ଆପଣ ଚଲାଉଥିବା ଫୋନ 4G କି 5G? ଜାଣନ୍ତୁ କିଭଳି ଜାଣିବେ ଏହା ବିଷୟରେ

ଅଧିକାଂଶ ସ୍ମାର୍ଟଫୋନ୍ 4G ସପୋର୍ଟ କରୁଥିବାବେଳେ ନୂଆ ହ୍ୟାଣ୍ଡସେଟରେ 5G ସପୋର୍ଟ ମିଳୁଛି । ଯଦି ଆପଣ ଜାଣି ନାହାଁନ୍ତି ଆପଣ ବ୍ୟବହାର କରୁଥିବା ଫୋନ୍ 4G କିମ୍ବା 5G, ତେବେ ଏହାକୁ ଯାଞ୍ଚ କରିବାର ଏକ ସହଜ ଉପାୟ ଅଛି । ତେବେ ଆସନ୍ତୁ ଜାଣିବା କିପରି ଆପଣ ଇଣ୍ଟରନେଟ୍ କନେକ୍ଟିଭିଟିର ସପୋର୍ଟ ଯାଞ୍ଚ କରିପାରିବେ ।

ଭାରତର ପ୍ରାୟ ସବୁ ସ୍ଥାନରେ 4G ସପୋର୍ଟ ଉପଲବ୍ଧ । ଅନ୍ୟପକ୍ଷରେ, ଅକ୍ଟୋବର ୨୦୨୨ରୁ ଦେଶରେ 5G କନେକ୍ଟିଭିଟି ମଧ୍ୟ ଆରମ୍ଭ ହୋଇଛି । କିନ୍ତୁ 5G ହାଇ ସ୍ପିଡ୍ ଇଣ୍ଟରନେଟର କଭରେଜ୍ ସବୁଆଡେ ପହଞ୍ଚି ନାହିଁ । ତଥାପି ଦେଶର ଅନେକ ସହରରେ ରିଲାଏନ୍ସ ଜିଓ ଏବଂ ଏୟାରଟେଲ 5G ସେବା ଯୋଗାଉଛି । ଅଧିକାଂଶ ସ୍ମାର୍ଟଫୋନ୍ 4G ସପୋର୍ଟ କରୁଥିବାବେଳେ ନୂଆ ହ୍ୟାଣ୍ଡସେଟରେ 5G ସପୋର୍ଟ ମିଳୁଛି । ଯଦି ଆପଣ ଜାଣି ନାହାଁନ୍ତି ଆପଣ ବ୍ୟବହାର କରୁଥିବା ଫୋନ୍ 4G କିମ୍ବା 5G, ତେବେ ଏହାକୁ ଯାଞ୍ଚ କରିବାର ଏକ ସହଜ ଉପାୟ ଅଛି । ତେବେ ଆସନ୍ତୁ ଜାଣିବା କିପରି ଆପଣ ଇଣ୍ଟରନେଟ୍ କନେକ୍ଟିଭିଟିର ସପୋର୍ଟ ଯାଞ୍ଚ କରିପାରିବେ ।

ଫୋନ୍ 4G କିମ୍ବା 5G ସପୋର୍ଟ କରେ ତାହା ଆପଣ ଏହି ବକ୍ସକୁ ଦେଖି ଆପଣ ଜାଣିପାରିବେ । ବକ୍ସରେ ଫୋନ୍ କେଉଁ ପ୍ରକାର ନେଟୱାର୍କରେ କାର୍ଯ୍ୟ କରିପାରିବ ତାହା ଦେଖିବା ପାଇଁ ଆପଣ ଏକ ଲେବଲ୍ ପାଇବେ ଯେଉଁଥିରେ ଆପଣ ଜାଣିପାରିବେ ଏହା 4G କି 5G । ଫୋନର ନେଟୱାର୍କ ଯାଞ୍ଚ କରିବାର ଅନ୍ୟ ଏକ ସହଜ ଉପାୟ ହେଉଛି ଫୋନର ସେଟିଂକୁ ଯାଇ ନେଟୱର୍କ ସେଟିଙ୍ଗକୁ ଦେଖିବା । ନେଟୱାର୍କ ସେଟିଂରେ ଆପଣଙ୍କ ଫୋନ୍ କେଉଁ ନେଟୱାର୍କକୁ ସପୋର୍ଟ କରେ ତାହା ଦେଖିବାକୁ ଆପଣ ଏକ ଅପ୍ସନ ପାଇବେ ।

ଯଦି ଆପଣଙ୍କର ଫୋନ୍ 4G କୁ ସପୋର୍ଟ କରେ, ଆପଣ ‘4G’ କିମ୍ବା ‘LTE’ ଦେଖିବେ । ଯଦି ଆପଣଙ୍କର ଫୋନ୍ 5G କୁ ସପୋର୍ଟ କରେ, ତେବେ ଆପଣ ‘5G’ ଦେଖିପାରିବେ । ଯଦି ଆପଣଙ୍କର ଫୋନ୍ ବକ୍ସ ନାହିଁ, ତେବେ ଆପଣ ଅନଲାଇନରେ ଫୋନ୍ ମଡେଲକୁ ସର୍ଚ୍ଚ କରି ଦେଖି ଜାଣିପାରିବେ ଯେ ଏହା 4G କୁ ସପୋର୍ଟ କରେ କି 5Gରେ ଚାଲିଥାଏ । ଆପଣଙ୍କର ଫୋନ୍ ମଡେଲ୍ ଖୋଜିବା ପାଇଁ, ଆପଣଙ୍କର ଫୋନର ସେଟିଂକୁ ଯାଆନ୍ତୁ ଏବଂ ‘about phone’ ଉପରେ ଟ୍ୟାପ୍ କରନ୍ତୁ । ‘about phone’ରେ ଆପଣଙ୍କୁ ‘all specs’ ଅପ୍ସନକୁ ଯିବାକୁ ପଡିବ ।

ଆପଣ ଏଠାରେ ଫୋନର ମଡେଲ ନମ୍ବର ଦେଖିପାରିବେ । 4G / 5G କନେକ୍ଟିଭିଟି ଇଣ୍ଟରନେଟରେ ଫୋନର ନାମ ଏବଂ ମଡେଲ ନମ୍ବର ଖୋଜି ଜଣାପଡିବ । 5G ର ସବୁଠାରୁ ବଡ ଲାଭ ହେଉଛି 4G ତୁଳନାରେ ଆପଣ 5G ରେ ଅଧିକ ସ୍ପିଡ଼ରେ ଇଣ୍ଟରନେଟ୍ ବ୍ୟବହାର କରିପାରିବେ । ଏବେ ରିଲାଏନ୍ସ ଜିଓ ଏବଂ ଏୟାରଟେଲ ଭାରତରେ 5G ସେବା ଯୋଗାଉଛନ୍ତି । ଅଫର ଅନୁଯାୟୀ, ଉଭୟ କମ୍ପାନୀ କୌଣସି ଏକ୍ସଟ୍ରା ଚାର୍ଜ ବିନା ଅନଲିମିଟେଡ଼ 5G ଇଣ୍ଟରନେଟ୍ ବ୍ୟବହାର କରିବାର ସୁବିଧା ପ୍ରଦାନ କରୁଛନ୍ତି । ଯଦି ଆପଣଙ୍କର ଫୋନ୍ 5G ତେବେ ଆପଣ ଏହି ଅଫରର ଲାଭ ଉଠାଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.