୨୯ ତାରିଖରେ ପୁଣି ଏକ ଲଘୁଚାପ, ଆନ୍ଧ୍ରକୁ ଘନେଇ ପାରେ ବିପଦ

କେନ୍ୟୁଜ୍(ବ୍ୟୁରୋ): ପୁଣି ଏକ ଲଘୁଚାପ। ସପ୍ତାହ ଶେଷ ବେଳକୁ ଗଲ୍‌ଫ ଅଫ ଥାଇଲାଣ୍ଡରେ ସୃଷ୍ଟି ହେବ ଲଘୁଚାପ। କ୍ରମଶଃ ଏହା ଅଧିକ ଶକ୍ତିଶାଳୀ ହୋଇ ଆଣ୍ଡାମାନ ସାଗରରେ ପ୍ରବେଶ କରିବ। ପରେ ଏହା ଆହୁରି ଘନୀଭୁତ ହୋଇ ପଶ୍ଚିମ- ଉତ୍ତରପଶ୍ଚିମ ଦିଗରେ ଗତି କରି ବଙ୍ଗୋପସାଗରରେ ପ୍ରବେଶ କରିବ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଜ୍ଞାନୀ ଜାସନ ନିକୋଲ୍‌ସ। ସେପଟେ ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ ଆସନ୍ତା ୨୯ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।

କ୍ରମଶଃ ଏହା ଅଧିକ ଘନୀଭୂତ ହୋଇ ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବ। ପ୍ରଭାବରେ ୨୯ ଓ ୩୦ ତାରିଖରେ ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ଦକ୍ଷିଣ ଉପକୂଳ ଆନ୍ଧ୍ର ପ୍ରଦେଶ, ୟନମ ଓ ରାୟଲସୀମାରେ ମଧ୍ୟ ପ୍ରବଳରୁ ଅତିପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.