ଜିଓ ,ଏୟାରଟେଲ ନା ଭୋଡ଼ାଫୋନ : ଜାଣନ୍ତୁ ଶସ୍ତାରେ କେଉଁ କମ୍ପାନୀ ଦେଉଛି ଦିନକୁ ଅଧିକ ଡାଟା

ଟେଲିକମ୍ କମ୍ପାନୀଗୁଡିକ ସେମାନଙ୍କ ଗ୍ରାହକଙ୍କ ପାଇଁ ଡେଲି ଡାଟା ସହିତ ଅନେକ ପ୍ରିପେଡ୍ ପ୍ଲାନ ପ୍ରଦାନ କରନ୍ତି । କେତେକ ଗ୍ରାହକ ଶସ୍ତା ପ୍ଲାନ ଖୋଜୁଥିବାବେଳେ ବହୁ ସଂଖ୍ୟକ ଲୋକ ପ୍ରତିଦିନ ୧.୫ ଜିବି ଡାଟା ସହିତ ଏହି ପ୍ଲାନକୁ ପସନ୍ଦ କରନ୍ତି । ଏଥିରେ ଆପଣ ପ୍ରତ୍ୟେକ ଦିନ ଅଧିକ ଇଣ୍ଟରନେଟ୍ ଡାଟା ପାଇପାରିବେ । ଏଠାରେ ଆମେ ଆପଣଙ୍କୁ ରିଲାଏନ୍ସ ଜିଓ, ଏୟାରଟେଲ ଏବଂ ଭୋଡାଫୋନ୍-ଆଇଡିଆର ୫୬ ଦିନର ବୈଧତା ସହିତ ଆସୁଥିବା ପ୍ଲାନ ବିଷୟରେ କହୁଛୁ, ଯାହା ପ୍ରତିଦିନ ୧.୫ ଜିବି ଡାଟା ପ୍ରଦାନ କରିବ।
ରିଲାଏନ୍ସ ଜିଓର ଦୈନିକ ୧.୫ ଜିବି ଏବଂ ୫୬ ଦିନିଆ ପ୍ଲାନ
ରିଲାଏନ୍ସ ଜିଓର ୪୭୯ ଟଙ୍କା ରିଚାର୍ଜ ପ୍ଲାନ ରହିଛି । ଏଥିରେ ୫୬ ଦିନର ବୈଧତା ପାଇଁ ଆପଣଙ୍କୁ ପ୍ରତିଦିନ 1.5GB ଦିଆଯାଏ । ଏହି ପ୍ଲାନରେ ଦିନକୁ ଅନଲିମିଟେଡ ଭଏସ୍ କଲ୍ ଏବଂ ୧୦୦ ଟି SMS ର ସୁବିଧା ଦେଇଥାଏ । ଏହା ସହିତ, Jio ଆପ୍ଲିକେସନର ଏକସେସ ମଧ୍ୟ ଉପଲବ୍ଧ । ଜିଓ ଆପ୍ସରେ ଜିଓ ସିନେମା, ଜିଓ ଟିଭି ଏବଂ ଜିଓନ୍ୟୁସ୍ ଭଳି ଆପ୍ ଅନ୍ତର୍ଭୁକ୍ତ ରହିଛି ।
ଏୟାରଟେଲର ଦୈନିକ 1.5 ଜିବି ଏବଂ ୫୬ ଦିନିଆ ପ୍ଲାନ
ଏୟାରଟେଲର ମିଡ- ଟର୍ମ ପ୍ଲାନ ମଧ୍ୟ ମୂଲ୍ୟ ଦୃଷ୍ଟିରୁ ଜିଓ ସହିତ ସମାନ । ଏୟାରଟେଲର ପ୍ରିପେଡ୍ ପ୍ଲାନର ମୂଲ୍ୟ ୪୭୯ ଟଙ୍କା, ଯେଉଁଥିରେ ପ୍ରତିଦିନ 1.5 ଜିବି ୫୬ ଦିନର ବୈଧତା ସହିତ ଦିଆଯାଏ । ଏହି ଯୋଜନାରେ ପ୍ରତିଦିନ ଅନଲିମିଟେଡ ଭଏସ୍ କଲ୍ ଏବଂ ୧୦୦ ଟି ଏସ୍ଏମ୍ଏସ୍ ଉପଲବ୍ଧ ହେବା ସହିତ ମୋବାଇଲ୍ ଭର୍ସନ ଆମାଜନ ପ୍ରାଇମ ଭିଡିଓ ଫ୍ରି ଟ୍ରାଏଲ , ଫ୍ରି ହ୍ୟାଲୋ ଟିଉନ ଏବଂ ୱିଙ୍କ ମ୍ୟୁଜିକ୍ ପାଇଁ ମାଗଣା ସବସ୍କ୍ରିପସନ୍ ମଧ୍ୟ ପ୍ରଦାନ କରାଯାଇଛି ।
ଭୋଡାଫୋନ୍-ଆଇଡିଆର ଦୈନିକ 1.5 ଜିବି ଏବଂ ୫୬ ଦିନିଆ ପ୍ଲାନ
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଭୋଡାଫୋନ୍-ଆଇଡିଆ ମଧ୍ୟ ସମାନ ମୂଲ୍ୟର ପ୍ଲାନ ପ୍ରଦାନ କରେ । ଏଥିରେ 1.5 ଦିନ ପାଇଁ 1.5 ଜିବି ଡାଟା ଏବଂ ଅନଲିମିଟେଡ଼ ଭଏସ୍ କଲ୍ ର ସୁବିଧା ମଧ୍ୟ ଦିଆଯାଉଛି ।ଏହା ବ୍ୟତୀତ ଫିଲ୍ମ ଏବଂ ଟିଭି, ଏବଂ ୱିକେଣ୍ଡ୍ ଡାଟା ରୋଲଭରର ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି ।