Google chromeର ୫ ଟି ସୁରକ୍ଷା କବଚ, ଜାଣି ରଖନ୍ତୁ ପ୍ରତ୍ୟେକ ଉପଭୋକ୍ତା

Google  କମ୍ପାନୀ ନିଜ କ୍ରୋମ ବ୍ରାଉଜର ସୁରକ୍ଷିତ ବ୍ୟବହାର ନେଇ ଏକ ନୂଆ ପ୍ରକ୍ରିୟାର ଆରମ୍ଭ କରିଛନ୍ତି । ଏହି ନୂଆ ସଂସ୍କରଣକୁ chrome 79  ବୋଲି ମଧ୍ୟ କୁହାଯାଉଛି । ଏହି ନୂଆ ସଂସ୍କରଣଟି ବିଶେଷ ଭାବେ ବିନଡୋଜ, ମ୍ୟାକ , କ୍ରୋମ ଓଏସ , ଏଣ୍ଡ୍ରଏଡ଼ ଓ ଆଇଓଏସ ପରି ପ୍ଲାଟଫର୍ମ ଗୁଡିକୁ ବ୍ୟବହାର କରୁଥିବା ଉପଭୋକ୍ତା ମାନଙ୍କ ପାଇଁ ହିଁ ଆରମ୍ଭ କରାଯାଇଛି । ନିଜ ଡାଟାର ସୁରକ୍ଷା ନେଇ ଅନେକେ ଚିନ୍ତିତ ଥିଲେ ମଧ୍ୟ ଡାଟା ସୁରକ୍ଷା ନେଇ କଣ କଣ ପଦକ୍ଷେପ ନିଆଯାଇପାରିବ ସେ ବିଷୟରେ ଅନେକେ ଜାଣି ନଥାନ୍ତି । ଆଜି ଆମେ ଆପଣଙ୍କୁ ଏବିଷୟରେ କିଛି ଟିପ୍ସ ଦେବାକୁ ଯାଉଛୁ ।

– Google  କମ୍ପାନୀ ତରଫରୁ ଚେତାବନୀ ଦିଆଯାଇଛିକି ଯଦି ଆପଣ କୌଣସି ୱେବସାଇଟକୁ ସାଇନ ଅପ କରୁଛନ୍ତି ତେବେ ନିଜର ଏକ ଗୋପନ ପାସୱାର୍ଡ ବ୍ୟବହାର କରନ୍ତୁ । ନିକଟରେ ହିଁ କମ୍ପାନୀ ତରଫରୁ ଗ୍ରାହକଙ୍କ ସୁରକ୍ଷା ପାଇଁ ହିଁ ଏକ ନୂଆ ପାସୱାର୍ଡ ଚେକଅପ ବ୍ୟବସ୍ଥା ଆରମ୍ଭ କରାଯାଇଛି ।

google chrome

 

– କମ୍ପାନୀ ଏବେ ୱେବସାଇଟ ମାନଙ୍କୁ ପୂର୍ବାନୂମାନିତ ଫିସିଙ୍ଗ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରୁଛି ଯାହା ସାହାଯ୍ୟରେ କୌଣସି ଫିସିଂକୁ ଟ୍ରିଗର କରାଯାଇପାରିବ । ଏହା ସହ କମ୍ପାନୀ ତରଫରୁ ଦାବି କରାଯାଇଛିକି ଏହି ପ୍ରଣାଳୀ ମାଧ୍ୟମରେ ଡେସ୍କଟପକୁ ଫିସିଂ ସୁରକ୍ଷା ପ୍ରଦାନ କରାଯାଇପାରିବ ।ଯାହାର ଉପଯୋଗ କରି ୟୁଜର୍ସ ମାନେ ନିଜ ବ୍ରାଉଜିଙ୍ଗ ସେଟିଙ୍ଗକୁ ସକ୍ଷମ କରି ଏହାର ଲାଭ ଉଠାଇପାରିବେ ।

