Google Mapsରୁ ବି କରିପାରିବେ ଜବରଦସ୍ତ ଇନକମ୍ , ଜାଣନ୍ତୁ ଟଙ୍କା ରୋଜଗାରର ତରିକା

ସୋସିଆଲ ମିଡିଆ ଯୁଗରେ ଆଜିକାଲି କେହି ବି ଆଉ ବେରୋଜଗାର ହୋଇ ରହୁନାହାଁନ୍ତି। ଡିଜିଟାଲ ଯୁଜରେ ସମସସ୍ତେ ବିଭିନ୍ନ ଉପାୟରେ ଟଙ୍କା ରୋଜଗାର କରୁଛନ୍ତି। ଆପଣ ୟୁଟ୍ୟୁବ, ଫେସବୁକ ହେଉ କିମ୍ବା ଇନଷ୍ଟାଗ୍ରାମ ସବୁଥିରୁ ଟଙ୍କା ଇନକମ୍ କରି ଇଣ୍ଡିପେଣ୍ଡେଣ୍ଟ ହୋଇପାରୁଛନ୍ତି। କିନ୍ତୁ କଣ ଆପଣ ଜାଣିଛନ୍ତି ଗୁଗଲ ମ୍ୟାପ୍ସରୁ ବି ଆପଣ ଟଙ୍କା ରୋଜଗାର କରିପାରିବେ। ଆପଣ ଗୁୁଗଲ ମ୍ୟାପ୍ସ ରୁ ବି ଟଙ୍କା ରୋଜଗାର କରି ନିଜର ଖର୍ଚ୍ଚ ଉଠାଇବା ସହ ଘରକୁ ମଧ୍ୟ ବହୁତ ମାତ୍ରାରେ ସହାୟ ହୋଇପାରିବେ।
Google Maps ଏକ ପପୁଲାର ନେଭିଗେସନ୍ ଆପ୍। ଏହା ଉପରେ ଅନେକ ଲୋକ ନେଭିଗେସନ ପାଇଁ ଡିପେଣ୍ଡ କରିଥାନ୍ତି। ଏହା ବହୁତ ୟୁଜଫୁଲ ଟୁଲ ଅଟେ। କିନ୍ତୁ କଣ ଆପଣଙ୍କୁ ଜଣାଅଛି ଗୁଗଲ ମ୍ୟାପ୍ସ ଦ୍ୱାରା ଟଙ୍କା ରୋଜଗାର କରିପାରିବେ ଆପଣ। ଏହାଜରିଆରେ ଅନେକ ଲୋକ ବହୁତ ଭଲ ଇନକମ ମଧ୍ୟ କରୁଛନ୍ତି।
ଗୁଗଲ ମ୍ୟାପସ୍ ୟୁଜର୍ସଙ୍କୁ ନେଭିଗେସନ୍ ପ୍ଲାଟଫର୍ମରେ କଣ୍ଟ୍ରିବ୍ୟୁଟ କରିବା ଦ୍ୱାରା ପଏଣ୍ଟସ ଦେଇଥାଏ। ଗୁଗଲ ମ୍ୟାପ୍ସର ଏହି ଅପ୍ସନ ପ୍ଲାଟଫର୍ମଙ୍କୁ ଅଧିକ ୟୁଜଫୁଲ ଏବଂ ଆକୁରେଟ ବନାଇବା ପାଇଁ ୟୁଜରଙ୍କୁ ଦେଇଥାଏ। ଗୁଗଲ ମ୍ୟାପ୍ସ ୟୁଜର୍ସଙ୍କୁ ଏକ୍ସପେରିୟନ୍ସ ଏବଂ ରିଭ୍ୟୁ ସେୟାର କରିବା ଦ୍ୱାରା ପଏଣ୍ଟସ ଦେଇଥାଏ।
ୟୁଜର୍ସ ରିଭ୍ୟୁ, ଫଟୋଗ୍ରାଫ୍ସ ଏବଂ ଭିଡିଓ, ଇନସାଇଟ ଆନ୍ସର, କୌଣସି ଜାଗାର ଉତ୍ତର, ପ୍ଲେସ ଏଡିଟ, ମିସିଙ୍ଗ ପ୍ଲେସ ଆଡ ଏବଂ ଫ୍ୟାକ୍ଟ ଚେକ କରିବା ଦ୍ୱାରା ପଏଣ୍ଟସ ଦିଆଯାଉଛି। ଏହି ପଏଣ୍ଟସ କଣ୍ଟ୍ରିବ୍ୟୁସନରେ ଡିପେଣ୍ଡ କରିଥାଏ। ଯେମିତିକି ଯଦି ଆପଣ କୌଣସି ରିଭ୍ୟୁ ଲେଖନ୍ତି ତାହେଲେ ଆପଣଙ୍କୁ ୧୦ ପଏଣ୍ଟସ ଦିଆଯାଇଥାଏ।
