iPhone ସ୍କ୍ରିନରେ କେମିତି ହାଇଡ୍‌ କରିବେ କୌଣସି ବି ଆପ୍ସ, ଜାଣନ୍ତୁ ସହଜ ତରିକା

ଆପଲ୍‌ ନିଜ ଆଇଫୋନରେ ଅନେକ ଫିଚର୍ସ ଦେଇଥାଏ। ଆଉ ଯଦି କୌଣସି କମି ରହିଯାଏ, ତାହେଲେ ଆପଲ ତାକୁ ନୂଆ ଅପଡେଟ ସହିତ ଲଞ୍ଚ୍‌ କରିଦିଏ। ଏମିତି ତ ଆପଲ ନିଜର ସମସ୍ତ ଆଇଫୋନରେ ଗୋଟିଏ ରୁ ବଳିକି ଗୋଟିଏ ପର୍ସନଲାଇଜ୍‌ ଫିଚର୍ସ ଦେଇଥାଏ। ଯାହାଦ୍ୱାର ଫୋନରେ ଆପ୍ସକୁ ମ୍ୟାନେଜ୍‌ କରାଯାଇପାରିବ। ଯଦି ଆପଣ ମଧ୍ୟ ନିଜ ଫୋନର ପ୍ରାଇଭେସୀକୁ ବଢ଼ାଇବାକୁ ଚାହୁଁଛନ୍ତି କିମ୍ବା ସ୍କ୍ରିନ ସ୍ପେସକୁ ଖୋଲା ରଖିବାକୁ ଚାହୁଁଛନ୍ତି, ତାହେଲେ ଏଥିପାଇଁ ମଧ୍ୟ ଗୋଟେ ଫିଚର ରହିଛି। ଆଜ୍ଞା ହଁ, ଆଇଫୋନ୍‌ ୟୁଜର୍ସଙ୍କୁ ହୁଏତ ଏହା ଜଣାନଥିବ ଯେ ସେମାନେ ଫୋନରେ ଆପ୍‌ ଗୁଡିକୁ ହାଇଡ ବି କରିପାରିବେ।

ଏହାଦ୍ୱାରା ଅନ୍ୟ କେହି ବି ଆପଣଙ୍କ ସେହି ଆପ୍ସକୁ ଦେଖିପାରିବେନାହିଁ। ତେବେ ଏମିତିରେ ଆପଣ ମଧ୍ୟ ନିଜ ଆଇଫୋନରେ କୌଣସି ଆପକୁୁ ହାଇଡ କରିବାକୁ ଚାହୁଁଛନ୍ତି ତାହେଲେ ଆସନ୍ତୁ ଜାଣିବା ଷ୍ଟେପ ବାଇ ଷ୍ଟେପ ପୂରା ତରିକା।

ଷ୍ଟେପ ୧ : ସର୍ବପ୍ରଥମେ iPhoneର Setting ଖୋଲିବା ପାଇଁ ‘ସେଟିଙ୍ଗ’ ଆଇକନ୍‌ ଉପରେ କ୍ଲିକ କରନ୍ତୁ।
ଷ୍ଟେପ ୨ : ‘ସିରୀ ଆଣ୍ଡ ସର୍ଚ୍ଚ’ ଅପ୍ସନ ଉପରେ କ୍ଲିକ କରନ୍ତୁ। ଏହାପରେ ପେଜରେ ଥିବା ସମସ୍ତ ଆପ୍ସ ଗୁଡିକ ଗୋଟିଏ ଲିଷ୍ଟରେ ଦେଖାଯିବ।
ଷ୍ଟେପ ୩ : ଆପ୍‌ ସେକ୍ସନରେ ସ୍କ୍ରୋଲ କରନ୍ତୁ ଏବଂ ସେହି ଆପକୁ ଚୟନ କରନ୍ତୁ, ଯାହାକୁ ଆପଣ ଲୁଚାଇବାକୁ ଚାହୁଁଛନ୍ତି।
ଷ୍ଟେପ ୪ : ଥରେ ଯେତେବେଳେ ଆପଣ ଆପ୍ଲିକେସନ୍‌ ଉପରେ କ୍ଲିକ କରିବେ, ସେତେବେଳେ ଫୋନ୍‌ ତିନିଟି ଅପ୍ସନରେ ଖୋଲିବ।
ଷ୍ଟେପ ୫ : ଏହି ତିନି ଅପ୍ସନକୁ ଟାଙ୍ଗଲ କରନ୍ତୁ Learn With This App, Show In Search, Show Siri Suggestions’।
ଷ୍ଟେପ ୬ : ‘Show in Search and Show Siri Suggestions options’କୁ ବନ୍ଦ କରନ୍ତୁ।
ଷ୍ଟେପ ୭ : କୌଣସି ବି ଆପ ପାଇଁ ସେହି ପ୍ରୋସେସକୁ ଫଲୋ କରନ୍ତୁ, ଯାହାକୁ ଆପଣ ନିଜ ଆଇଫୋନରେ ଲୁଚାଇବାକୁ ଚାହୁଁଛନ୍ତି।

ଯଦି ଆପଣ କୌଣସି ଆପକୁ ଦେଖାଇବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ‘ସେଟିଙ୍ଗ ମାଧ୍ୟମରେ ସିରୀ ଆଣ୍ଡ ସଜେସନ୍ସ’କୁ ଯିବାକୁ ହେବ ଏବଂ ସେହି ଆପରେ କ୍ଲିକ କରିବାକୁ ହେବ, ଯାହାକୁ ଆପଣ ପୂର୍ବରୁ ଚୁଲାଇଥିଲେ ଏବଂ ଯାହାକୁୁ ଆପଣ ଦେଖାଇବାକୁ ଚାହୁଁଛନ୍ତି। ଆପଣଙ୍କୁ କେବଳ ଦିଆଯାଇଥିବା ଅପ୍ସନ ଉପରେ ଟାଙ୍ଗଲ କରିବାକୁ ଚାହୁଁଛନ୍ତି। ଏହିପରି ଭାବେ ଆପଣଙ୍କ ଆପ୍‌ ଏବେ ଆପଣଙ୍କ ଆଇଫୋନରେ ପୁଣି ଥରେ ଦେଖାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.