Below header

କଲ୍ ରେକର୍ଡିଂ ହେଉଥିବା ସମସ୍ତ ଆଣ୍ଡ୍ରଏଡ୍ ଆପକୁ ବ୍ୟାନ୍ କଲା ଗୁଗୁଲ୍ ,ଏହି ସବୁ ସ୍ମାର୍ଟ ଫୋନରେ ହିଁ ରହିବ ରେକର୍ଡ ସୁବିଧା

ଗତ ମାସରେ ଗୁଗୁଲ ଘୋଷଣା କରିଥିଲା ​​ଯେ ପ୍ଲେ ଷ୍ଟୋରରୁ ସମସ୍ତ କଲ୍ ରେକର୍ଡିଂ ଆପ୍ କୁ ବ୍ୟାନ୍ କରିବାକୁ ଯାଉଛି । ଏହି ପ୍ଲେ ଷ୍ଟୋର ପଲିସି ଅନୁଯାୟୀ ଆଜି ଠାରୁ ପ୍ଲେ ଷ୍ଟୋରରେ କୌଣସି ପ୍ରକାର କଲ୍ ରେକର୍ଡିଂ ଆପ୍ ଉପଲବ୍ଧ ହେବ ନାହିଁ ବୋଲି ଗୁଗୁଲ ତରଫରୁ ଘୋଷଣା କରାଯାଇଛି । ତେବେ ଯେଉଁ ଫୋନରେ ରେକର୍ଡିଂ ସୁବିଧା ଅଛି, ସେ ଫୋନରେ ୟୁଜର୍ସ ଏହାର ବ୍ୟବହାର କରିପାରିବେ ବୋଲି କୁହାଯାଇଛି ।

ଗୁଗୁଲ କଲ୍ ରେକର୍ଡିଂ ଆପ୍ ଜଣେ ୟୁଜର୍ସଙ୍କର ବ୍ୟକ୍ତିଗତ ଗୋପନୀୟତାକୁ ଉଲ୍ଲଙ୍ଘନ କରିଥାଏ । ଏହି କାରଣରୁ ପ୍ଲେ ଷ୍ଟୋରରୁ ଏହି ସବୁ ଆପକୁ ଏବେ ବ୍ୟାନ୍ କରି ଦିଆଯାଇଛି । ଯେତେବେଳେ ଗୁଗୁଲର ଡାୟଲର୍ ଆପରୁ ଏକ କଲ୍ ରେକର୍ଡ ହୁଏ, ଏହା ଉଭୟ ପାର୍ଶ୍ୱରେ ଥିବା ଉପଭୋକ୍ତାମାନଙ୍କୁ ଜଣାଯାଏ। ଏହି କାରଣରୁ ପ୍ଲେ ଷ୍ଟୋରରୁ ଏହି ସବୁ ଆପକୁ ଏବେ ବ୍ୟାନ୍ କରି ଦିଆଯାଇଛି ।

ତେବେ ଗୁଗୁଲ ତରଫରୁ ଏହା ମଧ୍ୟ ସ୍ପଷ୍ଟୀକରଣ ରଖାଯାଇଛି ଯେ, ଯଦି ଆପଣଙ୍କ ଫୋନରେ କଲ୍ ରେକର୍ଡିଂ ସୁବିଧା ଇନ୍ ବିଲ୍ଡ୍ ଅଛି ତେବେ ଆପଣଙ୍କୁ କଲ୍ ରେକର୍ଡ କରିବାରେ କୌଣସି ଅସୁବିଧା ହେବ ନାହିଁ । ଏହି ଘୋଷଣା ପରେ ଟ୍ରୁ କଲର୍ ମଧ୍ୟ ନିଜ ଆପରୁ ରେକର୍ଡିଂ ଫିଚର ହଟେଇବାକୁ ଘୋଷଣା କରିଥିଲା । ଅର୍ଥାତ, ଟ୍ରୁ କଲର୍ ସାହାଯ୍ୟରେ ୟୁଜର୍ସମାନେ ଏବେ ଆଉ କଲ୍ ରେକର୍ଡିଂ କରିପାରିବେ ନାହିଁ ।

ନୂତନ ଗୁଗୁଲ୍ ପ୍ଲେ ଷ୍ଟୋର ପଲିସି ଅନୁଯାୟୀ କମ୍ପାନୀ କୌଣସି ତୃତୀୟ ପକ୍ଷ ଆପକୁ ଆଣ୍ଡ୍ରଏଡ୍ ଫୋନରେ ଗୁଗୁଲର ଆକ୍ସେସିବିଲିଟି API ବ୍ୟବହାର କରିବାକୁ ଅନୁମତି ଦେବ ନାହିଁ। ଏହା ସହିତ କଲ୍ ରେକର୍ଡର୍ ଆପ୍ କାମ କରିବ ନାହିଁ। କମ୍ପାନୀ ଡିଫଲ୍ଟ ଭାବରେ ଆଣ୍ଡ୍ରଏଡ୍ ୧୦ ରେ କଲ୍ ରେକର୍ଡିଂ ଫିଚରକୁ ଅକ୍ଷମ କରିଥିଲା।

ଯେଉଁ କାରଣରୁ କଲ୍ ରେକର୍ଡିଂ ଆପ୍ ଫୋନ୍ ର ଆକ୍ସେସିବିଲିଟି API ବ୍ୟବହାର କରି କଲ୍ ରେକର୍ଡିଂ ଆରମ୍ଭ କଲା। ଏହି କାରଣରୁ ଆପ୍ ରେ ଅତ୍ୟାବଶ୍ୟକ ଜିନିଷଗୁଡିକର ଏଣ୍ଟ୍ରି କଲା ଅନେକ ଡେଭଲପର୍ମାନେ ଏହାର ଭୁଲ ଫାଇଦା ଉଠାଉଥିଲେ । ଏହା ଦେଖି ଗୁଗୁଲ୍ ପଲିସି ବଦଳାଇଲା । ବର୍ତ୍ତମାନ କଲ୍ ରେକର୍ଡିଂ ଆପ୍ କୁ ଆଉ ଆକ୍ସେସିବିଲିଟି API ଏକ୍ସିସ ଦିଆଯିବ ନାହିଁ। ଯେଉଁଥିପାଇଁ କଲ୍ ରେକର୍ଡିଂ କରାଯାଇପାରିବ ନାହିଁ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.