ଯଦି ଆପଣ କୌଣସି ଜାଗାକୁ ଏଡିଟ କରିଥାଏ ତାହେଲେ ଆପଣଙ୍କୁ ୫ ପଏଣ୍ଟସ ଦିଆଯାଇଥାଏ। ୨୦୦ ରୁ ଅଧିକ କ୍ୟାରେକ୍ଟରର ରିଭ୍ୟୁରେ ୧୦ ବୋନସ ପଏଣ୍ଟସ ଦିଆଯାଇଥାଏ। ରେଟିଙ୍ଗ ପାଇଁ ୧ ପଏଣ୍ଟ, ଫଟୋ ପାଇଁ ୫ ପଏଣ୍ଟସ, ଭିଡିଓ ପାଇଁ ୭ ପଏଣ୍ଟସ, ଆନ୍ସର ପାଇଁ ୧ ପଏଣ୍ଟ, ଏଡିଟ ପାଇଁ ୫ ପଏଣ୍ଟସ ଏବଂ କୌଣସି ଜାଗା କିମ୍ବା ରୋଡ ଆଡ୍ କରିବା ପାଇଁ ୧୫ ପଏଣ୍ଟସ ଦିଆଯାଇଥାଏ।
ଯେମିତି ଯେମିତି ହିଁ ଏହି ପଏଣ୍ଟସ ବଢ଼ିଥାଏ, ଆପଣଙ୍କ ଲେବଲ ମଧ୍ୟ ବଢ଼ିଥାଏ। ଯେତେବେଳେ କୌଣସି ବ୍ୟକ୍ତିଙ୍କୁ ୨୫୦ ପଏଣ୍ଟସ ମିଳିଥାଏ ସେତେବେଳେ ତାଙ୍କୁ ଏକ ଷ୍ଟାର ଦିଆଯାଇଥାଏ। ଏହିଭଳି ଭାବେ ୧୫୦୦ ପଏଣ୍ଟସ, ୫୦୦୦ ପଏଣ୍ଟସ, ୧୫୦୦୦ ପଏଣ୍ଟସ ଏବଂ ଅନ୍ୟ ଲ୍ୟାଣ୍ଡମାର୍କ ପହଁଚିବା ଦ୍ୱାରା ଲେବଲ ବଢ଼ିଯାଇଥାଏ।
ଆପଣ ଏହି ପଏଣ୍ଟସକୁ ଗୁଗଲ ପ୍ଲେ ଷ୍ଟୋରରେ ରିଡିମ୍ କରିପାରିବେ। ଅର୍ଥାତ୍ ଗୁଗଲ ମ୍ୟାପ୍ସରେ ସିଧାସଳଖ ଟଙ୍କା ରୋଜଗାର କରାଯାଇହେବନାହିଁ। ଏହାର ୟୁଜ କରି ଆପଣ ଏହି ଆପକୁ କିଣିପାରିବେ। କିନ୍ତୁ ଆପଣ କ୍ୟାସ ବି କମାଇପାରିବେ।
ଏଥିପାଇଁ ଆପଣଙ୍କୁ ଅନ୍ୟ ତରିକାର ସାହାଯ୍ୟ ନେବାକୁ ହେବ। ଏଥିରେ ପ୍ରଥମ ହେଉଛି Map Analyst ତିଆରି କରିବା ଯାହା ମ୍ୟାପର ଆକ୍ୟୁରେସୀକୁ ଜଣାଇଥାଏ।
ଏହା ଏକ ଫ୍ଲେକିସବଲ ଜବ୍ ଅଟେ। ଏଥିରେ ଆପଣଙ୍କୁ ଘଣ୍ଟା ହିସାବରେ ପେମେଣ୍ଟ କରାଯାଏ। ଅନଲାଇନ୍ ମାର୍କେଟିଙ୍ଗ କନସଲଟାଣ୍ଟ ହୋଇ ଛୋଟ ବିଜନେସକୁ ପ୍ରମୋଟ କରି ମଧ୍ୟ ଆପଣ ଟଙ୍କା କମାଇପାରିବେ।