ମାର୍କେଟକୁ ଆସିଲା ଦମଦାର Gravton Quanta ଇଲେକଟ୍ରିକ ବାଇକ, ଶସ୍ତା ଦାମ ସହ ଦେଉଛି ଜବରଦସ୍ତ ରେଞ୍ଜ, ଡେରି ନକରି ଶୀଘ୍ର କିଣନ୍ତୁ

ମହଙ୍ଗା ପେଟ୍ରୋଲ ଯୁଗରେ ଏବେ ସମସ୍ତେ ଇଲେକଟ୍ରିକ ଭେଇକିଲ ଖୋଜିବାରେ ବ୍ୟସ୍ତ। ବଜେଟ ଭିତରେ ଯେମିତି ସମସ୍ତେ ବଢ଼ିଆ ଦମଦାର ଇଲେକଟ୍ରିକ ଭେଇକିଲ କିଣିବେ ସେଥିପାଇଁ କମ୍ପାନୀ ମଧ୍ୟରେ ରେସ୍‌ ଚାଲୁଛି। ତେଣୁ ଆମେ ମଧ୍ୟ ଆପଣଙ୍କ ପାଇଁ ଏକ ଇଲେକଟ୍ରିକ ବାଇକ ସମ୍ପର୍କରେ ବଢ଼ିଆ ଖବର ଆଣିଛୁ। ଯାହାକୁ ଶୁଣିବା ମାତ୍ରେ ଆପଣ ବି ଇଚ୍ଛା କରିବେ ଏହାକୁ କିଣିବାକୁ..

ମାତ୍ର ୮୦ ଟଙ୍କାରେ ଯିବ ପୁରା ୮୦୦ କିଲୋମିଟର। କଣ ଶୁଣିକି ଆଶ୍ଚର୍ଯ୍ୟ ଲାଗୁଛି ନା? ସାଧାରଣତଃ ପେଟ୍ରୋଲ ଗାଡ଼ିରେ ଏତେ ବାଟ ଯିବା ପାଇଁ ଲୋକେ ଆଗ କୁଣ୍ଠା ବୋଧ କରିବେ। କାରଣ ୮୦୦ କିଲୋମିଟର ଯିବା ପାଇଁ ସେତିକି ତେଲ ଖର୍ଚ୍ଚ ମଧ୍ୟ ଦରକାର। ତେବେ ଇଲେକଟ୍ରିକ ବାଇକରେ କିନ୍ତୁ ଏହାର ଚିନ୍ତା ନଥାଏ। କେବଳ ଏତିକି ଯେ ଚାର୍ଜ ର୍କେତେ ସମୟ ରହିବ। ତେବେ ଏହି ଭେଇକିଲ କିନ୍ତୁ ବଢ଼ିଆ ଚାର୍ଜ ସର୍ପୋଟ ଦେବ। ଆପଣ ବିନା କୌଣସି ସମସ୍ୟାରେ ଖୁସିରେ ଲଙ୍ଗ ଜର୍ଣ୍ଣି କରିପାରିବେ। ହାଇଦ୍ରବାଦ ସ୍ଥିତ ଷ୍ଟାଟଅର୍ପ ଇଭି ବ୍ରାଣ୍ଡ Gravton Motors ଭାରତୀୟ ବଜାରରେ ଦମଦାର ରେଞ୍ଜ ଥିବା ଇଲେକଟ୍ରିକ ବାଇକ Gravton Quanta ର ବିକ୍ରି ହେଉଛି। କମ୍ପାନୀର କହିବା ଅନୁଯାୟୀ ଏହି ଇଲେକଟ୍ରିକ ବାଇକ ରେ ମାତ୍ର ୮୦ ଟଙ୍କା ରେ ୮୦୦ କିମି ପର୍ଯ୍ୟନ୍ତ ଯିବ।

