ଚାରିଧାମ ଯାତ୍ରା ୨୦୨୩: ଶ୍ରଦ୍ଧାଳୁଙ୍କ ମୃତ୍ୟୁ ସଂଖ୍ୟା ବଢ଼ୁଛି, କେଦାରନାଥ ଯାତ୍ରା ବେଳେ ୨୪ ମୃତ
ଚାରିଧାମ ଯାତ୍ରାକୁ ନେଇ ଯେଉଁଠି ଗୋଟିଏ ପଟେ ଭକ୍ତଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି, ସେଠି ଯାତ୍ରା ସମୟରେ ମୃତ୍ୟୁ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି।
ଚାରିଧାମ ଯାତ୍ରାକୁ ନେଇ ଯେଉଁଠି ଗୋଟିଏ ପଟେ ଭକ୍ତଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି, ସେଠି ଯାତ୍ରା ସମୟରେ ମୃତ୍ୟୁ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଚଳିତ ବର୍ଷ କେଦାରନାଥ ଯାତ୍ରା ସମୟରେ ୨୪ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ୬ ଜଣ ମହିଳା ଏବଂ ୧୮ ଜଣ ପୁରୁଷ।
କେଦାରନାଥ ଧାମ ଯାତ୍ରା ସମୟରେ ଶ୍ରଦ୍ଧାଳୁମାନଙ୍କୁ ଯେପରି କୌଣସି ଅସୁବିଧା ନ ହେବ, ସେଥିପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ଉଦ୍ୟମ କରୁଛି। କେଦାରନାଥ ପାଦଚଲା ରାସ୍ତାରୁ ନେଇ ସଡ଼କ ପଥରେ ୫ କିମି ବ୍ୟବଧାନରେ ସ୍ଥାନେ ସ୍ଥାନେ ଛୋଟ ବଡ ଡାକ୍ତରଖାନା ସହ ଛୋଟ କେନ୍ଦ୍ର ଖୋଲାଯାଇଛି, ଯାହାଫଳରେ ଯାତ୍ରୀମାନଙ୍କର ଠିକ୍ ସମୟରେ ଚିକିତ୍ସା କରାଯାଇପାରିବ ଏବଂ ସେମାନେ ଶୀଘ୍ର ସୁସ୍ଥ ହୋଇପାରିବେ।
କିନ୍ତୁ ଏହାସତ୍ତ୍ୱେ ଗତ ୨୩ ଦିନ ମଧ୍ୟରେ ୨୪ ଜଣଙ୍କର ମୃତ୍ୟୁ ହୋଇଛି। ଅଧିକାଂଶ ମୃତ୍ୟୁର କାରଣ ହୃଦଘାତ ବୋଲି କୁହାଯାଉଛି। ଯାତ୍ରୀମାନଙ୍କୁ ଚାରିଧାମ ଯାତ୍ରା କରିବା ପୂର୍ବରୁ ପ୍ରତିଦିନ ୫ରୁ ୧୦ ମିନିଟ୍ ପର୍ଯ୍ୟନ୍ତ ବ୍ରିଦିଂ ଏକ୍ସରସାଇଜ୍ କରିବାକୁ ପରାମର୍ଶ ଦିଆଯାଇଛି। ଏହା ସହିତ ୨୦ରୁ ୩୦ ମିନିଟ୍ ଚାଲିବାକୁ ବି ପରାମର୍ଶ ଦିଆଯାଇଛି।