ଘାତକ ହେଉଛି ମୋବାଇଲର ଅତ୍ୟଧିକ ବ୍ୟବହାର, ଯୁବପିଢିଙ୍କ ମୁଣ୍ଡରୁ ବାହାରୁଛି ଶିଙ୍ଗ !

ପାଠ ହେଉ ଅବା କାମ । ସପିଙ୍ଗ୍ ହେଉ ବା ଡେଟିଙ୍ଗ୍ । ସମ୍ପର୍କୀୟ ଯେତେ ଦୂରରେ ଥାଆନ୍ତୁ ନା କାହିଁକି ସମ୍ପର୍କକୁ ମଜଭୁତ କରି ରଖିଛି ମୋବାଇଲ୍ । ମୋବାଇଲର ଗୋଟିଏ ବଟନ୍, ଆପଣଙ୍କ କଥାକୁ ପହଞ୍ଚାଇଦିଏ ଦରିଆ ପାରିରେ ଥିବା ଆପଣଙ୍କ ପ୍ରିୟଜନଙ୍କ ନିକଟରେ । ଜୀବନର ଏକ ଅଭିନ୍ନ ଅଙ୍ଗ ପାଲଟିଯାଇଛି ମୋବାଇଲ୍ । ବଡ଼ ବଡ଼ ସମସ୍ୟା ମଧ୍ୟ ସମାଧାନ କରିପାରୁଛି ଗୋଟିଏ ଛୋଟ ମୋବାଇଲ୍ ।

ମୋବାଇଲ୍ ଆସିବା ପରେ ଯେ ଆମ ଜୀବନ ଶୈଳୀ ସବୁ କିଛି ବଦଳିଯାଇଛି ଏକଥା ତ ସମସ୍ତେ ଜାଣନ୍ତି । କିନ୍ତୁ ଯେଉଁକଥା ଆମକୁ ଜଣା ନାହିଁ ତାହା ହେଉଛି କେବଳ ଜୀବନ ନୁହେଁ ଆମ ଶରୀରର ଅସ୍ଥି, କଙ୍କାଳକୁ ମଧ୍ୟ ବଦଳାଉଛି ଏହି ଛୋଟ ମୋବାଇଲ୍ । ମୋବାଇଲର ଅତ୍ୟଧିକ ବ୍ୟବହାର ଯୋଗୁଁ ଯୁବପିଢିଙ୍କ ମସ୍ତିଷ୍କରେ ଉଠୁଛି ଶିଙ୍ଗ । ବିଶ୍ୱାସ ହେଉନାହିଁ ନା ? ତେବେ ଏକଥା ସ୍ପଷ୍ଟ ହୋଇଛି ଗବେଷଣାରୁ ।

ଏହି ରିସର୍ଚ୍ଚରୁ ଜଣା ପଡିଛି, ମୋବାଇଲରେ କଥା ହେବା ସମୟରେ ବ୍ୟକ୍ତି ନିଜ ମୁଣ୍ଡକୁ ଗୋଟିଏ ପଟକୁ ନୁଆଁଇ ଥାନ୍ତି । ଯାହା ଫଳରେ ମସ୍ତିଷ୍କ ପଛ ପଟେ ଏକ ଶିଙ୍ଗ ଧୀରେ ଧୀରେ ବିକଶିତ ହୋଇଥାଏ । ଖାସ୍ କରି ଘଣ୍ଟା ଘଣ୍ଟା ଧରି ମୋବାଇଲରେ କଥା ହେଉଥିବା ୧୮ରୁ ୩୦ ବର୍ଷ ବୟସର ଯୁବପିଢି ହେଉଛନ୍ତି ଏହାର ଶିକାର ।

mobile skull
ଗବେଷଣାରୁ ଜଣାପଡ଼ିଛି ଯେ ଅଧିକ ସମୟ ଧରି ମୋବାଇଲ୍‌ରେ କଥା ହେଲେ ମେରୁଦଣ୍ଡ ଉପରୁ ମୁଣ୍ଡର ଓଜନ ମୁଣ୍ଡର ପଛପଟେ ଥିବା ମାଂସପେଶୀ ଉପରକୁ ଚାଲି ଆସେ । ଆମ ମୁଣ୍ଡର ଓଜନ ପ୍ରାୟ ସାଢେ ଚାରି କିଲୋଗ୍ରାମ୍ ଅର୍ଥାତ୍ ଏକ ତରଭୁଜ ପରି । ସାଧାରଣତଃ ମୋବାଇଲ୍ ବ୍ୟବହାର କରିବା ସମୟରେ ଲୋକମାନେ ନିଜ ମୁଣ୍ଡକୁ ଲଗାତାର ଆଗକୁ କିମ୍ବା ପଛକୁ ହଲାଇଥାନ୍ତି । ଯାହା ଫଳରେ ବେକ ତଳେ ଥିବା ମାଂସପେଶୀ ଟାଣି ହୋଇ ହାଡ଼ ଧୀରେ ଧୀରେ ବାହାରକୁ ବାହାରିଥାଏ । ଧୀରେ ଧୀରେ ଏହି ହାଡ଼ ବେକର ଠିକ୍ ଉପରେ ମସ୍ତିଷ୍କ ନିକଟରେ ଶିଙ୍ଗରେ ପରିଣତ ହେବାକୁ ଲାଗେ ।

ମୁଣ୍ଡରେ ଅଧିକ ଚାପ ପଡିବା ଯୋଗୁଁ ଏପରି ହୋଇଥାଏ ବୋଲି ରିସର୍ଚ୍ଚରୁ ହୋଇଛି ଖୁଲାସା । ତେଣୁ ସାବଧାନ୍‌, ଯେତିକି ଆବଶ୍ୟକ ସେତିକି ସମୟ ଧରି ମୋବାଇଲ୍‌ରେ କଥା ହୁଅନ୍ତୁ । ନଚେତ୍‌ ଏମିତି କିଛି ଆଚମ୍ବିତ କଥା ବି ଘଟି ପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.