ଏବେ ଫ୍ରି ହୋଇଯିବ ବିଜୁଳି ବିଲ୍‌ ! ବିଦ୍ୟୁତ୍‌ ବିଲ୍‌ ପଇଠ ମାତ୍ରକେ ହିଁ କ୍ୟାସବ୍ୟାକ୍‌ କରିଦେବ କମ୍ପାନୀ

ଆପଣଙ୍କ ସହ କେବେ ଏମିତି ହୋଇଛି ଯେ ଆପଣ ବିଜୁଳି ବିଲ ଭରିଛନ୍ତି ଆଉ ସେହି ପୂରା ଟଙ୍କା ଆପଣଙ୍କ ଆକାଉଣ୍ଟକୁ ପୁଣି ଆସିଯାଇଛି। ଏ କଥା ଶୁଣି ହୁଏତ ଆପଣଙ୍କୁ ମଜାଗ ଲାଗୁଥାଇପାରେ କିନ୍ତୁ ବାସ୍ତବରେ ଏମିତି ହେଉଛି। ବିଜୁଳି ବିଲ୍‌ ଭରିବା ପରେ ପୂରା ଟଙ୍କା ଆକାଉଣ୍ଟକୁ ଆସିଯାଉଛି। ଆଉ ଏମିତି ହେଲେ ଆପଣଙ୍କ ଘରର ବିଜୁଳି ବିଲ ସମ୍ପୂର୍ଣ୍ଣ ଭାବେ ଫ୍ରି ହୋଇଯିବ। ଏହି ଅଫର ପେଟିଏମ ଦେଉଛି। ଯାହା ବିଷୟରେ ସମ୍ପୂର୍ଣ୍ଣ ଭାବେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଯଦି ଆପଣଙ୍କୁ ଏହି ଅଫର ବିଷୟରେ ଜଣାନାହିଁ ତାହେଲେ ଆଜି ଆମେ ଆପଣଙ୍କ ପାଇଁ ଏହି ଭିଡିଓ ଆଣିଛୁ ଯେଉଁଥିରେ ଆପଣ ଡିଟେଲରେ ଜାଣିପାରିବେ।

ଆସନ୍ତୁ ଜାଣିବା କଣ ଏହି ଅଫର ଏବଂ ଗ୍ରାହକ କେମିତି ପାଇବେ ଏହାର ଫାଇଦା

ପେଟିଏମ ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ବଡ ଖୁସି ଖବର। ଏମିତି ଆମେ ଏଥିପାଇଁ କହୁଛୁ କାରଣ ଏହି ଆପ ସାହାଯ୍ୟରେ ବିଜୁଳି ବିଲର ପେମେଣ୍ଟ କରିବା ଦ୍ୱାରା ଆପଣଙ୍କୁ ବଡ ଫାଇଦା ମିଳିବାକୁ ଯାଉଛି। କମ୍ପାନୀ ବିଜୁଳି ଡେଜ୍‌ ଅଫର ଆରମ୍ଭ କରିଛି ଯେଉଁଥିରେ ବିଜୁଳି ବିଲର ପେମେଣ୍ଟ ଆପ୍‌ ସାହାଯ୍ୟରେ କରିବା ଦ୍ୱାରା ଆପଣଙ୍କୁ ଶତ ପ୍ରତିଶତ ଡିସକାଉଣ୍ଟ ହାସଲ ହେବାକୁ ମଉକା ମିଳିଯିବ। ଅର୍ଥାତ୍‌ ଯଦି ଆପଣଙ୍କର ୫୦୦ ଟଙ୍କା ବିଜୁଳି ବିଲ୍‌ ଆସିଛି ଏବଂ ଆପଣ ଏହାର ପେମେଣ୍ଟ କରୁଛନ୍ତି ତାହେଲେ ବହୁତ ମାତ୍ରାରେ ସମ୍ଭାବନା ରହିଛି ଯେ ଆପଣଙ୍କୁ ପୂରା ୫୦୦ ଟଙ୍କାର କ୍ୟାସବ୍ୟାକ୍‌ ମିଳିବ। ଆଉ ଏପରି ହେଲେ ବିଜୁଳି ବିଲ୍‌ ସମ୍ପୂର୍ଣ୍ଣ ଭାବେ ମାଗଣା ହୋଇଯିବ ଆପଣଙ୍କ ପାଇଁ।

ଏହି ଅଫର ସହ ଜଡିତ ଏକ ଜରୁରୀ କଥା ଯେ ଯେତେବେଳେ ୟୁଜେସ୍‌ ବିଜୁଳି ବିଲର ପେମେଣ୍ଟ କରିବେ ତାହେଲେ ସେମାନଙ୍କୁ ୧୦ ରୁ ୧୫ ତାରିଖ ମଧ୍ୟରେ ପେମେଣ୍ଟ କରିବାକୁ ପଡିବ। ପେମେଣ୍ଟ ଆପ୍‌ ୧୦୦% କ୍ୟାସବ୍ୟାକ ଏବଂ ୨୦୦୦ ଟଙ୍କା ପର୍ଯ୍ୟନ୍ତର ଫାଇଦା ଅତିକମରେ ୫୦ଜଣ ୟୁଜର୍ସଙ୍କୁ ଦିଆଯିବ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପ୍ରଥମ ଥର ବିଲ୍‌ ପେମେଣ୍ଟ କରୁଥିବା ୟୁଜର୍ସଙ୍କୁ ୨୦୦ ଟଙ୍କା ପର୍ଯ୍ୟନ୍ତର କ୍ୟାସବ୍ୟାକ୍‌ ଦିଆଯିବ। ଯଦିଓ ଏଥିପାଇଁ ଆପଣଙ୍କୁ ଏକ ପ୍ରମୋ କୋଡର ବ୍ୟବହାର କରିବାକୁ ପଡିବ। ସେହି ପ୍ରମୋ କୋଡ ହେଉଛି ELECNEW200।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.