ଯଦି ଆପଣଙ୍କୁ ଟ୍ଵିଟରରେ କୌଣସି ଭିଡ଼ିଓ ପସନ୍ଦ ଆସିଯାଏ, ତେବେ ଏପରି କରନ୍ତୁ ଫୋନ ଗ୍ୟାଲେରୀରେ ସେଭ୍
ଟ୍ଵିଟର ସହ କେତେକ ସୋସିଆଲ ମିଡିଆ ପ୍ଲାଟଫର୍ମ ଭିଡ଼ିଓକୁ ଫୋନ୍ରେ ସିଧାସଳଖ ସେଭ ହେବାର ଅପସନ୍ ଦେଇନଥାଏ । ଏଥିରେ ଆସୁଥିବା ଅନେକ ଭିଡ଼ିଓ ଆମର ପସନ୍ଦ ହେଲେ ବି ଆମେ ଏହାକୁ ଡାଉନଲୋଡ କରିପାରୁନେ । କିମ୍ବା ସିଧାସଳଖ ଫୋନ ଗ୍ୟାଲେରୀରେ ସେଭ କରିପାରୁନେ । ତବେ କେମିତି ଏହି ଭିଡିଓକୁ ଡାଉନଲୋଡ କରାଯାଇ ପାରିବ ସେ ବିଷୟରେ ଆମେ ଆଜି ଆପଣଙ୍କୁ କିଛି ଟିପ୍ସ ଦେବୁ ।
ଟ୍ଵିଟର ରୁ ଏପରି ଡାଉନଲୋଡ୍ କରିପାରିବେ ଭିଡିଓ :
– ଟ୍ଵିଟର ରୁ ଭିଡ଼ିଓ ଡାଉନଲୋଡ କରିବାକୁ ହେଲେ ପ୍ରଥମେ ଟ୍ଵିଟର ଓପନ କରନ୍ତୁ ।
– ଏବେ ଯେଉଁ ଭିଡ଼ିଓ ଆପଣ ଡାଉନଲୋଡ କରିବାକୁ ଚାହୁଁଛନ୍ତି ସେହି ଟ୍ଵିଟ୍କୁ ଖୋଲନ୍ତୁ ।
– ଏବେ ଟ୍ଵିଟ୍ ର URL କପି କରନ୍ତୁ ।
– ଏହା କରିବା ପରେ ଫୋନ ଗୁଗୁଲରେ ଟ୍ଵିଟର ଭିଡ଼ିଓ ଡାଉନଲୋଡର (TwitterVideoDownloader ) ଟାଇପ କରନ୍ତୁ ।
– ଏବେ ଆପଣଙ୍କ ସାମ୍ନାରେ ନୂଆ ହୋମ ପେଜ ଆସିବ । ଯେଉଁଥିରେ ଏକ ବକ୍ସ ଦେଖାଯିବ । ଆପଣ ସେହି ବକ୍ସରେ କପି କରିଥିବାURL ପେଷ୍ଟ କରନ୍ତୁ ।
– ଏବେ ବକ୍ସ ପାଖରେ ଥିବା Download ବଟନ ଉପରେ କ୍ଲିକ କରିବାକୁ ହେବ ।
– ଏବେ ଆପଣ ଭିଡିଓ କ୍ୱାଲିଟି ହିସାବରେ ଡାଉନଲୋଡ କରିପାରିବେ ।
– ଏବେ ଯେମିତି ଆପଣ Download ଉପରେ କ୍ଲିକ କରିବେ ତ ଭିଡିଓ ଫୁଲ ସ୍କ୍ରିନରେ ପ୍ଲେ ହେବ ।
– ଏଠାରେ ଆପଣଙ୍କୁ ୩ଟି ଡଟ୍ ନଜର ଆସିବ । ଏହା ଉପରେ ଆପଣ ଯେମିତି କ୍ଲିକ୍ କରିବେ Download Video ଅପ୍ସନ୍ ଆସିଯିବ ।
– ଏହି ଅପ୍ସନ୍ ଉପରେ କ୍ଲିକ୍ କଲେ ଭିଡିଓ ଆପଣଙ୍କ ଫୋନ ଗ୍ୟାଲେରିରେ ଆସିଯିବ ।