ପ୍ରିୟଙ୍କା ଚୋପ୍ରାଙ୍କ ବହୁ ଚର୍ଚ୍ଚିତ ଥ୍ରୀଲର ୱେବ୍ ସିରିଜ୍ ‘ସିଟାଡେଲ’ର ଟ୍ରେଲର ରିଲିଜ୍

ପ୍ରିୟଙ୍କା ଚୋପ୍ରାଙ୍କ ବହୁ ଚର୍ଚ୍ଚିତ ଥ୍ରୀଲର ୱେବ୍ ସିରିଜ୍ ‘ସିଟାଡେଲ’ର ଟ୍ରେଲର ରିଲିଜ୍। ବଲିଉଡ-ହଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ବହୁ ଚର୍ଚ୍ଚିତ ଥ୍ରୀଲର ୱେବ୍ ସିରିଜ୍ ‘ସିଟାଡେଲ’କୁ ନେଇ ସେ ବହୁତ ଆଶା ରଖିଛନ୍ତି ।

ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ବହୁ ଚର୍ଚ୍ଚିତ ଥ୍ରୀଲର ୱେବ୍ ସିରିଜ୍ ‘ସିଟାଡେଲ’ର ଟ୍ରେଲର ରିଲିଜ୍। ବଲିଉଡ-ହଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ବହୁ ଚର୍ଚ୍ଚିତ ଥ୍ରୀଲର ୱେବ୍ ସିରିଜ୍ ‘ସିଟାଡେଲ’କୁ ନେଇ ସେ ବହୁତ ଆଶା ରଖିଛନ୍ତି ।

ଅଭିନେତ୍ରୀଙ୍କ ଏହି ହଲିଉଡ ପ୍ରୋଜେକ୍ଟ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିବ। ଏହି ୱେବ୍ ସିରିଜରେ ୬ଟି ଏପିସୋଡ୍ ରହିବ। ଏହି ସିରିଜର ନିର୍ମାତା ହେଉଛନ୍ତି ରୁସୋ ବ୍ରଦର୍ସ। ସିଟାଡେଲର ପ୍ରଥମ ଦୁଇଟି ଅଧ୍ୟାୟ ଏପ୍ରିଲ୍ ୨୮ରେ ରିଲିଜ ହେବା ସହ ମେ’ ୨୬ରୁ ପ୍ରତି ସପ୍ତାହରେ ନୂତନ ଅଧ୍ୟାୟ ମୁକ୍ତିଲାଭ କରିବ।

ପ୍ରିୟଙ୍କା ଚୋପ୍ରାଙ୍କ ଏହି ସିରିଜକୁ ନେଇ ଭାରତରେ ବହୁତ କ୍ରେଜ୍ ରହିଛି। ଦର୍ଶକ ଅଭିନେତ୍ରୀଙ୍କ ଏହି ସିରିଜକୁ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଛନ୍ତି। ଏହି ଧାରାବାହିକରେ ଷ୍ଟାନଲି ଟୁକି ଏବଂ ଲେସଲି ମାନଭିଲେଙ୍କ ସହ ରିଚାର୍ଡ ମ୍ୟାଡେନ୍ ଏବଂ ପ୍ରିୟଙ୍କା ଚୋପ୍ରା ଜୋନସ୍ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

ସାରା ବିଶ୍ୱରେ ୨୪୦ରୁ ଅଧିକ ଦେଶରେ ‘ସିଟାଡେଲ’ ରିଲିଜ ହେବ। କୋଟି କୋଟି ଦର୍ଶକ ଏହାକୁ ଦେଖିବାକୁ ସକ୍ଷମ ହେବେ। ଇଂରାଜୀ, ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡ ଭାଷାରେ ‘ସିଟାଡେଲ’ର ପ୍ରିମିୟର୍ ହେବ।

‘ସିଟାଡେଲ’ର ୨ମିନିଟ ୧୬ସେକେଣ୍ଡର ଟ୍ରେଲରରେ ପ୍ରିୟଙ୍କା ଓ ହଲିଉଡ ଅଭିନେତା ଷ୍ଟାନଲେଙ୍କ ଦମଦାର ଆକ୍ସନ ଦେଖିବାକୁ ମିଳିଛି। ପ୍ରିୟଙ୍କା ଏଥିରେ ଏକ ସ୍ପାଏ ଭୂମିକାରେ ନଜର ଆସିବେ। ୱେବ ସିରିଜର ଟ୍ରେଲର ରିଲିଜ୍ ପରେ ଦର୍ଶକ ଏହାକୁ ଖୁବ ପସନ୍ଦ କରୁଥିବା ଦେଖାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.