Whatsapp ୟୁଜର୍ସଙ୍କ ପାଇଁ ବଡ ଖବର, କମ୍ପାନୀ ୧୪ ଲକ୍ଷରୁ ଅଧିକ ଏକାଉଣ୍ଟ କଲେ ବନ୍ଦ, ଶୀଘ୍ର ଚେକ କରନ୍ତୁ ଆପଣଙ୍କର

Whatsapp ୟୁଜର୍ସଙ୍କ ପାଇଁ ବଡ ଝଟକା | ଯଦି ଆପଣ Whatsapp ବ୍ୟବହାର କରୁଛନ୍ତି ତ ଆପଣଙ୍କ ପାଇଁ ଜରୁରୀ ଖବର | Whatsapp ଫେବୃଆରୀ 2022 ର ଅଭିଯୋଗକୁ ଆଧାର କରି ପ୍ରାୟ 14.26 ଲକ୍ଷ ଭାରତୀୟ Whatsapp ଏକାଉଣ୍ଟ ବନ୍ଦ କରିଛନ୍ତି | କମ୍ପାନୀ ଏ ସମ୍ପର୍କରେ ପ୍ରକାଶ କରିଛି |

ନିୟମ ଉଲଙ୍ଘନକାରୀଙ୍କ ଉପରେ ଲାଗିବ ପ୍ରତିବନ୍ଧକ :

ନିୟମ ଉଲଙ୍ଘନକାରୀଙ୍କୁ ରୋକିବା ସହ ସେମାନଙ୍କ ଠିକଣା ଜାଣିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସେମାନଙ୍କ ଏକାଉଣ୍ଟ ବନ୍ଦ କରିଥିବା କହିଛି କମ୍ପାନୀ | 1ରୁ 28 ଫେବୃଆରୀ ମଧ୍ୟରେ 335 ନିୟମ ଉଲଙ୍ଘନକାରୀଙ୍କ ବିରୋଧରେ ଅଭିଯୋଗ ଆସିଥିଲା | କମ୍ପାନୀ 21 ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ 21 ଭାରତୀୟ Whatsapp ଏକାଉଣ୍ଟ ବନ୍ଦ କରିଥିଲା |

ଫେବୃଆରୀ ମଧ୍ୟରେ 14.26 ଲକ୍ଷ ଭାରତୀୟ Whatsapp ଏକାଉଣ୍ଟକୁ ବ୍ୟାନ କରାଯାଇଥିଲା | ସେହିପରି ଜାନୁଆରୀରେ ମଧ୍ୟ 18.58 ଲକ୍ଷ ଭାରତୀୟ Whatsapp ଏକାଉଣ୍ଟକୁ ବ୍ୟାନ କରାଯାଇଥିଲା | ଶୀଘ୍ର ଚେକ କରନ୍ତୁ ସେଥିରେ ଅପାଙ୍କର ନାହିଁ ତ !

ଜାଣନ୍ତୁ କ’ଣ କହୁଛି କମ୍ପାନୀ :

ବର୍ଷ ବର୍ଷ ଧରି ଆମ ପ୍ଲାଟଫର୍ମରେ ୟୁଜର୍ସଙ୍କୁ ସୁରକ୍ଷିତ ରଖିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଅନ୍ୟ ଅତ୍ୟାଧୁନିକ ଟେକନିକ, ଡାଟା ସାଇଣ୍ଟିସ୍ତ ଓ ଏକ୍ସପର୍ଟ ଲଗାତାର ତାଙ୍କ ଉଦ୍ୟମ ଜାରି ରଖିଛନ୍ତି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.