୧୮ ବର୍ଷ ପରେ ନିଜ ପିଲାଙ୍କ ପାନ୍‌ କାର୍ଡ କରିପାରିବେ ଅପଡେଟ୍‌, ଜାଣନ୍ତୁ କିପରି

ସ୍ଥାୟୀ ଖାତା ସଂଖ୍ୟା (PAN) ଆୟକର ବିଭାଗ ପକ୍ଷରୁ ଦଶ ଅଙ୍କର ଅଲ୍ଫାନ୍ୟୁମେରିକ ନମ୍ବର ରହିଛି। ଏହାର ବ୍ୟବହାର ପରିଚୟ ପତ୍ର ପ୍ରମାଣ ରୂପେ କରାଯାଇଥାଏ। ପାନ୍‌ କାର୍ଡକୁ ଭାରତର ନାଗରିକଙ୍କ ପାଇଁ ସବୁଠାରୁ ମହତ୍ୱପୂର୍ଣ୍ଣ ଜିନିଷ। ଛାତ୍ର-ଛାତ୍ରୀମାନେ ମଧ୍ୟ ୧୮ ବର୍ଷ ପରେ ପାନ୍‌ କାର୍ଡ ପାଇଁ ଆବେଦନ କରିପାରିବେ। ନାବାଳକଙ୍କ ପାଇଁ ମାତା-ପିତା ନିଜ ପକ୍ଷରୁ ପାନ୍‌ କାର୍ଡ ପାଇଁ ଆବେଦନ କରିପାରିବେ। ସୂଚନା ମୁତାବକ ପାନ୍‌ କାର୍ଡ ପାଇଁ ଆବେଦନ କରିବା ପାଇଁ ଅଧିକତମ ବୟସ ସୀମା ନାହିଁ।

ନାବାଳକ ଅର୍ଥାତ ୧୮ ବର୍ଷରୁ କମ ବୟସ ହୋଇଥିବା ପିଲାମାନଙ୍କ ପାଇଁ ଜାରି କରାଯାଇଥିବା ପାନ୍‌ କାର୍ଡରେ ନାବାଳକଙ୍କ ଫଟୋ କିମ୍ବା ହସ୍ତାକ୍ଷର ନଥାଏ। ଏହିକାରଣରୁ ଏହାକୁ ଏକ ବୈଧ ପ୍ରମାଣପତ୍ର ରୂପେ ବ୍ୟବହାର କରାଯାଇପାରିବ ନାହିଁ। ଯଦି ଆପଣ ନିଜ ପିଲାଙ୍କ ପାନ୍‌ କାର୍ଡ ଅପଡେଟ୍‌ କରିବାକୁ ଚାହୁଁଛନ୍ତି ତେବେ ଏହାର ପ୍ରକ୍ରିୟା ସମ୍ପର୍କରେ ଜାଣନ୍ତୁ।

pan-ପାନ୍‌ କାର୍ଡରେ ପରିବର୍ତ୍ତନ କିମ୍ବା ନୂତନ କାର୍ଡ ପାଇଁ ଫର୍ମ ଭରିବାକୁ ପଡିବ।

-ଆବେଦନ ସମୟରେ ପୂର୍ବରୁ ଥିବା ପାନ୍‌ ନମ୍ବର ବିଷୟରେ ଜଣାନ୍ତୁ ଏବଂ ଫଟୋ ଓ ହସ୍ତାକ୍ଷରର ମିସ୍ମ୍ୟାଚ୍‌ ଚେକ୍‌ କରି ଅନଲାଇନ୍‌ ଫର୍ମ ସମିଟ୍‌ କରନ୍ତୁ।

-ଫର୍ମରେ ଆବେଦକଙ୍କ ହସ୍ତାକ୍ଷର ରହିବା ସହ ୨ଟି ଫଟୋ ଦିଅନ୍ତୁ।

-ଆବେଦନ ପତ୍ର ସହ ପ୍ରମାଣପତ୍ର ଏବଂ ଠିକଣା ଏବଂ ବ୍ୟାଙ୍କ ଡିଟେଲ୍ସ ଜମା କରନ୍ତୁ।

-ଏଥିସହ ଇଣ୍ଟରନଟ୍‌ ବ୍ୟାକିଂ ଜରିଆରେ କିମ୍ବା କ୍ରେଡିଟ୍‌/ଡେବିଟ୍‌ କାର୍ଡ ମାଧ୍ୟମରେ ୧୦୭ ଟଙ୍କା ଜମା କରିବାକୁ ପଡିବ।

-ଶେଷରେ ଆବେଦକଙ୍କୁ ଅନଲାଇନ୍‌ ଫର୍ମ ଜମା କରିବା ପରେ ଏକ ସ୍ୱୀକୃତି ନମ୍ବର ମିଳିବା ପରେ NSDL କିମ୍ବା UTISL କେନ୍ଦ୍ର ପଠାଇଦିଅନ୍ତୁ।

ଯଦି ଆବଶ୍ୟକ ପଡେ ସମ୍ବନ୍ଧିତ ପ୍ରମାଣପତ୍ର ଜମା କରି ପାନ୍‌ ର ଠିକଣା କିମ୍ବା ନାଁ ରେ ପରିବର୍ତ୍ତନ କରିପାରିବେ।

pan-aadhaarପାନ୍‌ କାର୍ଡ କରିବା ପାଇଁ ଆପରଙ୍କୁ ଲମ୍ବା ଚଉଡା ଆବେଦନ ଫର୍ମ ଭରିବାର କୌଣସି ଆବଶ୍ୟକତା ନାହିଁ। ଯଦି ଆପଣ ବର୍ତ୍ତମାନ ପର୍ଯ୍ୟନ୍ତ ନିଜର ପାନ୍‌ କାର୍ଡ କରିନାହାନ୍ତି ତେବେ ଆପଣ ଆଧାର ନମ୍ବର ଜରିଆରେ ପାନ୍‌ କାର୍ଡ କରିପାରିବେ। Aadhaar ଆଧାରିତ e-KYC ଜରିଆରେ ତତ୍କାଳ ପାନ୍‌ ଜାରି ହୋଇଥାଏ। ସଠିକ୍‌ ଆଧାରକାର୍ଡ ଥିବା ଲୋକମାନେ ଏହି ସୁବିଧା ଜରିଆରେ ନିଜର ପାନ୍‌ କାର୍ଡ ୧୦ ମିନିଟ୍‌ ରୁ କମ ସମୟ ମଧ୍ୟରେ ତିଆରି କରିପାରିବେ। ଏଥିପାଇଁ ମୋବାଇଲ ନମ୍ବର ଆଧାର ନମ୍ବର ସହ ଲିଙ୍କ୍‌ ହେବା ଜରୁରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.