ମହଙ୍ଗା ପେଟ୍ରୋଲ ଯୁୁଗରେ ଯେଉଁମାନେ ଇଲେକଟ୍ରିକ ଟୁ ହ୍ଵିଲର ର ଖୋଜ କରୁୁଛନ୍ତି। ଆମେ ଇଲେକଟ୍ରିକ ବାଇକ ର ପୁରା ଡିଟେଲ କହିବୁ। ଏହି ଇଲେକଟ୍ରିକ ବାଇକକୁ ଖାସ ତରିକାରେ ଡିଜାଇନ କରାଯାଇଛି। ଏହି ବାଇକରେ ସ୍ୱେପବଲ୍‌ ବ୍ୟାଟେରୀ ଦିଆଯାଇଛି। ଯାହା ୩୨୦ କିଲୋମିଟରର ରେଞ୍ଜ ଦେଇଥାଏ ।ଏଥିରେ 3KW BLDC ମୋଟର ଦିଆଯାଇଛି। ମୋଟରରେ ୧୭୦ ଏନଏମ୍‌ ଟର୍କ ଜେନେରେଟ କରିଥାଏ। ବାଇକର ଟପ ସ୍ପିଡ ୭୦ କିମି ପ୍ରତି ଘଣ୍ଟା ରହିଛି।

ଏଥିରେ ୩କିଲୋଓ୍ଵାଟର ଡିଟେଚଓ୍ଵାଲ ବ୍ୟାଟେରୀ ମିଳୁଛି। ଯାହା ଥରେ ଚାର୍ଜ କରିବା ପରେ ୧୫୦ କିମି ର ରେଞ୍ଜ ଦେଇଥାଏ। ଏଥିରେ ଏକା ସାଙ୍ଗରେ ବ୍ୟାଟେରୀ ଦିଆଯାଇଛି। ଯେଉଁଥିରେ ୩୨୦ କିମି ବଢ଼ି ରେଞ୍ଜ ହୋଇଥାଏ। ମାନେ ଗୋଟିଏ ବ୍ୟାଟେରୀ ସରିଗଲା ପରେ ତାହା ଅନ୍ୟଟିକୁ ସ୍ୱିଚ ହୋଇଯିବ ।

-ଟୁ ମୋଡ ଚାର୍ଜ: ଫାଷ୍ଟ ଚାର୍ଜିଂ ଜରିଆରେ ୯୦ ମିନିଟରେ ବ୍ୟାଟେରୀ ଚାର୍ଜ ହୋଇଯିବ। ଏହା ୧ କିମି ପ୍ରତି ମିନିଟ ହିସାବରେ ଚାର୍ଜ ହୋଇଥାଏ। ନର୍ମାଲ ମୋଡରେ ଏହା ୩ ଘଣ୍ଟା ଚାର୍ଜ ହୋଇଥାଏ।
-କମ୍ପାନୀ ୫ ବର୍ଷର ବ୍ୟାଟେରୀ ଓ୍ଵାରେଣ୍ଟି ଦେଇଥାଏ। ଏଥିରେ ସହଜରେ ରିପ୍ଲେସମେଣ୍ଟ ହୋଇଯିବ ମଧ୍ୟ।
-ସ୍ମାର୍ଟ ଆପ ଜରିଆରେ ରୋଡସାଇଡ ଆସିଷ୍ଟାଣ୍ଟସ୍‌ , ମୋପିଂ ସର୍ଭିସ ଷ୍ଟେସନ , ରିମୋଟ ଲକ / ଅନଲକ ଇ ଲାଇଟ କୁ ଅନ ଅଫ କରିବାର ସୁବିଧା ରହିଛି।
-ଏହା ୩ଟି କଲର ଅପସନ ରେଡ, ହ୍ଵାଇଟ ଓ ବ୍ଲାକ ରେ ମାର୍କେଟକୁ ଆସିଛି।
-କମ୍ପାନୀ ର େଓ୍ଵବସାଇଟରେ ଏହାର ଦାମ ୧,୧୫,୦୦୦ ଟଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.