Below header

ଏବେ ବାୟୋମେଟ୍ରିକ୍‌ କାର୍ଡ ଦ୍ୱାରା ବିମାନ ବନ୍ଦରରେ ଏଣ୍ଟ୍ରି କରିବେ କର୍ମଚାରୀ

ନୂଆଦିଲ୍ଲୀ: ବିମାନ ବନ୍ଦରର ସୁରକ୍ଷା ପାଇଁ ଦେଶରେ ବଡ ନିଷ୍ପତି ନେବା ସହ ନଗର ଉନ୍ନୟନ ମନ୍ତ୍ରାଳୟ ବିମାନ ବନ୍ଦରରେ କାମ କରୁଥିବା କର୍ମଚାରୀମାନଙ୍କ ପାଇଁ ବାୟୋମେଟ୍ରିକ୍‌ ଆଧାରିତ ଏଣ୍ଟ୍ରି ପାସ୍‌ ଜରିବାର ନିୟମ ଆଜି ଠାରୁ ଆରମ୍ଭ ହୋଇଛି। ନଗର ଉନ୍ନୟନ ମନ୍ତ୍ରୀ ହରଦୀପ୍‌ ସିଂହ ପୁରୀ ଏହାର ଶୁଭାରମ୍ଭ କରିଛନ୍ତି।

ସୂଚନା ମୁତାବକ ଏହି ସୁରକ୍ଷା ମାଧ୍ୟମରେ କର୍ମଚାରୀମାନଙ୍କୁ ଚିପ୍‌ ଆଧାରିତ ସ୍ମାର୍ଟ ଏଣ୍ଟ୍ରି ପାସ୍‌ ଦିଆଯିବ, ଯାହାଦ୍ୱାରା କର୍ମଚାରୀମାନଙ୍କ ବାୟୋମେଟ୍ରିକ୍‌ ବିବରଣୀ ରହିଥିବ। ଗୋଟିଏ କାର୍ଡ ପାଇଁ ୨୨୫ଟଙ୍କା ଖର୍ଚ୍ଚ ହେବ। ନଗର ଉନ୍ନୟନ ସଚିବ ପ୍ରଦୀପ ସିଂହ ଖରେଲାଙ୍କ କହିବାନୁଯାୟୀ ଆସନ୍ତା ୨୦୨୦ ବର୍ଷ ଶେଷ ସୁଦ୍ଧା ବାୟୋମେଟ୍ରିକ୍‌ ପାସ୍‌ ଜାରି ହେବାର କାର୍ଯ୍ୟ ଶେଷ ହୋଇଯିବ।

fingerprint-scannersଦେଶର ସମସ୍ତ ବିମାନ ବନ୍ଦରରେ କାମ କରୁଥିବା ତିନି ଲକ୍ଷ କର୍ମଚାରୀଙ୍କୁ ନୂଆ କାର୍ଡ ଜାରି କରାଯିବ। ଏହାଦ୍ୱାରା କର୍ମଚାରୀଙ୍କ ପ୍ରବେଶ ସମୟ ଧାର୍ଯ୍ୟ ହୋଇଯିବ। ଏଥିସହ ଏଣ୍ଟ୍ରି ପାସ୍‌ର ସମୟ ସୀମା ୧ ବର୍ଷରୁ ବଢାଯାଇ ୩ ବର୍ଷ କରାଯାଇଛି। ଏହାଦ୍ୱାରା କୌଣସି କର୍ମଚାରୀଙ୍କୁ ପ୍ରତିବନ୍ଧିତ କରିବା ସ୍ଥିତିରେ ସେହି ବ୍ୟକ୍ତିଙ୍କ ପ୍ରବେଶ ରୋକିବା ମଧ୍ୟ ସହଜ ହୋଇଯିବ। ଏହାଦ୍ୱାରା ବ୍ୟୁରୋର ଅଧିକରୁ ଅଧିକ କାମ ଡିଜିଟାଲକରଣ ହୋଇପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.