟ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.