ଢାକାରେ ବିସ୍ଫୋରଣ: ୧୭ ମୃତ୍ୟୁ, ୧୪୦ରୁ ଅଧିକ ଲୋକ ଗୁରୁତର

ବାଂଲାଦେଶ ରାଜଧାନୀ ଢାକାର ଗୁଲିସ୍ତାନ ଅଞ୍ଚଳରେ ଭୟଙ୍କର ବିସ୍ଫୋରଣ । ଏଠାରେ ଥିବା ଏକ ବହୁତଳ କୋଠାରେ ବିସ୍ଫୋରଣରେ ଘଟିଛି। ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୧୭ରେ ପହଞ୍ଚିଥିବା ବେଳେ ୧୪୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି।

ବାଂଲାଦେଶ ରାଜଧାନୀ ଢାକାର ଗୁଲିସ୍ତାନ ଅଞ୍ଚଳରେ ଭୟଙ୍କର ବିସ୍ଫୋରଣ । ଏଠାରେ ଥିବା ଏକ ବହୁତଳ କୋଠାରେ ବିସ୍ଫୋରଣରେ ଘଟିଛି। ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୧୭ରେ ପହଞ୍ଚିଥିବା ବେଳେ ୧୪୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି।

ଖବର ମୁତାବକ, ସ୍ଥାନୀୟ ସମୟ ଅପରାହ୍ଣ ପ୍ରାୟ ୪ଟା ୪୬ରେ ଏହି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ପରେ ଅଗ୍ନିଶମ ବିଭାଗର ୧୧ଟି ଗାଡି ନିଆଁ ଲିଭା ସହିତ ଉଦ୍ଧାର କାର୍ଯ୍ୟ କରିଥିଲେ। ଗୁରୁତରମାନଙ୍କୁ ଢ଼ାକା ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରାୟ ୧୪୦ ଲୋକ ଏହି ବିସ୍ଫୋରଣରେ ଗୁରୁତର ହୋଇଥିବା ମେଡିକାଲର ନିର୍ଦ୍ଦେଶକ ବ୍ରିଗେଡିୟର ଜେନେରାଲ ମହମ୍ମଦ ନଜମୁଲ ହକ୍କ କହିଛନ୍ତି। ଢ଼ାକା ମେଟ୍ରୋଲପଲିଟାନ ପୋଲିସ ଅତିରିକ୍ତ କମିଶନର ହାଫିଜ ଆକତେର କହିଛନ୍ତି ଯେ, ଘଟଣା ପରେ ତତକ୍ଷଣାତ ଉଦ୍ଧାର କାର୍ଯ୍ୟ କରାଯାଇଥିଲା।

ଉକ୍ତ କୋଠାଟି ଜନଗହଳିପୂର୍ଣ୍ଣ ସିଦ୍ଦିକ ବଜାର ଅଞ୍ଚଳରେ ଥିବାବେଳେ ଏହି କୋଠାରେ ଗୁଡିଏ ଅଫିସ ଏବଂ ଦୋକାନ ରହିଛି। କୋଠାର ତଳ ମହଲାରେ ସାନିଟେସନ ମେଟେରିଆଲ ବିକ୍ରି କରୁଥିବା ଏକ ଷ୍ଟୋରରେ ଏହି ବିସ୍ଫୋରଣ ଘଟିଥିଲା। ଫଳରେ ଏତେ ଲୋକଙ୍କ ମୃତ୍ୟୁ ହୋଇଥିଲା। ତେବେ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.