Yellow Color ରେ ଲଞ୍ଚ ହେବ iPhone 14

ଆପଲ୍‌ ନିକଟରେ ଆଇଫୋନ ୧୪ସିିରିଜ କୁ ଲଞ୍ଚ କରିଥିଲା। ଏଥିରେ ଅନେକ ଶାନଦାର ଫିଚର୍ସ ଦେଇଥିଲା। ଏହାସହିତ ଫୋନ ମଡେଲ ଖୁବ ଡିମାଣ୍ଡରେ ଥିଲା।ଏବେ iPhone 14 ସିରିଜକୁ ଦେଖିବେ ଏକ ନୂଆ ଲୁକ୍‌ ରେ..ହଳଦିଆ ରଙ୍ଗରେ ଆସିବାକୁ ଥିବା ଏହି ମଡେଲ ସମସ୍ତଙ୍କୁ ଦିଓ୍ଵାନା କରିଦେବ।

iPhone 14 ଖୁବ ଶୀଘ୍ର ନୂଆ କଲରରେ ବଜାରରେ ଲଞ୍ଚ ହେବ। ହଳଦିଆ ରଙ୍ଗରେ ଆସିବାକୁ ଥିବା ଏହି ମଡେଲ ସମସ୍ତଙ୍କୁ ଦିଓ୍ଵାନା କରିଦେବ। ଏବେ ହିଁ କରନିଅନ୍ତୁ ନିଜ ପାଇଁ ବୁକିଂ।

ଆପଲ୍‌ ନିକଟରେ ଆଇଫୋନ ୧୪ସିିରିଜ କୁ ଲଞ୍ଚ କରିଥିଲା। ଏଥିରେ ଅନେକ ଶାନଦାର ଫିଚର୍ସ ଦେଇଥିଲା। ଏହାସହିତ ଫୋନ ମଡେଲ ଖୁବ ଡିମାଣ୍ଡରେ ଥିଲା। ଯଦି ଆପଣ ବି ଆଇଫୋନ ୧୪କୁ କିିଣିବାକୁ ଚାହୁଁଛନ୍ତି ତେବେ ଏହାକୁ ନେଇ ଆଉ ଏକ ଜରୁରୀ ଖବର ଜାଣିନିଅନ୍ତୁ। ଆଇଫୋନ ୧୪ର ଏକ ନୂଆ କଲର ଲଞ୍ଚ ହୋଇଛି। ଆଇଫୋନ ୧୪ ଓ ଆଇଫୋନ ୧୪ ପ୍ଲସ ଦୁଇଟି ହଳଦିଆ ରଙ୍ଗରେ ଲଞ୍ଚ ହେବ। ତେବେ ଏହି କଲର ବିଗତ କିଛି ବର୍ଷ ହେବ ଆଇଫୋନ ବନ୍ଦ କରିଦେଇଥିଲା। ଏମିତି ହେଲେ ପୁଣି ଥରେ ନିଜ ମଡେଲର ଲୁକ କୁ ନେଇ ୟୁଜର୍ସଙ୍କ ମନକୁ ଜିତିବ।

କହିବାକୁ ଗଲେ ଏହାର ସବୁଠୁ ପୁରୁଣା ମଡେଲ ଆଇଫୋନ ୧୧ ହଳଦିଆ ରଙ୍ଗରେ ଲଞ୍ଚ ହୋଇଥିଲା। ଏହାପରେ ଆଇଫୋନ ୧୩ କୁ ନେଇ ଆଶା ରଖାଯାଇଥିଲା। କିନ୍ତୁ ଏହା ପରେ ଗ୍ରିନ ବା ସବୁଜ ରଙ୍ଗରେ ମାର୍କେଟକୁ ଆସିଲା। ଏବେ iPhone 14 Midnigt Black, starlight white, product Red, blue ଓ purple କଲରରେ ମହୁଜୁଦ ଅଛି। ରିପୋର୍ଟ ଅନୁସାରେ ଆପଲ ଆସନ୍ତା ସପ୍ତାହରେ ନିଜର ୧୪ ମଡେଲକୁ ହଳଦିଆ ରଙ୍ଗରେ ଲଞ୍ଚ କରିବ।

ଆଇଫୋନର ନୂଆ ମଡେଲ ମାର୍କେଟକୁ ଆସିବା ପରେ ମାର୍ଚ୍ଚ କିମ୍ବା ଅପ୍ରେଲରେ ନୂଆ କଲରର ଘୋଷଣା କରିଥିଲା। ବର୍ଷ ୨୦୧୭ରେ ଆଇଫୋନ ୭ ଓ ୭ ପ୍ଳସ ରେ ପ୍ରଡକ୍ଟ ରେଡ କୁ ଯୋଡ଼ା ଯାଇଥିଲା। ୨୦୧୮ରେ ଆଇଫୋନ ୮ ଓ ୮ ପ୍ଲସରେ ସମାନ କଲର ଥିଲା। ଆଇଫୋନ ୧୩ ସିରିଜ ଉଭୟ ଗ୍ରୀନ ଓ ପର୍ପଲ କଲରରେ ମାର୍କେଟକୁ ଆସିଥିଲା ।

ପ୍ରକୃତରେ ଆପଲ ପକ୍ଷରୁ ନୂଆ କଲର ପାଇଁ ଅପସନ ଚୁଜ କରିବା ପଛରେ ଏକ ଯୋଜନା ରହିଛି । ଯେମିତି ଏହାର ସେଲ ବଢ଼ିବ। ପ୍ରତିବର୍ଷ ଆଇଫୋନ ର ନୂଆ ସିରିଜ ମାର୍କେଟକୁ ଆସୁଛି। ଏହାପରେ ସେଲ ବଢ଼ୁଛି। ଏବେ ଏହି ଆଇଫୋନ ୧୪ ରେ ୬.୧ ଇଞ୍ଚର ସୁପର ରେଟିନା ଡିସପ୍ଲେ ରହିଛି ଯେବେ ୧୪ ପ୍ଲସରେ ୬.୭ ଇଞ୍ଚର ସୁପର ରେଟିନା ଏକ୍ସଡିଆର ଡିସପ୍ଳେ ରହିଛି। ଦୁଇଟିରେ Advance Dual Camera System ମଧ୍ୟ ରହିଛି। ଯାହାର ପ୍ରାଇମେରି କ୍ୟାମେରା ୧୨ଏମପିର ମିଳୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.