Below header

ଖରା ଆପଣଙ୍କ କାରକୁ କରିଦିଏ ପୁରୁଣା, ଏହି ଟିପ୍ସକୁ ଫଲୋ କରି ଗାଡିକୁ ରଖନ୍ତୁ ସୁରକ୍ଷିତ

କଣ ଆପଣ କେବେ ଭାବିଛନ୍ତି ପ୍ରଚଣ୍ଡ ଖରା ଆପଣଙ୍କ କାର ଉପରେ କଣ ପ୍ରଭାବ ପକାଇପାରେ । ଯଦି ଏହାକୁ ନେଇ କେବେ ଭାବି ନାହାଁନ୍ତି ତାହେଲେ ଆଜି ହିଁ ଚିନ୍ତା କରନ୍ତୁ । କାହିଁକିନା ଭୀଷଣ ଖରା ଆପଣଙ୍କ କାର ଉପରେ ଖରାପ ପ୍ରଭାବ ପକାଇପାରେ। ଖରାରେ ଥିବା ୟୁଭି ରଶ୍ମି ଆପଣଙ୍କ କାରର ପେଣ୍ଟ ପାଇର୍ ବହୁତ ଖତରନାକ ପ୍ରମାଣିତ ହୋଇପାରେ। ଏହି ୟୁଭି ରଶ୍ମି ବା ଅତିବାଇଗଣୀ ରଶ୍ମି ଆପଣଙ୍କ କାରର ପେଣ୍ଟକୁ ଫେଡ କରିପାରେ ଅର୍ଥାତ୍‌ କାରର କଲରକୁ ଫିକା କରିପାରେ। ଯାହାଦ୍ୱାରା ଆପଣଙ୍କ କାରର ପେଣ୍ଟ ସାଇନ୍‌ ଚାଲିଯାଏ। ତେଣିକି ଆପଣ କେତେ ବି ଦାମି କାର କିଣିଥାନ୍ତୁ ନା କାହିଁକି।

ଏହାବ୍ୟତୀତ ଯଦି ଆପଣ ନିଜ କାରକୁ ଖରାରେ ପାର୍କ କରୁଛନ୍ତି ତାହେଲେ ଆପଣ ପ୍ରାୟତଃ ନୋଟିସ୍‌ କରିଥିବେ ଯେ ଯେତେବେଳେ ଆପଣ କାରକୁ କିଛି ସମୟ ପରେ ଖୋଲିବେ, ସେତେବେଳେ କାର ଭିତରର ଗ୍ୟାସ ବାହାରକୁ ବାହାରିଥାଏ। ଏହାଦ୍ୱାରା ମଧ୍ୟ ଆପଣଙ୍କ କାରକୁ କ୍ଷତି ପହଁଚିପାରେ। ଯଦି ଏହି ଗ୍ୟାସର ମାତ୍ରା ବହୁତ ଅଧିକ ବଢ଼ିଯାଏ ତାହେଲେ ଆପଣଙ୍କ କାରର କାଚ କ୍ରାକ୍‌ ହୋଇପାରେ। ଆଉ ଏହାକୁ ଖର୍ଚ୍ଚ କରିବାକୁ ଆପଣଙ୍କୁ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ।

କିଛି ଟିପ୍ସକୁ ଫଲୋ କରି ଆପଣ କ୍ଷତି ସହିବା ଠାରୁ ରକ୍ଷା ପାଇପାରିବେ

ଯେତେବେଳେ ବି କାରକୁ ପାର୍କ କରୁଛନ୍ତି ସେତେବେଳେ ଚେଷ୍ଟା କରନ୍ତୁ ଯେ ଯେଉଁଠି ଆପଣ କାର ପାର୍କ କରିଛନ୍ତି, ସେଠାରେ ଯେପରି ଛାଇ ହୋଇଥିବ । ଓପନ ପାର୍କିଙ୍ଗର ବ୍ୟବହାର କରନ୍ତୁନାହିଁ। ଏମିତି ଯାଗାରେ ପାର୍କ କରନ୍ତୁ ଯେଉଁଠି ଛାଇ ହୋଇଥିବ । ଏହାଦ୍ୱାରା ଆପଣଙ୍କ କାରର ପେଣ୍ଟ୍‌ ମଧ୍ୟ ଫେଡେଡ୍‌ ହେବା ଠାରୁ ରକ୍ଷା ପାଇଯିବ । ଏବଂ କାର ବନ୍ଦ ହେବା ସମୟରେ ଗାଡି ଭିତରେ ହେଉଥିବା ଗ୍ୟାସ ଯାହା ଗରମ ଏବଂ ଖରା ପାଇଁ ହେଉଛି ତାହା ବି ହେବନାହିଁ କିମ୍ବାବହୁତ କମ୍‌ ମାତ୍ରାରେ ହେବ।

ଯଦି ପାର୍କିଙ୍ଗ ପାଇଁ ଛାଇ ସ୍ଥାନ ମିଳୁନାହିଁ ଆଉ କାରକୁ ଖରାରେ ହିଁ ପାର୍କ କରିବାକୁ ପଡୁଛି ତାହେଲେ କାର ଉପରେ କଭର ପକାନ୍ତୁ ଏବଂ ଚେଷ୍ଟା କରନ୍ତୁ କାରର କାଚକୁ ଯେପରି ସାମାନ୍ୟ ଖୋଲା ଛାଡିବେ। ଏପରି କରିବା ଦ୍ୱାରା କାର ଭିତରେ ହେଉଥିବା ଗ୍ୟାସ ଆଉ ହେବନାହିଁ । ଆଉ ଆପଣଙ୍କ କାରର କାଚ ବି ଆଉ କ୍ରାକ୍‌ ହେବନାହିଁ। କାରକୁ କଭର କରିବା ଦ୍ୱାରା ଖରାରେ ଆପଣଙ୍କ କାର ବି ଆଉ ଖରାପ ହେବନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.