Below header

ଫୋନରୁ ପତ୍ତା କରନ୍ତୁ ଆପଣଙ୍କ ହାଇଟ୍‌, ଜାଣନ୍ତୁ ବ୍ୟବହାର କରିବାର ତରିକା

ଆପଲ୍‌ ଆଇଫୋନ୍ସକୁ ବହୁତ ପ୍ରିମିୟମ୍‌ ସ୍ମାର୍ଟଫୋନ୍‌ ଭାବେ ଗଣାଯାଏ। ଆଇଫୋନର ଦାମ୍‌ ମଧ୍ୟ ବହୁତ ଅଧିକ। ଏହାଦ୍ୱାରା ଅନେକ ହିଡେନ୍‌ ଫିଚର୍ସ ମଧ୍ୟ ଦିଆଯାଇଥାଏ। ଏମିତି ହିଁ ଏକ ଫିଚର LiDAR Scanner। ଏହି ଫିଚରକୁ କମ୍ପାନୀ ଫୋନର ରିୟର କ୍ୟାମେରା ସହିତ ଦେଇଥାଏ। ଏହା ସାହାଯ୍ୟରେ କାହାର ବି ହାଇଟକୁ କ୍ୟାମେରା ଦ୍ୱାରା ହିଁ ମାପିପାରିବେ।

LiDAR ବା ଲାଇଟ୍‌ ଡିଟେକସନ୍‌ ଏବଂ ରେଜିଙ୍ଗ ୟୁଜର୍ସଙ୍କୁ ଏନଭାୟରନମେଣ୍ଟ ସ୍କାନ୍‌ କରିବା ଏବଂ ମ୍ୟାପ୍‌ କରିବା ସୁବିଧା ଦେଇଥାଏ। ଏହା ରାଡର ଭଳି ହିଁ କାମ କରିଥାଏ। ଯଦିଓ ଏଥିରେ କେବଳ ଲେଜର ଜରିଆରେ ହିଁ ଡିସଟାନ୍ସ ଏବଂ ଡେପ୍ଥକୁ ମପାଯାଏ। ଆଗକୁ ବଢ଼ିବା ପୂର୍ବରୁ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସମସ୍ତ ଆଇଫୋନରେ ଲିଡାର ସ୍କାନର ଦିଆଯାଇନଥାଏ।

ଏହି ଫିଚର କେବଳ iPhone 12, iPhone 13 ଏବଂ iPhone 14 ର ପ୍ରୋ ମଡେଲ୍ସ ପାଇଁ ଉପଲବ୍ଧ। ଅର୍ଥାତ୍‌ ଆପଣ କେବଳiPhone 12 Pro ଏବଂ Pro Max, iPhone 13 Pro ଏବଂ Pro Max ଏବଂ iPhone 14 Pro ଏବଂ Pro Maxମଡେଲ୍ସ ଉପରେ ଏହାର ବ୍ୟବହାର କରିପାରିବେ।

ଏହାକୁ ଆପଣ ଆଇଫୋନର ମେଜର ଆପ୍‌ ଦ୍ୱାରା ହିଁ ବ୍ୟବହାର କରିପାରିବେ। ଏଥିପାଇଁ ଆପଣଙ୍କୁ ସର୍ବପ୍ରଥମେ ନିଜ ଆଇଫୋନରେ Measure ଆପ୍‌ ଓପନ ହେବ। ଏହାପରେ ଆପଣ ସେହି ବ୍ୟକ୍ତିଙ୍କ ଆଡକୁ ଆଇଫୋନକୁ ପଜିସନ୍‌ କରନ୍ତୁ ଯାହାର ହାଇଟକୁ ଆପଣ ମାପିବାକୁ ଚାହୁଁଛନ୍ତି।

ଆପଣଙ୍କୁ ଏଥିପାଇଁ ମୁଣ୍ଡ ଠାରୁ ନେଇ ପାଦ ପର୍ଯ୍ୟନ୍ତ କ୍ୟାମେରା ପଏଣ୍ଟ କରିବାକୁ ହେବ। କିଛି ସମୟ ପରେ ଏକ ଲାଇନ୍‌ ପର୍ସନଙ୍କ ଟପକୁ ଆସିବ। ଏହି ହାଇଟ୍‌ ମେଜରମେଣ୍ଟ ଲାଇନ୍‌ ଠାରୁ ତଳକୁ ଦେଖାଇବ। ମେଜରମେଣ୍ଟର ଫଟୋ ନେବା ପାଇଁ ଆପଣଙ୍କୁ Take Picture ବଟନ୍‌ ଉପରେ କ୍ଲିକ କରିବାକୁ ହେବ।

ଫଟୋକୁ ସେଭ୍‌ କରିବା ପାଇଁ ଲୋୟର ଲେଫ୍ଟ କର୍ଣ୍ଣରରେ ମହଜୁଦ ଥିବା ସ୍କ୍ରିନସଟ୍‌ ଉପରେ ଟ୍ୟାପ୍‌ କରନ୍ତୁ। ଏହାପରେ ଡନ୍‌ ଉପରେ କ୍ଲିକ କରି ସେଭ ଟୁ ଫଟୋ କିମ୍ବା ସେଭ ଟୁ ଫାଇଲ୍ସ ଉପରେ କ୍ଲିକ କରନ୍ତୁ। ଆପଣ ସହଜରେ ହାଇଟ୍‌ ମେଜରମେଣ୍ଟ ଫଟୋକୁ ଫଟୋ କିମ୍ବା ଫାଇଲ୍ସରୁ ସେୟାର କରିପାରିବେ।

ମେଜରମେଣ୍ଟକୁ ପୁଣି ଥରେ ନେବା ପାଇଁ ଆପଣଙ୍କୁ ମୁଭମେଣ୍ଟରେ ଆଇଫୋନକୁ ଅଳ୍ପ ଦୂରତାରେ ନେବାକୁ ହେବ। ଏହାଦ୍ୱାରା ହାଇଟ ରିସେଟ ହୋଇଯିବ ଏବଂ ଆପଣ ପୁର୍ନବାର ମେଜରମେଣ୍ଟ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.