ରକ୍ଷକ ସାଜିଲା ଭକ୍ଷକ, ୮ ନବଜାତକଙ୍କୁ ଏମିତି ନୃଂଶସ ଭାବେ ହତ୍ଯା କଲା ନର୍ସ, ଜାଣନ୍ତୁ ପୂରା ଘଟଣା

ଇଂଲଣ୍ଡରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ପଢିଲା ପରେ ଆପଣଙ୍କ ଲୋମ ମଧ୍ୟ ଟାଙ୍କୁରୀ ଯିବ। ଏଠାରେ ଥିବା ଏକ ହସପିଟାଲରେ ବ୍ରିଟିଶ ମହିଳା ସ୍ବାସ୍ଥ୍ଯକର୍ମୀଙ୍କ ଉପରେ ୮ ଜଣ ନବଜାତକକୁ ମାରିବା ସହିତ ଅନ୍ଯ ୧୦ ଜଣ ଲୋକଙ୍କୁ ମାରିଥିବା ଅଭିଯୋଗ ହୋଇଛି। କିନ୍ତୁ ନର୍ସ ଜଣକ ଏହି ୮ ନବଜାତଙ୍କୁ କାହିଁକି ମାରିଲା ତା’ର କୌଣସି ସୂଚନା ମିଳିନାହିଁ। ଏହି ଅଭିଯୋଗ ଅନୁଯାୟୀ ସେହି ନର୍ସଙ୍କୁ ପୋଲିସ ଗିରଫ କରିଛି।

baby

ସୂଚନା ମୁତାବକ, ଏଠାରେ ଥିବା ଦ କାଉଣ୍ଟସ ଅଫ ଷ୍ଟେଚର ହସପିଟାଲରେ କାମ କରନ୍ତି ନର୍ସ ଲୁସି ଲେବି। ସେ ୨୦୧୫ ଏବଂ ୨୦୧୬ ମଧ୍ୟରେ ଏହି ୩୦ ବର୍ଷୀୟ ମହିଳା ନବଜାତ ୟୁନିଟରୁ ନବଜାତ ଶିଶୁଙ୍କୁ ମାରିଦେଉଥିବା ଅଭିଯୋଗ ହୋଇଥିଲା। କେବଳ ଏବେ ନୁହେଁ, ଏହା ପୂର୍ବରୁ ମଧ୍ୟ ଅନ୍ଯ କୌଣସି କାରଣରୁ ଲୁସି ଲୁବିଙ୍କ ଗିରଫ କରାଯାଇସାରିଛି। ପରେ ତାଙ୍କୁ ଜାମିନ ମଧ୍ୟ ମିଳିଥିଲା। କିନ୍ତୁ ଏହି ଘଟଣାରେ ସେ କ’ଣ ପାଇଁ ନବଜାତଙ୍କୁ ମାରୁଥିଲା, ତା’ର ରହସ୍ଯ ତଦନ୍ତ ପରେ ଜଣାପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.