Twitterରେ ମିଳିଲା ଇନ୍‌ଷ୍ଟାଗ୍ରାମ ଫିଚର, ଟ୍ଵିଟ୍‌ କରି ସୂଚନା ଦେଲେ ଏଲନ୍‌ ମସ୍କ

ଏଲନ୍‌ ମସ୍କ ନିକଟରେ ହିଁ Twitter ୟୁଜର୍ସଙ୍କୁ ଇନ୍‌ଷ୍ଟାଗ୍ରାମ ଭଳି ଏକ ଫିଚର ଦେଇଛନ୍ତି ଯାହାର ନାମ ହେଉଛି Highlight tweet । ବର୍ତ୍ତମାନ ୟୁଜର୍ସମାନେ ନିଜ ପସନ୍ଦ ଟ୍ଵିଟ୍‌କୁ ପ୍ରୋଫାଇଲର ଟପ୍‌ରେ ହାଇଲାଇଟ କରି ପାରିବେ । ଏଥିପାଇଁ ଆପଣ ନିଜ ପ୍ରୋଫାଇଲ କୁ ଯାଇ ସେହି ଟ୍ଵିଟ୍‌କୁ ବାଛିବା ପାଇଁ ପଡ଼ିବ ଯାହାକୁ ଆପଣ ପ୍ରୋଫାଇଲ ଟପ୍‌ରେ ରଖିବାକୁ ଚାହୁଁଛନ୍ତି ।

Twitterରେ ଆସିଲା ନୂଆ ଫିଚର । ଏଲନ୍‌ ମସ୍କ ଟ୍ଵିଟ୍‌ କରି ଏହି ନୂଆ ଫିଚର ବିଷୟରେ ସୂଚନା ଦେଇଛନ୍ତି । ସେ ଟ୍ଵିଟ୍‌ କରି କହିଛନ୍ତି ଯେ, ବର୍ତ୍ତମାନ ୟୁଜର୍ସ ଭିଡିଓକୁ ଡାଉନ ସ୍ୱାଇପ କରି ଲଗାତାର ଭାବେ ଦେଖି ପାରିବେ । ଅର୍ଥାତ ଆପଣ ଇନ୍‌ଷ୍ଟାଗ୍ରାମରେ ଯେପରି ରିଲ୍ସ ସ୍ୱାଇପ କରି ଦେଖୁଛନ୍ତି, ଠିକ ସେହିପରି ବର୍ତ୍ତମାନ ଆପଣ ଘଣ୍ଟା ଘଣ୍ଟା Twitterରେ ଭିଡିଓ ସ୍ୱାଇପ କରି ଦେଖିପାରିବେ ।

ଏଲନ୍‌ ମସ୍କ ନିକଟରେ ହିଁ Twitter ୟୁଜର୍ସଙ୍କୁ ଇନ୍‌ଷ୍ଟାଗ୍ରାମ ଭଳି ଏକ ଫିଚର ଦେଇଛନ୍ତି ଯାହାର ନାମ ହେଉଛି Highlight tweet । ବର୍ତ୍ତମାନ ୟୁଜର୍ସମାନେ ନିଜ ପସନ୍ଦ ଟ୍ଵିଟ୍‌କୁ ପ୍ରୋଫାଇଲର ଟପ୍‌ରେ ହାଇଲାଇଟ କରି ପାରିବେ । ଏଥିପାଇଁ ଆପଣ ନିଜ ପ୍ରୋଫାଇଲ କୁ ଯାଇ ସେହି ଟ୍ଵିଟ୍‌କୁ ବାଛିବା ପାଇଁ ପଡ଼ିବ ଯାହାକୁ ଆପଣ ପ୍ରୋଫାଇଲ ଟପ୍‌ରେ ରଖିବାକୁ ଚାହୁଁଛନ୍ତି । ହାଇଲାଇଟ କରିଥିବା ସମସ୍ତ ଟ୍ଵିଟ୍ସ ‘Highlighted Tweet’ ଅପ୍ସନରେ ଥିବା ନଜର ଆସିବ । ଏଭଳି ଫିଚର ଇନ୍‌ଷ୍ଟାଗ୍ରାମରେ ଥାଏ ଯାହା ଦ୍ୱାରା ୟୁଜର୍ସ ନିଜ ପସନ୍ଦ ଫଟୋ କିମ୍ବା ଭିଡିଓକୁ ପ୍ରୋଫାଇଲ ଟପ୍‌ରେ ହାଇଲାଇଟ କରିପାରନ୍ତି ।

ଅନ୍ୟପଟେ ଜଣେ Twitter ୟୁଜର, ଏଲନ୍‌ ମସ୍କଙ୍କୁ ସ୍ମାର୍ଟ ଟିଭି ପାଇଁ ଏକ ଭିଡିଓ ଆପ ଆଣିବା ପାଇଁ କହିଥିଲେ । ଏହାର ଉତ୍ତରରେ ଏଲନ୍‌ ମସ୍କ ଖୁବଶୀଘ୍ର ଏଭଳି ଆପ ଆସିବ ବୋଲି କହିଥିଲେ । ଅର୍ଥାତ ଖୁବଶୀଘ୍ର ସ୍ମାର୍ଟ ଟିଭିରେ ଭିଡିଓ ଆପ ଆସିବ ଯେଉଁଥିରେ ୟୁଜର୍ସମାନେ ଅତି ସହଜରେ ଭିଡିଓ ଦେଖିପାରିବେ ।

ଏଲନ୍‌ ମସ୍କ Twitter ମାଲିକ ହେବା ସହ Twitter ରେ ତାଙ୍କୁ ସବୁଠାରୁ ଅଧିକ ଲୋକ ଫୋଲୋ କରୁଛନ୍ତି । ତାଙ୍କୁ ୧୪୨ ମିଲିୟନ ଲୋକ ଫୋଲୋ କରୁଥିବାବେଳେ ସେ ମାତ୍ର ୩୩୯ ଜଣଙ୍କୁ ଫୋଲୋ କରୁଛନ୍ତି । ତାଙ୍କ ସବସ୍କ୍ରାଇବର୍ସଙ୍କ ସଂଖ୍ୟା ମାତ୍ର ୮୮ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.