Below header

ଏବେ ମୋବାଇଲ ଫୋନ୍‌ ମାଧ୍ୟମରେ ଚାକିରି ଦେବ Google, ଲଞ୍ଚ୍‌ କଲା ଏହି ନୂଆ ଆପ୍‌

କରୋନା ମହାମାରୀ ନିଜ ସହ ମାନ୍ଦାବସ୍ଥାକୁ ମଧ୍ୟ ନେଇ ଆସିଛି। ଏହି ମାନ୍ଦାବସ୍ଥା ଯୋଗୁ କେତେକ କମ୍ପାନୀରେ ତାଲା ଝୁଲିଥିବା ବେଳେ ବଡ଼ ବଡ଼ କମ୍ପାନୀଗୁଡ଼ିକ ନିଜ କର୍ମଚାରୀଙ୍କୁ ଚାକିରିରୁ ବିଦା କରୁଛନ୍ତି। ଏଭଳି ସ୍ଥିତିରେ ଲୋକମାନେ ଚାକିରି ସନ୍ଧାନରେ ୱେବ୍‌ସାଇଟ୍‌ ଓ ଇଣ୍ଟରନେଟର ସାହାଯ୍ୟ ନେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଗୁଗଲ ନୂଆ ଯୋଜନା ପ୍ରସ୍ତୁତ କରିଛି। ଏହା ମାଧ୍ୟମରେ ୟୁଜର୍ସଙ୍କୁ ଫୋନ୍‌ ହିଁ ଚାକିରି ମିଳିବ।

ଏହି ଯୋଜନାରେ ଗୁଗଲ ଭାରତରେ ଏକ ନୂଆ ମୋବାଇଲ ଆପ୍ଲିକେସନ୍‌ ଲଞ୍ଚ୍‌ କରିଛି। ଏଥିରେ ଲୋକମାନେ ନିଜ ମନପସନ୍ଦର ଚାକିରି ଖୋଜିପାରିବେ। ଏହା ଆପ୍‌ର ନାଁ ରହିଛି କୋରମୋ ଜବ୍‌ସ। ସୂଚନାଯୋଗ୍ୟ ଯେ ଏହି ଆପ୍‌ ଗତ ବର୍ଷ ଲଞ୍ଚ୍‌ କରାଯାଇଥିଲା। ୨୦୧୯ ପର୍ଯ୍ୟନ୍ତ ଗୁଗଲ ପ୍ଲେ ଷ୍ଟୋରରେ ଏହି ଆପ୍‌ ସ୍ପଟ୍‌ ନାଁରେ ଉପଲବ୍ଧ ଥିଲା। କିନ୍ତୁ ଗୁଗଲ ଏବେ ଏହାକୁ ରିବ୍ରାଣ୍ଡ କରି ନୂଆ ନାଁ ଓ ଫିଚର ସହ ଲଞ୍ଚ୍‌ କରିଛି।

google2

ପ୍ରକାଶ ଯେ ଏହି ମୋବାଇଲ ଆପ୍‌ରେ ବହୁ ସଂଖ୍ୟାରେ ଚାକିରି ଖୋଜୁଥିବା ଲୋକ ଓ କର୍ମଚାରୀଙ୍କୁ ଖୋଜୁଥିବା ବିଭିନ୍ନ କମ୍ପାନୀ ଆକ୍ଟିଭ୍‌ ଅଛନ୍ତି। କୋଭିଡ୍‌-୧୯ ସ୍ଥିତିରେ ଅଧିକାଂଶ ଲୋକ ଚାକିରି ଖୋଜୁଥିବା ବେଳେ ଏହି ଆପ୍‌ ସେମାନଙ୍କୁ ବେଶ୍‌ ସହାୟକ ହେବ ବୋଲି ଗୁଗଲ ତରଫରୁ କୁହାଯାଇଛି। ଏହି ଆପ୍‌ରେ ଲୋକମାନେ ଘରେ ବସି ଇଣ୍ଟରଭ୍ୟୁ ଦେଇ ଚାକିରି ପାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.