୨ ଡିସେମ୍ବରରେ ଲଞ୍ଚ ହେବ ଭାରତ ର ପ୍ରଥମ ବ୍ୟାଟେରୀ ସ୍ୱେପବେଲ୍‌ ବାଉଂଶ ଇଲେକ୍ଟ୍ରିକ ସ୍କୁଟର, ଓଲା ସହ ହେବ ମୁକାବିଲା

ନୂଆଦିଲ୍ଲୀ : ବାଉଂଶ ଇଲେକ୍ଟ୍ରିକ ସ୍କୁଟର ୨ ଡିସେମ୍ବରରେ ନିଜର ଇଲେକ୍ଟ୍ରିକ ସ୍କୁଟର ଲଞ୍ଚ କରିବାକୁ ଯାଉଛି । ଭାରତ ସ୍ଥିତ ଷ୍ଟାର୍ଟ ଅଫ କମ୍ପାନୀ ଘୋଷଣା କରିଛି ଯେ ଲଞ୍ଚ ସହ ବୁକିଂ ଆରମ୍ଭ କରିବ । ଏହାର ବୁକିଂ ଆମାଉଣ୍ଟ ମାତ୍ର ୪୯୯ ଟଙ୍କା ରଖାଯାଇଛି । ସ୍କୁଟରର ଡେଲିଭରି ଆସନ୍ତା ବର୍ଷ ଆରମ୍ଭରେ ହେବ ବୋଲି କମ୍ପାନୀ କହିଛି ।

ଏହି ସ୍କୁଟର ବିନା ବ୍ୟାଟେରୀରେ ମଧ୍ୟ କିଣିବାର ଅପସନ ରହିଛି । ଯାହାଦ୍ୱାରା କ୍ରେତା ବିନା ବ୍ୟାଟେରୀରେ ସ୍କୁଟର କିଣି ବ୍ୟାଟେରୀ ସ୍ୱାପିଙ୍ଗ ନେଟଓ୍ଵର୍କର ସୁବିଧା ନେଇ ପାରିବେ । ଅର୍ଥାତ ଏକ ଖାଲି ବ୍ୟାଟେରୀ ନେଇ ଏକ ନିର୍ଦ୍ଦିଷ୍ଟ ଟଙ୍କାରେ ବିଭିନ୍ନ ପଏଣ୍ଟରେ ଏହାକୁ ଚାର୍ଜ କରିପାରିବେ ।

ରିମୁଭେବଲ ବ୍ୟାଟେରୀ ସିଷ୍ଟମ :

ନୂଆ ଷ୍ଟାର୍ଟ-ଅପ୍‌ ବଜାରରେ ଭଲ ନାଁ କମାଇବ ବୋଲି ଆଶା କରାଯାଉଛି । ସ୍ୱେପିଙ୍ଗ ନେଟଓ୍ଵର୍କ ଓ ପେମେଣ୍ଟ ସିଷ୍ଟମ ଛଡ଼ା ବାଉଂଶ ଇନଫିନେଟି ଇଲେକ୍ଟ୍ରିକ୍‌ ସ୍କୁଟରକୁ ରିମୋଭେବୁଲ୍‌ ବ୍ୟାଟେରୀ ସହିତ ଛଡ଼ାଯିବ । ଯାହାକୁ ଗାଡ଼ି ମାଲିକ ଘରେ ଚାର୍ଜ କରି ପାରିବେ । ଏହି ସ୍କୁଟର ର ବ୍ୟାଟେରୀ, ଇଲେକ୍ଟ୍ରିକ ମୋଟର ଓ ଚେସିସର ସ୍ପେଶିଫିକେସନ ୦୨ ଡିସେମ୍ବରକୁ ଲୋକଲୋଚନକୁ ଆସିବ ।

ଏହି ସ୍କୁଟର ର ମାନୁଫ୍ୟାକ୍‌ଚରିଂ କାପାସିଟି ୧,୮୦,୦୦୦ ୟୁନିଟ ଅଟେ । ଯଦି ଆପଣ ସ୍କୁଟର ରେ ଋଚି ରଖୁଛନ୍ତି ତେବେ ୪୯୯ ଟଙ୍କା ଦେଇ ବୁକ୍‌ କରନ୍ତୁ । ଭାରତରେ ଏହାର ଡେଲିଭରି ଆସନ୍ତା ବର୍ଷ ପ୍ରଥମ ଭାଗରେ ହେବା ବୋଲି କମ୍ପାନୀ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.