ଦମଦାର୍ ଫିଚର୍ ସହିତ ଲଞ୍ଚ ହେଲା Realme Buds Air 3, ଏକା ସାଙ୍ଗରେ କନେକ୍ଟ ହୋଇପାରିବ ଦୁଇଟି ଭିନ୍ନ ଡିଭାଇସ

ବର୍ତ୍ତମାନ ଯେହେତୁ ଅଟୋମୋବାଇଲ ଗୁଡ଼ିକର ଚାହିଦା ବୃଦ୍ଧି ପାଉଛି। ଏହାକୁ ଆଖି ଆଗରେ ରଖି ଗ୍ରାହକଙ୍କ ପାଇଁ ନୂଆ ନୂଆ ଗାଡି ଓ ଫୋନ୍ ଠାରୁ ଆରମ୍ଭ କରି ଇୟର୍ବଡ ତିଆରି କରୁଛନ୍ତି ସବୁ କମ୍ପାନୀ। ଆପଣ ଜାଣିଥିବେ ଏବେ ୱାଇୟାର୍ଲେସ ଇୟର୍ବଡ ଗୁଡ଼ିକୁ ଅଧିକ ଲୋକ ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି। କାରଣ ଏହାକୁ ପ୍ରାୟତଃ କାମ କରିବା ସମୟରେ ବ୍ୟବହାର କରାଯାଏ। ଯାହାର ଫାଇଦା ମଧ୍ୟ ଉପୋଭୋକ୍ତା ଉଠାଇ ପାରୁଛନ୍ତି।

realme
picture credit- realme.com

ତେବେ ଏହି ଇୟର୍ବଡ ଅଧିକ ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ରହିଛି ଖୁସି ଖବର। ବର୍ତ୍ତମାନ Realme ଭାରତରେ ଲଞ୍ଚ କରିଛି ଏହାର ନୂଆ ଏକ ଇୟର୍ବଡ Realme Buds Air । କମ୍ପାନୀ ଦାବି କରିଛି ଯେ ଏହି ଇୟର୍ବଡ ଦମଦାର୍ ଫିଚର୍ ସହିତ ମାର୍କେଟରେ ଲଞ୍ଚ ହୋଇଛି। ଏମିତିକି ଏହାର ନଏଜ କ୍ୱାଲିଟି ଭଲ ରହିଛି। ଏଥିରେ ଆକ୍ଟିଭ ନଏଜ କ୍ୟାସେଲେସନ୍ 42 dB ରହିଛି। ଯାହାକି ଖୁବ୍ କମ୍ ବଜେଟରେ ଆପଣଙ୍କୁ ମିଳିଯିବ।

ଏହାର ଟୋଟାଲ ଫିଚର୍ ବିଷୟରେ କହିବାକୁ ଗଲେ ଏଥିରେ 10mm ର ଡାଇନାମିକ ଡ୍ରାଇଭର ଦିଆଯାଉଛି ଓ କମ୍ପାନୀ ଦାବି କରିଛି ଯେ ଏହା ପ୍ରାୟ ୩୦ ଘଣ୍ଟା ବ୍ୟାଟେରୀ ବ୍ଯାକଅପ୍ ରଖିବ। କନେକ୍ଟିଭିଟି ପାଇଁ ଏଥିରେ ବ୍ଲୁତୁଥ v5.2 ଦିଆଯାଉଛି। ଏହା ହେଉଛି ଏହି ଇୟରବର୍ଡର ସବୁଠାରୁ ଭଲ ଫିଚର୍ କାରଣ ଆପଣ ଏହା ଦ୍ଵାରା ଏକା ସାଙ୍ଗରେ ଦୁଇଟି ଡିଭାଇସ୍ କନେକ୍ଟ କରିପାରିବେ।

Realme Buds Air 3 କୁ ବ୍ୟବହାର କରିବା ଦ୍ଵାର ଏହା ଏକ ଭିନ୍ନ ଅନୁଭୂତି ଦେବ। କେବଳ ୧୦ ମିନିଟରେ ୧୦୦ ପ୍ରତିଶତ ଚାର୍ଜ ହୋଇଯିବ ଏହି ଇୟର୍ବଡ। ଏଥିରେ ଡି ୱାଇଣ୍ଡ ଫିଚର୍ ମଧ୍ୟ ରହିଛି। ଏହାକୁ ଆପଣ ବ୍ଲୁ ଓ ହ୍ୱାଇଟ ସିଲ୍ଭର୍ ରଙ୍ଗରେ କିଣିପାରିବେ। କହିବାକୁ ଗଲେ ଏଥିରେ ଆପଣ କ୍ରିଷ୍ଟଲ କ୍ଲିୟର ମ୍ୟୁଜିକ ଶୁଣିପାରିବେ। ଏହା ୱାଟର ଫ୍ରୁଫ୍ ଇୟରବର୍ଡ, ତେଣୁ ପାଣିରେ ପଡିଲେ ମଧ୍ୟ ଖରାପ ହେବାର କୌଣସି ଆଶଙ୍କା ନାହିଁ। ଏହାର ଦାମ୍ ରହିଛି ୪୦୦୦ ମଧ୍ୟରେ ରହିଛି। ଆପଣଙ୍କୁ ଏହା ଅଫରରେ କମ୍ ଦାମରେ ମିଳିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.