ସଞ୍ଚାର ସାଥି ପୋର୍ଟାଲରେ ଚୋରି ହୋଇଯାଇଥିବା ଫୋନକୁ କରନ୍ତୁ ଟ୍ରାକ୍ ଓ ବ୍ଲକ, ଚୋର କରିପାରିବେନି କୌଣସି ଅପବ୍ୟବହାର
କେନ୍ଦ୍ର ସରକାରଙ୍କ ତରଫରୁ ସଞ୍ଚାର ସାଥି ପୋର୍ଟାଲ ଲଞ୍ଚ୍ କରାଯାଇଛି । ଏହାକୁ ଦୂରସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲଞ୍ଚ୍ କରିଛନ୍ତି । ଏହି ପୋର୍ଟାଲ ଜରିଆରେ ଚୋରି ହୋଇଥିବା ମୋବାଇଲ ଫୋନକୁ ଅନଲାଇନ୍ ମାଧ୍ୟମରେ ଟ୍ରାକ କରିପାରିବେ ।
କେନ୍ଦ୍ର ସରକାରଙ୍କ ତରଫରୁ ସଞ୍ଚାର ସାଥି ପୋର୍ଟାଲ ଲଞ୍ଚ୍ କରାଯାଇଛି । ଏହାକୁ ଦୂରସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲଞ୍ଚ୍ କରିଛନ୍ତି । ଏହି ପୋର୍ଟାଲ ଜରିଆରେ ଚୋରି ହୋଇଥିବା ମୋବାଇଲ ଫୋନକୁ ଅନଲାଇନ୍ ମାଧ୍ୟମରେ ଟ୍ରାକ କରିପାରିବେ । ଏହାସହିତ ଆପଣଙ୍କ ମୋବାଇଲ ନମ୍ବରରେ କେତେଟା ସିମ୍ କାର୍ଡ ଆକ୍ଟିଭ ରହିଛି ଏହା ବିଷୟରେ ମଧ୍ୟ ସୂଚନା ହାସଲ କରିପାରିବେ । ଯଦି ଆପଣଙ୍କୁ ଲାଗୁଛି ଯେ ଏଥିରୁ କୌଣସି ନମ୍ବର ଫ୍ରଡ, ତାହେଲେ ଆପଣ ସେହି ନମ୍ବରକୁ ବ୍ଲକ କରିପାରିବେ । ସଞ୍ଚାର ସାଥି ପୋର୍ଟାଲକୁ ସମଗ୍ର ଦେଶରେ ଉପଲବ୍ଧ କରିଦିିଆଯାଇଛି । ଏମିତିରେ ଆପଣ ଆଜି ଠାରୁ କୌଣସି ବି ପୋର୍ଟାଲକୁ ବ୍ୟବହାର କରିପାରିବେ ।
ସ୍ମାର୍ଟଫୋନ୍ ଚୋରି ହେବା ସାଧାରଣ କଥା । କାହିଁକିନା ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାର ଫୋନ୍ ଚୋରି ହେଉଛି ନଚେତ ହଜି ଯାଉଛି । ଫୋନ ଚୋରି ହେବା ଦ୍ୱାରା ନା କେବଳ ଆପଣଙ୍କ ଟଙ୍କା ବରବାଦ୍ ହୋଇଥାଏ ବରଂ ତାସହିତ ବ୍ୟକ୍ତିଗତ ଡାଟା ବି ଅନ୍ୟ ଲୋକର ହାତରେ ଲାଗିପାରେ । ଖାଲି ସେତିକି ନୁହେଁ ଫୋନରେ ଅନଲାଇନ ପେମେଣ୍ଟ ଆପ୍ ବି ମହଜୁଦ ରହିଥାଏ । ଏମିତିରେ ଫୋନ୍ ଚୋରି କିମ୍ବା ହଜି ଗଲେ ସର୍ବପ୍ରଥମେ ଫୋନକୁ ବ୍ଲକ କରିବାକୁ ପଡିଥାଏ । ତାସହ ଫୋନକୁ ଟ୍ରାକ ବି କରିବାକୁ ପଡିଥାଏ । ଏହି ଆପଣଙ୍କର ଏହି କାମରେ ଆପଣଙ୍କୁ ସାହାଯ୍ୟ କରିବ ସରକାରୀ ଆପ୍ ସଞ୍ଚାର ସାଥି ପୋର୍ଟାଲ ଆପ୍ । ସେହିପରି ଯଦି ଚୋରି ହୋଇଥିବା କିମ୍ବା ହଜି ଯାଇଥିବା ଫୋନକୁ ଆପଣ ପାଇଗଲେ କିମ୍ବା ଆପଣଙ୍କୁ ମିଳିଗଲା ତାହେଲେ ଆପଣ ସଞ୍ଚାର ସାଥି ପୋର୍ଟାଲକୁ ଯାଇ ତାକୁ ଅନବ୍ଲକ ବି କରିପାରିବେ ।
ଜାଣନ୍ତୁ ଫୋନକୁ କେମିତି କରିବେ ବ୍ଲକ
- ସର୍ବପ୍ରଥମେ https://sancharsaathi.gov.in/ ଉପରେ କ୍ଲିକ କରିବାକୁ ହେବ ।
