ଜାଣନ୍ତିକି ମାସ୍କ ପିନ୍ଧି ବି ଆପଣ ଫେସ ଆଇଡି ସାହାଯ୍ୟରେ iPhone କରିପାରିବେ ଲକ ଓ ଅନଲକ

Apple ର ଲାଟେଷ୍ଟ ios 15.4 ଅପଡେଟ ଏବେ ସମସ୍ତ ୟୁଜର ମାନଙ୍କ ପାଇଁ ଉପଲବ୍ଧ ହେଉଛି । ଏହା ଦ୍ୱାରା ଫେସ ମାସ୍କ ପିନ୍ଧିଥିଲେ ସୁଦ୍ଧା ଫେସ ଆଇଡି ସାହାଯ୍ୟରେ ଫୋନକୁ ଅନଲକ କରାଯାଇପାରିବ । ଆଗରୁ ୟୁଜର ମାନେ ମାସ୍କ ପିନ୍ଧିବା ସମୟରେ ଫୋନ ଅନଲକ କିମ୍ବା ଲକ କରିପାରୁନଥିଲେ । ଆଉ ଏହିପରି ସମୟରେ ୟୁଜର ମାନେ iPhone passcode ଟାଇପ କରି ଫୋନକୁ ଖୋଲିପାରିବେ କିମ୍ବା ବନ୍ଦ ବି କରିପାରିବେ । ଆଉ ମଧ୍ୟ ଫେସ ଆଇଡି ଟେକନିକକୁ ଅଟୋଫିଲ ପାସୱାର୍ଡ, ଆପ ଷ୍ଟୋରରେ କୌଣସି ପ୍ରକାରର ଟ୍ରାଞ୍ଜାକ୍ସନ ଆଦିରେ ମଧ୍ୟ ବ୍ୟବହାର କରାଯାଇ ପାରିବ । କିନ୍ତୁ ପୂର୍ବରୁ ମାସ୍କ ପିନ୍ଧିବା ସମୟରେ ୟୁଜର ମାନେ ଉପରୋକ୍ତ ସୁବିଧାରୁ ବଂଚିତ ହେଉଥିଲେ । ଆଉ ଦିନ କୁ ଦିନ ଆବିଷ୍କାର ହେଉଥିବା ନୂଆ ନୂଆ ଅସୁବିଧା ପାଇଁ ବି ଏହି ସମାନ ସୁବିଧା ଉପଲବ୍ଧ ହେବ ।

i phone

image credit: GSMA rena

ଆପଣ କୌଣସି ମୋବାଇଲରେ ନୂଆ ଅପଡେଟ କରିବାକୁ ଚାହୁଁଥିଲେ ପ୍ରଥମେ ଆପଟିକୁ ଇଂସ୍ଟଲ କରିବା ପରେ ଫେସ ଆଇଡିକୁ ସେଟ କରିବାକୁ ପଡିବ । ଆଉ ଏହା ପରେ ଆପଣ ଫେସ ମାସ୍କ ପିନ୍ଧି ବି ନିଜ ଆଇଫୋନକୁ ଅନ ତଥା ଅନଲକ କରିପାରିବେ । କହିରଖିବା ଉଚିତ ହେବକି ଫେସ ମାସ୍କ ପିନ୍ଧି ଫେସ ଆଇଡି ସାହାଯ୍ୟରେ ଅନଲଂକିଙ୍ଗ ପ୍ରକ୍ରିୟା iPhone 12 ତଥା ଏହା ଠାରୁ ନୂଆ ଭର୍ସନର ଫୋନ ଗୁଡିକରେ ଉପଲଵଧ ହେଉଛି ।ଏଗୁଡିକ ମଧ୍ୟରେ ରହିଛି Apple iPhone 12 mini, iPhone 12, iPhone 12 Pro, iPhone 12 Pro Max, iPhone 13 mini, iPhone 13, iPhone 13 Pro ଓ iPhone 13 Pro Max. ପରି ଫୋନ ମାନଙ୍କରେ ମିଳିପାରିବ । କିନ୍ତୁ iPhone 11 ସିରିଜ, iPhone XS, iPhone X ରେ ଏହି ସୁବିଧା ଗୁଡିକ ମିଳିବ ନାହିଁ । ନଚେତ ୟୁଜର ମାନେ ନିଜ ଡିଭାଇସକୁ ios 15.4କୁ ଅପଡେଟ କରାଇନେବା ଉଚିତ । ପ୍ରଥମେ ଫୋନର ସେଟିଙ୍ଗକୁ ଯାଇ ସଫଟୱେୟାର ଅପଡେଟ କରାଇ ନିଅନ୍ତୁ । ଯେଉଁ ସମୟରେ ଆପଣଙ୍କର ୱାଇ ଫାଇ ସୁବିଧା ଥିବ ସେହି ସମୟରେ ହିଁ ଏହି ସବୁ ଅପଡ଼େଟ କରାଇ ନେବା ଉଚିତ । ios 15.4କୁ iPhoneରେ ଇଂସ୍ଟଲ କରିବା ପରେ ଫେସ ଆଇଡିକୁ ସେଟ କରାଇ ନେବା ଉଚିତ ।

ଏହା ପରେ ଆପଣଙ୍କ ସ୍କ୍ରିନରେ ଦୁଇଟି ଅପସନ ଦେଖାଦେବ । ସେମଧ୍ୟରୁ ଗୋଟିଏ ହେଉଛି ଫେସ ଆଇଡି ମାସ୍କ ସହିତ ଓ ଅନ୍ୟଟି ହେଉଛି ଫେସ ଆଇଡି ବିନା ମାସ୍କରେ । ଆଉ ଯଦି ବି ଆପଣ ଦ୍ଵିତୀୟ ଅପସନ ଟିରେ କ୍ଲିକ କରୁଛନ୍ତି ତେବେ ବି ଆପଣଙ୍କୁ ନୂଆ କିଛି କରିବାକୁ ପଡିବ ନାହିଁ । ଯଦି ଆପଣ ଫାଷ୍ଟ ଅପସନକୁ ଚୟନ କରନ୍ତି ତେବେ ଆପଣଙ୍କୁ ଫେସ ଆଇଡିକୁ ଆଉ ଥରେ ସେଟ କରିବାକୁ ହେବ । ଏମିତିକି ମାସ୍କ ମଧ୍ୟ ପିନ୍ଧିବାକୁ ପଡିବ ନାହିଁ । କିନ୍ତୁ ମନେ ରଖନ୍ତୁ ଯଦି କେହି ଚଷମା ବ୍ୟବହାର କରୁଥାନ୍ତି ତେବେ ଅନଲଂକିଙ୍ଗ କରିବା ସମୟରେ ବି ଆପଣଙ୍କୁ ତାହାକୁ ପିନ୍ଧିବାକୁ ହେବ । ଆଉ ମଧ୍ୟ ସମ୍ପୂର୍ଣ୍ଣ ମୁହଁ ଦେଖେଇଲେ ହିଁ ଫେସ ଆଇଡି ଅଧିକ ଆକ୍ୟୁରେଟ ହେବ । କିନ୍ତୁ ସନଗ୍ଳାସ ପିନ୍ଧିବା ସମୟରେ ଏହି ଫେସ ଆଇଡି ସେତେଟା ଫଳପ୍ରଦ ହୁଏ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.