ଦିଲ୍ଲୀ ଏୟାରପୋର୍ଟରେ ସକାଳ ୧୦ଟା ୨୦ରୁ ୧୨ଟା ୪୫ ମଧ୍ୟରେ ଉଡ଼ିବ ନାହିଁ କୌଣସି ବିମାନ, ଜାନୁୟାରୀ ୨୬ ଯାଏ ନିୟମ ଲାଗୁ

ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି ଯୋଗୁ ଜାନୁୟାରୀ ୧୯ରୁ ୨୬ ଯାଏ ଦିଲ୍ଲୀ ବିମାନବନ୍ଦରରେ ବିମାନ ସଞ୍ଚାଳନ ହେବ ନାହିଁ । ଏହି ତାରିଖ ସୀମା ମଧ୍ୟରେ ସକାଳ ୧୦ଟା ୨୦ରୁ ଦ୍ୱିପ୍ରହର ୧୨ଟା ୪୫ ପର୍ଯ୍ୟନ୍ତ ଏଠାରୁ କୌଣସି ବି ବିମାନ ଉଡ଼ାଣ ଭରିବ ନାହିଁ ।

ଦିଲ୍ଲୀ ବିମାନବନ୍ଦର ‘ଏକ୍ସ’ରେ ଏ ନେଇ ପୋଷ୍ଟ କରିଛି । ଏଥିରେ କୁହାଯାଇଛି ଯେ NOTAM (ନୋଟିସ୍‌ ଟୁ ଏୟାରମେନ୍‌) ର ନୋଟିସ୍‌ ଅନୁସାରେ, ଜାନୁୟାରୀ ୧୯ରୁ ୨୬ ପର୍ଯ୍ୟନ୍ତ ୨ ଘଣ୍ଟା ୧୫ ମିନିଟ୍‌ ଯାଏ ଦିଲ୍ଲୀ ବିମାନବନ୍ଦରରୁ ନା କୌଣସି ବିମାନ ଉଡ଼ାଣ ଭରିବ ନା ଲ୍ୟାଣ୍ଡ କରିବ ।

ରିପୋର୍ଟରୁ ଜଣାପଡ଼ିଛି, ଭାରତୀୟ ବାୟୁସେନା (ଆଇଏଏଫ୍‌), ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଏବଂ ଭାରତୀୟ ସେନାର ହେଲିକାପ୍ଟର ସହିତ ଷ୍ଟେଟ୍‌ ଓନ୍‌ଡ ବିମାନ ଅବା ହେଲିକାପ୍ଟର, ଯାହା କୌଣସି ରାଜ୍ୟର ରାଜ୍ୟପାଳ କିମ୍ବା ମୁଖ୍ୟମନ୍ତ୍ରୀଙ୍କ ସହ ଉଡ଼ାଣ ଭରୁଛି, ତାହାକୁ ଏହି ଆଦେଶରୁ ବାଦ୍‌ ରଖାଯାଇଛି । ଏହାର ସଞ୍ଚାଳନ ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ।

ସାଧାରଣତନ୍ତ୍ର ଦିବସକୁ ନଜରରେ ରଖି ଦିଲ୍ଲୀରେ ସୁରକ୍ଷା ବଢ଼ାଇ ଦିଆଯାଇଛି । ଦେଶ, ବିଦେଶରୁ ଅନେକ ନାମିଦାମୀ ବ୍ୟକ୍ତିବିଶେଷ ଏହି ସମାରୋହରେ ସାମିଲ ହେବେ । ଚଳିତ ବର୍ଷ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍‌ ସାଧାରଣତନ୍ତ୍ର ଦିବସ ସମାରୋହରେ ଅଂଶଗ୍ରହଣ କରିବେ ।

You might also like