- ଏହାପରେ Citizen Centric Services କୁ ଯିବାକୁ ହେବ ।
- ଏଠାରେ ଆପଣଙ୍କୁ Block Your Lost/Stolen Mobile ଅପ୍ସନ ଉପରେ କ୍ଲିକ କରିବାକୁ ହେବ ।
- ଏହାପରେ ଏକ ନୂଆ ପେଜ ଓପନ ହେବ, ଯେଉଁଠି ଆପଣଙ୍କୁ ମୋବାଇଲରେ ଥିବା ସମସ୍ତ ସୂଚନା ଏଣ୍ଟର କରିବାକୁ ହେବ ।
- ଯଦି ଆପଣଙ୍କ ଫୋନ୍ ଡୁଆଲ ସିମ୍ ହୋଇଥିବ, ତାହେଲେ ଉଭୟ ମୋବାଇଲ ଏଣ୍ଟର କରିବାକୁ ହେବ । ଏହାସହିତ ୧୫ ଡିଜିଟ ଥିବା IMEI ନମ୍ବରକୁ ଏଣ୍ଟର କରିବାକୁ ହେବ ।
- ଡିଭାଇସ କେଉଁ ବ୍ରାଣ୍ଡର ଏବଂ ତାର ମଡେଲ ନମ୍ବର କେତେ, ତାସହିତ ମୋବାଇଲ କିଣିବାର ଇନଭଏସ ଅପଲୋଡ କରିବାକୁ ହେବ ।
- ଏହାପରେ ଫୋନ୍ ହଜିଥିବାର ତାରିଖ, ସମୟ ଏବଂ ଲୋକେସନ, ଜିଲ୍ଲା ଏବଂ ଷ୍ଟେଟର ବିବରଣୀ ଦେବାକୁ ହେବ ।
- ଏହାବ୍ୟତୀତ ପୋଲିସ ମୋବାଇଲ ଓନରର ପର୍ସନାଲ ଇନଫରମେସନ ଯେମିତିକି ଓନରଙ୍କ ନାମ, ଆଡ୍ରେସ, ଆଇଡେଣ୍ଟିକୁ ଅପଲୋଡ କରିବାକୁ ହେବ । ଏହାବ୍ୟତୀତ ଓଟିପି ପାଇଁ ମୋବାଇ ନମ୍ବର, ଇମେଲକୁ ଏଣ୍ଟର କରିବାକୁ ହେବ ।
- ଏହାପରେ ଡିସକ୍ଲେମରକୁ ଆକସେପ୍ଟ କରିବାକୁ ହେବ ।
- ଏହାପରେ ଫର୍ମ ସବମିଟ୍ କରିବେ ।
ଏହି ଫର୍ମକୁ ସବମିଟ୍ କରିବା ପରେ ଆପଣ ଚାହିଁବେ ତ ଫୋନକୁ ଟ୍ରାକ ଏବଂ ବ୍ଲକ କରିପାରିବେ । ଏହାପରେ କେହି ବି ଆପଣଙ୍କ ଫୋନ୍ ୟୁଜ୍ କରିପାରିବେନାହିଁ ।
ଜାଣନ୍ତୁ କେମିତି କରିବେ ଅନବ୍ଲକ୍
- ସଞ୍ଚାର ସାଥି ପୋର୍ଟାଲକୁ ଭିଜିଟ୍ କରନ୍ତୁ । ଏହାପରେ ସ୍କ୍ରିନରେ ଦିଆଯାଇଥିବା https://ceir.sancharsaathi.gov.in/Request/CeirUserUnblockRequestDirect.jsp?OWASP-CSRFTOKEN=J9UQ-6LC1-P779-OF77-NKO6-6O7M-O70O-UOZZ ଲିଙ୍କ ଉପରେ କ୍ଲିକ କରନ୍ତୁ ।
- ଏବେ ଆପଣଙ୍କ ସାମ୍ନାରେ ରିକ୍ୱେଷଟ ପାଇଁ ଅନବ୍ଲକିଙ୍ଗ ରିକଭର୍ଡ/ଫାଉଣ୍ଟ ମୋବାଇଲ ଲେଖାଥିବା ଏକ ଫର୍ମ ଖୋଲିବ ।
- ସେଠାରେ ଆପଣ କିଛି ସୂଚନା ଯେପରିକି ରିକ୍ୱେଷ୍ଟ ଆଇଡି, ମୋବାଇଲ ନମ୍ବର (ଯେଉଁଟା ଆପଣ ବ୍ଲକ କରିବା ସମୟରେ ଓଟିପ ଏବଂ ନୋଟିଫିକେସନ ପାଇଁ ଦେଇଥିଲେ) ସେହି ନମ୍ବରକୁ ଭରନ୍ତୁ ।
- ଏବେ କାପ୍ଚା କୋଡ ଏଣ୍ଟର କରି ଗେଟ ଓଟିପି ଉପରେ କ୍ଲିକ କରନ୍ତୁ ।
- ଏବେ ଆପଣ ସବମିଟ୍ ବଟନ୍ ଉପରେ କ୍ଲିକ କରନ୍ତୁ ।
- ଏବେ ଆପଣଙ୍କ ମୋବାଇଲ ଫୋନ ଅନବ୍ଲକ ହୋଇଯିବ । ଆପଣ ଏବେ ନିଜ ଫୋନକୁ ୟୁଜ୍ କରିପାରିବେ ।