– ସାଧାରଣତଃ ଉପଯୋଗକାରୀଙ୍କ କମ୍ପୁଟର ଡିଭାଇସ ଉପରେ ବୁକମାର୍କ ବା ବ୍ରାଉଜିଙ୍ଗ ଇତିହାସ ସହ ଆସିଥାଏ । ଯଦି ସିଙ୍କ ହୁଏ ତେବେ ଡାଟା ଲିକ ହେବାର ସମ୍ଭାବନା ଥାଏ । ତେଣୁ ନିଜ ଡିଭାଇସର ସିକିଙ୍ଗକୁ ପ୍ରଥମେ ଅକ୍ଷମ କରିବା ନିହାତି ଜରୁରୀ ଅଟେ । ତେବେ ଜାଣନ୍ତୁ କେଉଁ ଉପାୟରେ କରିବେ ସିକିଙ୍ଗ

୧. ଗୁଗଲ କ୍ରୋମର ଶୀର୍ଷରେ ଦିଆଯାଇଥିବା ୩ ବିନ୍ଦୁ ଉପରେ ପ୍ରଥମେ କ୍ଲିକ କରନ୍ତୁ

୨. ଏବେ ନିଜ ସେଟିଙ୍ଗକୁ ଯାଆନ୍ତୁ

୩. ଏବେ ଶୂଚିରୁ ଲୋକଙ୍କ ଚୟନ କରନ୍ତୁ

୪. ଏବେ ସିନ୍କ କରିବା ପାଇଁ ଟରୋଗଲ କରନ୍ତୁ

google chrome
ଯଦି କୌଣସି ବ୍ୟକ୍ତି କୌଣସି ଉପକରଣର ବ୍ୟବହାର କରୁଛନ୍ତି ଓ ସେହିଥିରେ ଡାଟା ସିଙ୍କର ବ୍ୟବସ୍ଥା ଅଛି ତେବେ ସିଙ୍କ କରିବା ବିକଳ୍ପକୁ ଅକ୍ଷମ କରିବା ବଦଳରେ ଉପଯୋଗକାରି ମାନେ ସମସ୍ତ ଡାଟା ଗୁଡିକୁ ପାସ ଫ୍ରେଜ କରିବା ସହ ଏନକ୍ରିପଟ କରାଇନିଅନ୍ତୁ ।

– ନୂଆ ସଂସ୍କରଣ ସହ ଯେଉଁ ନୂଆ ସୁବିଧାର ଆରମ୍ଭ କରାଯାଇଛି ତାହା ସେହି ଖାତାର ପ୍ରୋଫାଇଲ ଚିତ୍ରକୁ ଦର୍ଶାଇଥାଏ । ଏବେ ଏହାକୁ ସ୍ବିଚ କରାଇ ଦିଅନ୍ତୁ । ଟ୍ୟାବ ଫ୍ରୀଜିଙ୍ଗ, ବ୍ୟାଙ୍କ ଫରୱାର୍ଡ଼ କ୍ୟାସିଙ୍ଗ ମେକାନିଯମକୁ ଲୋଡ଼ କରିବା ପାଇଁ ଏଚଟିଟିପ୍ସ ସାଇଟ ଗୁଡିକୁ ପ୍ରତିବନ୍ଧିତ କରିବା ପାଇଁ ଏହାକୁ ଅନ୍ୟ ସୁବିଧା ସହ ଯୋଡ଼ା ଯାଇଛି । ଏହାଦ୍ୱାରା ବ୍ୟକ୍ତି ସୁନିଶ୍ଚିତ ହୋଇପାରିବେ କି କୌଣସି ଡାଟା ଲିକ ହୋଇନାହିଁ ।

– ସୁରକ୍ଷିତ ବ୍ରାଉଜିଙ୍ଗ ବ୍ୟବସ୍ଥା ଆପଣଙ୍କ ବ୍ରାଉଜରରେ ଅସୁରକ୍ଷିତ ସାଇଟ ଗୁଡିକ ଖୋଲିବାରୁ ମଧ୍ୟ ସୁରକ୍ଷା ଦେଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.