ଏଣିକି ଇନ୍‌ଷ୍ଟାଗ୍ରାମ୍‌ରୁ ମଧ୍ୟ ଆପଣ ରୋଜଗାର କରିପାରିବେ ଲକ୍ଷାଧିକ ଟଙ୍କା

ଭାରତରେ ସବୁଠାରୁ ଅଧିକ ବ୍ୟବହାର ହେଉଥିବା ସୋସିଆଲ ମିଡିଆ ପ୍ଲାଟଫର୍ମ ହେଉଛି ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ୍‌। ଲୋକମାନେ ଏହି ଆପ୍‌ ବ୍ୟବହାର କରି ସାଙ୍ଗସାଥୀ ବନ୍ଧୁପରିଜନଙ୍କ ସହ କଥାବାର୍ତ୍ତା ହେବା ସହ ଫଟୋ ଓ ଭିଡିଓ ସେୟାର କରିଥାନ୍ତି। କିନ୍ତୁ ଖୁବ୍‌ କମ୍‌ ଲୋକ ଇନ୍‌ଷ୍ଟାଗ୍ରାମ୍‌ରୁ ଟଙ୍କା ରୋଜଗାର କରାଯାଉଥିବା କଥା ଜାଣନ୍ତି। ଆସନ୍ତୁ ଜାଣିବା କିଭଳି ଭାବେ ଆପଣ ଇନ୍‌ଷ୍ଟାଗାମ୍‌ରୁ ମଧ୍ୟ ଟଙ୍କା କମାଇପାରିବେ।

ଏହାସହ ପଢ଼ନ୍ତୁ: ବଜାରକୁ ଆସିଲା କାଠରେ ନିର୍ମିତ ସୁପରକାର୍‌, ଜାଣନ୍ତୁ କ’ଣ ରହିଛି ଏହାର ବିଶେଷତ୍ୱ

ଇନ୍‌ଷ୍ଟାଗ୍ରାମ୍‌ରୁ ଟଙ୍କା ରୋଜଗାର କରିବାକୁ ଚାହୁଁଥିଲେ ଆପଣଙ୍କର ଅଧିକ ଫଲୋୟର୍ସ ଥିବା ଆବଶ୍ୟକ। ଦୁଇଟି ଉପାୟରେ ଆପଣ ଇନ୍‌କମ୍‌ କରିପାରିବେ ଗୋଟିଏ ହେଉଛି ପୋଷ୍ଟ କ୍ରିଏଟ୍‌ ଅନ୍ୟଟି ଆଫିଲେଟ୍‌ ପ୍ରୋଗ୍ରାମ୍‌।

୫୦୦୦ରୁ ଅଧିକ ଫଲୋୟର୍ସ ଥିଲେ ପୋଷ୍ଟ ସ୍ପନ୍‌ସର କରି ଆପଣ ଅର୍ଥ ରୋଜଗାର କରିପାରିବେ। ଏଥିପାଇଁ ଆପଣଙ୍କୁ ଯେକୌଣସି ବ୍ରାଣ୍ଡ ସହ ଯୋଡ଼ି ହେବା ଆବଶ୍ୟକ। ଏହା ପରେ ପ୍ରଡକ୍ଟର ଭିଡିଓ ସହ ଫଟୋ ସେୟାର କରିବାକୁ ପଡ଼ିବ। କୌଣସି ବ୍ରାଣ୍ଡ ସହ ଯୋଡ଼ି ହେବାକୁ ହେଲେ ପ୍ରଥମେ ଆପଣଙ୍କୁ iFluenz.com ୱେବ୍‌ସାଇଟ୍‌କୁ ଯାଇ ନିଜ ଆକାଉଣ୍ଟ ଖୋଲିବାକୁ ହେବ। ଯେଉଁ ବ୍ରାଣ୍ଡ ସହ ଆପଣ କାମ କରିବାକୁ ଚାହୁଁଛନ୍ତି ତାଙ୍କୁ ରିକ୍ୱେଷ୍ଟ ପଠାନ୍ତୁ।

ଆଫିଲିଏଟ୍‌ ମାଧ୍ୟମରେ ମଧ୍ୟ ଆପଣ ଅର୍ଥ ରୋଜଗାର କରିପାରିବେ। ଆମାଜନ ଓ ଫ୍ଲିପ୍‌କାର୍ଟ ଭଳି ଇ-କମର୍ସ ସାଇଟ୍‌ ଆଫିଲିଏଟ୍‌ ପ୍ରୋଗ୍ରାମ ଲଞ୍ଚ୍‌ କରିଥାନ୍ତି। କିନ୍ତୁ ଏଥିପାଇଁ ପ୍ରଥମେ ଆପଣଙ୍କୁ ଏହି ସାଇଟ୍‌କୁ ଯାଇ ରେଜିଷ୍ଟେସନ୍‌ କରିବାକୁ ପଡ଼ିବ। ରେଜିଷ୍ଟେସନ୍‌ କରିବା ପରେ ଆପଣ ନିଜ ଆକାଉଣ୍ଟରେ ପ୍ରଡକ୍ଟର ଫଟୋ ଓ ଭିଡିଓ ସହ ଆଫିଲିଏଟ୍‌ ଲିଙ୍କ୍‌ ସେୟାର କରିବେ। ଏଥିପାଇଁ କମ୍ପାନୀ ତରଫରୁ ଆପଣଙ୍କୁ କମିସନ ମିଳିବ। କେବଳ ଇନ୍‌ଷ୍ଟାଗ୍ରାମ ବ୍ୟବହାର କରି ପ୍ରତିଦିନ ଲୋକମାନେ ହଜାର ହଜାର ଟଙ୍କା ରୋଜଗାର କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.