ହୋଲିକୁ ଜୋରସୋରରେ ପାଳନ କଲେ ଭାରତୀୟ ଟିମ ଖେଳାଳି, ଫଟୋ ହେଲା ଭାଇରଲ

ହୋଲି ରଙ୍ଗରେ ବୁଡିଲେ ଟିମ ଇଣ୍ଡିଆର ଖେଳାଳି । ରଙ୍ଗ ବରଷେ ଗୀତରେ ରୋହିତ ଶର୍ମାଙ୍କ ସହିତ ଡ୍ୟାନ୍ସ କଲେ ବିରାଟ କୋହଲି । ସମସ୍ତେ ରଙ୍ଗ ଲଗାଇ ସୋସିଆଲ ମିଡ଼ିଆ ରେ ଫ୍ୟାନ୍ସଙ୍କୁ ଶୁଭକାମନା ଜଣାଇଲେ ।

ଟିମ ଇଣ୍ଡିଆ ଗୁରୁବାରଠାରୁ ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ଖେଳିବ। ତା ପୂର୍ବରୁ ରଙ୍ଗର ପର୍ବ ହୋଲିକୁ ଜୋରସୋରରେ ପାଳନ କରିଛି ଭାରତୀୟ ଟିମ । ଅଧିନାୟକ ରୋହିତ ଶର୍ମାଙ୍କଠାରୁ ଆରମ୍ଭ କରି ଷ୍ଟାର ଖେଳାଳି ବିରାଟ କୋହଲି ଏବଂ ସପୋର୍ଟିଇଂ ଷ୍ଟାଫ ମଧ୍ୟ ରଙ୍ଗୀନ ହୋଇଛନ୍ତି । ହୋଲି ସେଲିବ୍ରେସନର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

ବିରାଟ କୋହଲି ରଙ୍ଗ ବରଷେ ଗୀତରେ ରୋହିତ ଶର୍ମାଙ୍କ ସହିତ ଡ୍ୟାନ୍ସ କରିଥିଲେ । ସମସ୍ତେ ରଙ୍ଗ ଲଗାଇ ସୋସିଆଲ ମିଡ଼ିଆ ରେ ଫ୍ୟାନ୍ସଙ୍କୁ ଶୁଭକାମନା ଜଣାଇଲେ । ଭାରତୀୟ ଦଳର ହୋଲି ଖେଳୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଷ୍ଟାର ଓପନର ଶୁଭମନ ଗିଲ୍ । ଏହି ଭିଡିଓ ଏବେ ଖୁବ ଭାଇରଲ ହେବାରେ ଲାଗିଛି ।

 

View this post on Instagram

 

A post shared by Ꮪhubman Gill (@shubmangill)


ସାରା ଦେଶରେ ୩ ବର୍ଷ ପରେ ହୋଲି ସେଲିବ୍ରେସନର ସୁଯୋଗ ମିଳିଥିବା ବେଳେ ଭାରତୀୟ ଖେଳାଳି ଏହାର ମଜା ନେଇଛନ୍ତି । ଅଧିନାୟକ ରୋହିତ ଶର୍ମା, ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ସମେତ ଅନ୍ୟ ସାଥୀ ଖେଳାଳି ଏବଂ କୋଚିଂ ଷ୍ଟାଫ ମଧ୍ୟ ହୋଲି ଖେଳରେ ନିଜକୁ ସାମିଲ କରିଛନ୍ତି ।

ଏହି ଭିଡିଓରେ ବିରାଟ କୋହଲି, ରୋହିତ ଶର୍ମା ଏବଂ ସାଥୀ ଖେଳାଳି ରଙ୍ଗୀନ ହୋଇ ମସ୍ତି କରୁଥିବାର ଦେଖାଯାଇଛି । ରୋହିତ ଦେଶବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି ଯେ, ଏହି ପର୍ବର ଭରପୂର ମଜା ନିଅନ୍ତୁ ଏବଂ ଧୁମଧାମରେ ହୋଲି ଖେଳନ୍ତୁ । ସେହିପରି ରବୀନ୍ଦ୍ର ଜାଡେଜା ମଧ୍ୟ ଫଟୋ ସେୟାର କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.