Below header

ଆସିଲା ବଢ଼ିଆ ଟ୍ରିକ, ବିନା ନମ୍ବର ସେଭ କରି ସୁଦ୍ଧା କରିପାରିବେ ହ୍ଵାଟ୍ସଆପ୍‌ ମେସେଜ୍‌

ହ୍ଵାଟ୍ସଆପ ଏକ ଏମିତି ପ୍ଲାଟଫର୍ମ, ଯାହାକୁ ବର୍ତ୍ତମାନ ଛୋଟ ଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ ବ୍ୟବହାର କରୁଛନ୍ତି। ବନ୍ଧୁ ପରିଜନଙ୍କ ସମେତ ଅଫିସ କର୍ମଚାରୀଙ୍କ ପର୍ଯ୍ୟନ୍ତ ହ୍ଵାଟ୍ସଆପରେ ଜଣଙ୍କ ସହ ଜଣେ କନେକଟେଡ୍‌ ହୋଇ ରୁହନ୍ତି। ଆଜି ଆମେ ଆପଣଙ୍କୁ ଏକ ଧମାକେଦାର ଟ୍ରିକ ବିଷୟରେ ଜଣାଇବୁ ଯାହାଦ୍ୱାରା ହ୍ଵାଟ୍ସଆପରେ ମେସେଜ ପଠାଇବା ଆହୁରି ବି ସହଜ ହୋଇଯିବ।

ହ୍ଵାଟ୍ସଆପକୁ ଭଏସ କଲ୍ସ ଏବଂ ଭିଡିଓ କଲ୍ସ କରିବା ପାଇଁ ମଧ୍ୟ ବ୍ୟବହାର କରାଯାଉଛି। କିନ୍ତୁ ମୁଖ୍ୟ ରୂପରେ ଏହା ଏକ ମେସେଜିଙ୍ଗ ଆପ୍‌। ସାଧାରଣତଃ ହ୍ଵାଟ୍ସଆପରେ କାହାକୁ ମେସେଜ୍‌ କରିବାକୁ ହେଲେ ତାଙ୍କ ନମ୍ବର ସେଭ କରିବାକୁ ପଡିଥାଏ। ହ୍ଵାଟ୍ସଆପରେ ଆପଣ ସେହି ଲୋକଙ୍କୁ ମେସେଜ ପଠାଇପାରିବେ ଯାହା ଆପଣ ନିଜ କଣ୍ଟାକ୍ଟ ଲିଷ୍ଟରେ ସେଭ୍‌ କରିଛନ୍ତି। ତେବେ ଆସନ୍ତୁ ଜାଣିବା ଆପଣ ବିନା ନମ୍ବର ସେଭ କରି ହ୍ଵାଟସଆପରେ କାହାକୁ କେମିତି ମେସେଜ୍‌ ପଠାଇବେ।

ତେବେ ଆସନ୍ତୁ ଜାଣିବା ବିନା କଣ୍ଟାକ୍ଟକୁ ସେଭ୍‌ କରି ଆପଣ କିପରି ହ୍ଵାଟ୍ସଆପରେ କାହାକୁ ମେସେଜ୍‌ ପଠାଇବେ। ଏଥିପାଇଁ ପ୍ରଥମେ ଆପଣ ନିଜ ସ୍ମାର୍ଟଫୋନ କିମ୍ବା ଲାପଟପ୍‌ ବ୍ରାଉଜରକୁ ଯାଆନ୍ତୁ। ୟୁଆରଏଲ ସ୍ଥାନରେ ‘https://wa.me/phonenumber’ ଏଣ୍ଟର କରନ୍ତୁ ଏବଂ ଫୋନ ନମ୍ବର ବଦଳରେ ସେହି ନମ୍ବର ଲେଖନ୍ତୁ ଯାହାକୁ ଆପଣ ହ୍ଵାଟସଆପରେ ମେସେଜ୍‌ ପଠାଇପାରିବେ। ଏହାପରେ ଆପଣଙ୍କୁ ‘କଣ୍ଟିନ୍ୟୁ ଟୁ ଚାଟ’ ଅପ୍ସନ ମିଳିବ। ଯେମିତି ହିଁ ଆପଣ ଏହି ଅପ୍ସନରେ କ୍ଲିକ କରିବେ ଆପଣଙ୍କ ସାମ୍ନାରେ ହ୍ଵାଟ୍ସଆପରେ ଏକ ନୂଆ ଚାଟବକ୍ସ ଖୋଲିଯିବ।

ଦର୍ଶକବନ୍ଧୁ ଏହିପରି ଭାବେ ବିନା ନମ୍ବର ସେଭ କରି ମଧ୍ୟ ମେସେଜ୍‌ ପଠାଇପାରିବେ। ଧ୍ୟାନ ରଖନ୍ତୁ ଏଥିପାଇଁ ନିହାତି ଜରୁରୀ, ଯାହାକୁ ଆପଣ ମେସେଜ୍‌ ପଠାଇବାକୁ ଚାହୁଁଛନ୍ତି ସେ ଯେପରି ହ୍ଵାଟସଆପ୍‌ ବ୍ୟବହାର କରୁଥିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.