ଆଇଫୋନ୍‌ ଧରିବା ସ୍ୱପ୍ନ ହେବ ପୂରଣ, ମାତ୍ର ୩୨ ହଜାରରେ iPhone 11 ଏବଂ ୧୫ ହଜାରରେ କିଣନ୍ତୁ iPhone SE

Apple iPhone 11କୁ ପାଇପାରିବେ ମାତ୍ର ୩୨,୧୦୦ ଟଙ୍କାରେ। iPhone 11ର ୬୪GB ଗ୍ରୀନ୍‌ କଲର ଭେରିୟଣ୍ଟର ଦାମ୍‌ ୪୯,୯୦୦ ଟଙ୍କା ରହିଛି। ଆଇଫୋନ୍‌ ୧୧କୁ ଏକ୍ସଚେଞ୍ଜ ଅଫରରେ କିଣିବା ଦ୍ୱାରା ବଢ଼ିଆ ଅଫର ମିଳିବ ଆପଣଙ୍କୁ। ଡିଭାଇସକୁ ପୁରୁଣା ଫୋନ ଦ୍ୱାରା ଏକ୍ସଚେଞ୍ଜ କରିବା ପରେ ୧୭,୮୦୦ ଟଙ୍କାରେ ଆପଣଙ୍କୁ ମିଳିଯିବ। ଅଫର ଏବଂ ଏକ୍ସଚେଞ୍ଜ ହେବା ପରେ ଆଇଫୋନ୍‌ ୧୧କୁ ଆପଣ କେବଳ ୩୨,୧୦୦ ଟଙ୍କାରେ କିଣିପାରିବେ। ଏକ୍ସଚେଞ୍ଜ୍‌ ଅଫର ବ୍ୟତୀତ ଫ୍ଲିପକାର୍ଟ Axis ବ୍ୟାଙ୍କ କାର୍ଡରେ ୫ ପ୍ରତିଶତ ଅଫର ମିଳିଯିବ।

ଆପଲ iPhone 11ରେ ୬.୧ ଇଞ୍ଚ୍‌ ଡିସପ୍ଲେ ମିଳିଥାଏ। କ୍ୟାମେରା ସ୍ପେକ୍ସ ବିଷୟରେ କହିବା ତାହେଲେ ୧୨MP ଡୁଆଲ ରିୟର କ୍ୟାମେରା ମିଳୁଛି ଏବଂ ଫୋନର ଫ୍ରଣ୍ଟରେ 12MP ର ସେଲଫି କ୍ୟାମେରା ମିଳୁଛି। ଆଇଫୋନ୍‌ ୧୧ A13 Bionicଚିପସେଟ ସହ ଆସୁଛି।

ଏହାରି ମଧ୍ୟରେ ଆମାଜନର ୬୪ଜିବି ଷ୍ଟୋରେଜ୍‌ ଭେରିୟଣ୍ଟକୁ ୩୫,୦୦୦ ଟଙ୍କାରେ କିଣିପାରିବେ। ଫୋନର ବାସ୍ତବିକ ଦାମ୍‌ ଫ୍ଲିପକାର୍ଟ ଭଳି ରହିଛି। କିନ୍ତୁ ଏକ୍ସଚେଞ୍ଜ ଅଫର ସହିତ ଏହି ଫୋନକୁ ଆପଣ ୧୪,୯୦୦ ଡିସକାଉଣ୍ଟରେ ପାଇପାରିବେ। ଗ୍ରାହକ ଚାହିଁଲେ ଉଭୟ ୱେବସାଇଟକୁ ଯାଇ ଫୋନର ଏକ୍ସଚେଞ୍ଜ ଭେଲ୍ୟୁ ଚେକ୍‌ କରିପାରିବେ।

ସେହିଭଳି Apple iPhone SEକୁ ଆପଣ ୧୫,୪୯୯ ଟଙ୍କାରେ କିଣିପାରିବେ। ଫ୍ଲିପକାର୍ଟର ପ୍ରଥମ ଜେନେରେସନର ଆପଲ iPhone SEକୁ ୨୪ ପ୍ରତିଶତ ଡିସକାଉଣ୍ଟ ସହିତ ବିକ୍ରି କରାଯାଉଛି। ଫୋନର ଅସଲୀ ଦାମ୍‌ ୩୯,୯୦୦ ଟଙ୍କା ହୋଇଥିବାବେଳେ ବର୍ତ୍ତମାନ ସମୟରେ ୩୦,୨୯୯ ଟଙ୍କା ସେଲରେ ବିକ୍ରି କରାଯାଉଛି। ଫ୍ଲିପକାର୍ଟରେ ପୁରୁଣା ଫୋନକୁ ଏକ୍ସଚେଞ୍ଜ କରିବା ପରେ ଡିସକାଉଣ୍ଟ ଦେଉଛି। ଏକ୍ସଚେଞ୍ଜ୍‌ ଅଫର ପରେ କମ୍ପାନୀ ୧୪,୮୦୦ ଟଙ୍କାର ଡିସକାଉଣ୍ଟ ଦେଉଛି। ଏହିିଭଳି ଭାବେ ଆପଲ ଆଇଫୋନ୍‌ ଏସଇ ଆପଣଙ୍କୁ ମାତ୍ର ୧୫,୪୯୯ ଟଙ୍କାରେ ମିଳିଯିବ।

ଆପଲ iPhone SEରେ ୪.୭ ଇଞ୍ଚ୍‌ ଡିସପ୍ଲେ ମିଳୁଛି। ଡିଭାଇସରେ ୧୨ଏମପି ରିୟର କ୍ୟାମେରା ଏବଂ 7MP ସେଲଫି କ୍ୟାମେରା ମିଳୁଛି। ଏହି ଫୋନ୍‌ A13 ବାୟୋନିକ ଚିପସେଟ ଦ୍ୱାରା ସଞ୍ଚାଳିତ।

ଏହାସହ ପଢ଼ନ୍ତୁ :  ୩୦ ହଜାର ଦାମରେ ଲଞ୍ଚ୍‌ ହେଉଛି  iPhone SE 3, ମିଳିବ 5G କନେକସନ୍‌

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.