ପୁରୁଣା ଦେଖାଯାଉଛି କି ଆପଣଙ୍କ ସ୍ମାର୍ଟଫୋନ୍‌? ତେବେ ମାତ୍ର ୧୦୦ ଟଙ୍କା ଖର୍ଚ୍ଚରେ କରନ୍ତୁ ବିଲକୁଲ ବ୍ରାଣ୍ଡ ନ୍ୟୁ

ସ୍ମାର୍ଟଫୋନ୍‌ କିଣିବା ସହଜ କଥା ନୁହେଁ। ଏକ ନୂଆ ଏବଂ ଭଲ ଫିଚର୍ସ ଥିବା ସ୍ମାର୍ଟଫୋନ ବହୁତ ମହଙ୍ଗା ହୋଇଥାଏ। ଏଥିପାଇଁ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ଫୋନକୁ ଜଲଦି ବଦଳାନ୍ତି ନାହିଁ।

ସ୍ମାର୍ଟଫୋନ୍‌ କିଣିବା ସହଜ କଥା ନୁହେଁ। ଏକ ନୂଆ ଏବଂ ଭଲ ଫିଚର୍ସ ଥିବା ସ୍ମାର୍ଟଫୋନ ବହୁତ ମହଙ୍ଗା ହୋଇଥାଏ। ଏଥିପାଇଁ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ଫୋନକୁ ଜଲଦି ବଦଳାନ୍ତି ନାହିଁ। ଖରାପ ହୋଇଗଲା ପରେ କିମ୍ବା ଚୋରି ହୋଇଗଲେ ଯାଇ ନୂଆ ଫୋନ କିଣନ୍ତି। ନହେଲେ ଅନେକ ଲୋକ ବହୁତ ଦିନ ପର୍ଯ୍ୟନ୍ତ ନିଜ ସ୍ମାର୍ଟଫୋନକୁ ୟୁଜ କରିଚାଲନ୍ତି। ଯଦି ଆପଣଙ୍କ ସ୍ମାର୍ଟଫୋନ ମଧ୍ୟ ଦେଖିବାକୁ ପୁରୁଣା ଲାଗୁଛି ଏବଂ ଆପଣ ନୂଆ ଫୋନ କିଣିବାକୁ ପାଖରେ ସେତିକି ଟଙ୍କା ନାହିଁ। ତାହେଲେ ଆମେ ଆପଣଙ୍କ ପାଇଁ ଏକ ବଢ଼ିଆ ଆଇଡିଆ ଆଣିଛୁ ଯାହାଦ୍ୱାରା ଆପଣଙ୍କ ଫୋନ୍‌ ଏକଦମ୍‌ ନୂଆ ଭଳି ହୋଇଯିବ। କିନ୍ତୁ ଏଥିପାଇଁ ଆପଣଙ୍କୁ ମାତ୍ର ୧୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ।

ଯଦି ଆପଣ ଭାବୁଛନ୍ତି ଆପଣ ଆପଣଙ୍କ ସ୍ମାର୍ଟଫୋନକୁ ୧୦୦ ଟଙ୍କାରେ କେଉଁଭଳି ଚକାଚକ କରିପାରିବେ, ତାହେଲେ ଆମେ ଆପଣଙ୍କୁ ଏହା ବିଷୟରେ ଆଜି ଏ ଭିଡିଓରେ ଡିଟେଲ୍ସରେ ଜଣାଇବୁ। ଆମେ ଆପଣଙ୍କୁ କହୁଛୁ ‘ସ୍ମାର୍ଟଫୋନ ସ୍କିନ’ ବିଷୟରେ। ଯାହାକୁ ଆପଣ ୧୦୦ କିମ୍ବା ୨୦୦ ଟଙ୍କାରେ କିଣି ଫୋନକୁ ଏକଦମ୍‌ ବ୍ରାଣ୍ଡ ନ୍ୟୁ ଭଳି ବନାଇପାରିବେ।

ତେବେ ଆସନ୍ତୁ ଜାଣିବା ସ୍ମାର୍ଟଫୋନ ସ୍କିନ ବାସ୍ତବରେ କଣ ଏବଂ ଏହା କେମିତି ଆପଣଙ୍କ ସ୍ମାର୍ଟଫୋନକୁ ନୂଆ ଭଳି ଚମକାଇବ? ଆମେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ‘ସ୍ମାର୍ଟଫୋନ ସ୍କିନ’ ଏକ ଖାସ୍‌ ପ୍ରକାରର ସ୍କିନ ହୋଇଥାଏ। ଯାହାକୁ ସହଜରେ ଫୋନ ଉପରେ ଲଗାଯାଇପାରିବ। ଏହାର ଦାମ୍‌ ୧୦୦ ରୁ ୨୦୦ ଟଙ୍କା ଭିତରେ ହୋଇଥାଏ। ଏହାକୁ ଆପଣ ନିଜର ନିକଟସ୍ଥ ମୋବାଇଲ ରିପେୟାର ସପରୁ ନିଜ ଫୋନରୁ ଲଗାଇପାରିବେ।

ଏବେ ଆସନ୍ତୁ ଜାଣିବା ଏହି ସ୍ମାର୍ଟଫୋନ ସ୍କିନର କଣ ଫାଇଦା। ଏହାର ଖାସ୍‌ କଥା କଣ ଜାଣନ୍ତି ଏହା ଆପଣଙ୍କ ସ୍ମାର୍ଟଫୋନ ଲୁକ ଏବଂ ଡିଜାଇନକୁ ବିଲକୁଲ ବଦଳାଇଦେବ। ଏହାସହିତ ଏହି ସ୍କିନ ଆପଣଙ୍କ ସ୍ମାର୍ଟଫୋନର ଧୂଳି, ମାଟି ଏବଂ ପାଣିର ବୁନ୍ଦା ଠାରୁ ମଧ୍ୟ ରକ୍ଷା କରିବ। ଏହାର ସବୁଠାରୁ ଖାସ୍‌ କଥା ହେଉଛି ଏହା ସ୍ମାର୍ଟଫୋନ ସ୍କିନରୁ ଆପେ ଆପେ ବାହାରେ ନାହିଁ ଏବଂ ଏକଦମ୍‌ ଲାଗିକି ରହିଥାଏ ଯେପର୍ଯ୍ୟନ୍ତ ଆପଣ ନିଜେ ନ ଚାହିଁଛନ୍ତି ବାହାର କରିବାକୁ।

ଏହିପରି ଭାବେ ଆପଣ ନିଜ ସ୍ମାର୍ଟଫୋନକୁ ବହୁତ କମ୍‌ ଟଙ୍କାରେ ବିଲକୁଲ ବ୍ରାଣ୍ଡ ନ୍ୟୁ ଭଳି ବନାଇଦେଇ ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.