ଲକଡାଉନ୍ ପରର ଡାଟା ସେୟାର କଲା ଗୁଗଲ, ଏମିତି ନିୟମ ମାନୁଛନ୍ତି ଆମ ଲୋକ

କରୋନା ଭାଇରସ ସଂକ୍ରମଣ ବେଳେ ଲୋକଙ୍କ ଗତିବିଧି ସମ୍ପର୍କିତ ଡାଟା ସେୟାର କରିଛି ଗୁଗଲ। ରିପୋର୍ଟରେ ଜଣାପଡ଼ିଛି ଯେ ଲୋକମାନେ ଏହି ଲକଡାଉନକୁ ଗମ୍ଭୀରତାର ସହ ନେଇଛନ୍ତି। ଭାରତରେ ପବ୍ଲିକ ପ୍ଲେସରେ ଲୋକଙ୍କ ଯିବା ଆସିବା ଏକାଠି ହେବା ଆଦି କମିଛି।

lock

ଏହି ରିପୋର୍ଟରେ ଭାରତୀୟ ଡାଟାକୁ ୬ ଭାଗରେ ବିଭକ୍ତ କରାଯାଇଛି। ଏଥିରେ ରିଟେଲ ଓ ରିକ୍ରିଏସନ, ଗ୍ରୋସାରି ଓ ଫାର୍ମାସୀ, ପାର୍କସ, ଟ୍ରାଞ୍ଜିଟ ଷ୍ଟେସନ, ୱାର୍କ ପ୍ଲେସ ଓ ରେସିଡେନ୍ସିଆଲ ଏରିଆ ରହିଛି। ରିପୋର୍ଟ ମୁତାବକ ଗୁଗଲ ୟୁଜର ମାନେ ପୂର୍ବରୁ ଯେଉଁ ଅନୁପାତରେ ପାର୍କ, ଦୋକାନ, ରେସ୍ତୋରାଁ, ବସ, ମେଟ୍ରୋ ଓ ରେଲୱେ ଷ୍ଟେସନ ଯାଉଥିଲେ ଏବେ ତାହା ହ୍ରାସ ପାଇଛି।

lock2

ଏହି ରିପୋର୍ଟରେ ରିଟେଲ ଓ ରିକ୍ରିଏସନ ସ୍ଥାନରେ ଦେଖାଯାଉଥିବା ଲୋକଙ୍କ ସଂଖ୍ୟା ୭୭ ପ୍ରତିଶତ ହ୍ରାସ ପାଇଥିବା ବେଳେ ରେସ୍ତୋରାଁ, କ୍ୟାଫେ, ପାର୍କ ଆଦିରେ ୫୭ ପ୍ରତିଶତ ଲୋକ କମିଛନ୍ତି। ସେହିପରି ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ୭୧ ପ୍ରତିଶତ କମ ହୋଇଛି।

lock4

ଲୋକମାନେ ଏବେ ବାହାରକୁ ଖୁବ କମ ବାହାରୁଥିବା ବେଳେ ଅଧିକାଂଶ ସମୟ ଘରେ ବିତାଉଥିବା ଦେଖିବାକୁ ମିଳିଛି। ଏହି ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ ଭାରତର ଲୋକମାନେ ଲକଡାଉନକୁ ଗୁରୁତ୍ୱର ସହ ନେଇଛନ୍ତି ଓ ପାଳନ ମଧ୍ୟ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.