ଟ୍ୟାନିଂ ଯୋଗୁ ମୁହଁ ବିକୃତ ଦେଖାଯାଉଛି କି? ଲୁଣ ଓ କ୍ଷୀରରୁ ପାଆନ୍ତୁ ଛୁଟକାରା

ଏବେ ଖରାଦିନ ଚାଲିଛି। ଏହିଦିିନେ ଟ୍ୟାନିଂ ସମସ୍ୟା ସବୁଠାରୁ ବଡ଼ ସମସ୍ୟା ହୋଇଥାଏ। ଟାଣ ଖରା ନା କେବଳ ଶରୀରରେ ପାଣିର ସ୍ତରକୁ କମ୍‌ କରି ଦେଇଥାଏ, ବରଂ ଟ୍ୟାନିଂ ସମସ୍ୟାକୁ ବି ସାମ୍ନା କରାଇଥାଏ। ଆଜି ଆମେ ଆପଣଙ୍କୁ ଟ୍ୟାନିଂ ସମସ୍ୟାକୁ ଦୂର କରିବା ପାଇଁ କିଛି ଘରୋଇ ଉପାୟ ବିଷୟରେ କହିବୁ। କହି ରଖୁଛୁ, ରୋଷେଇ ଘରେ ଥିବା ଲୁଣ ଏବଂ ଫ୍ରିଜ୍‌ରେ ଥିବା କ୍ଷୀର, ଏହି ଦୁଇଟି ଜିନିଷ ହିଁ ଟ୍ୟାନିଂକୁ ଦୂର କରିବାରେ ବେଶ୍‌ ଉପଯୋଗୀ ହୋଇଥାଏ। ଆସନ୍ତୁ ଜାଣିବା କେମିତି…

କ୍ଷୀର ଓ ଲୁଣ: ପ୍ରଥମେ ଏକ ପାତ୍ରରେ ଥଣ୍ଡା କ୍ଷୀର ନିଅନ୍ତୁ ଏବଂ ଏଥିରେ ୧ ଚାମଚ ଲୁଣ ମିଶାନ୍ତୁ। ଏବେ ଏହି ମିଶ୍ରଣକୁ ପ୍ରଭାବିତ ସ୍ଥାନରେ ଲଗାନ୍ତୁ। ହାଲୁକା ହାତରେ ୫ରୁ ୧୦ ମିନିଟ୍‌ ପର୍ଯ୍ୟନ୍ତ ମସାଜ କରନ୍ତୁ ଏବଂ ଏହାପରେ ଭଲ ଭାବରେ ଧୋଇ ନିଅନ୍ତୁ। ଏମିତି କରିବା ଦ୍ୱାରା ଟ୍ୟାନିଂ ସମସ୍ୟା ଦୂର ହେବ।

ଲୁଣ ଓ ମହୁ: ଲୁଣ ଓ ମହୁର ବ୍ୟବହାର ଦ୍ୱାରା ମଧ୍ୟ ଟ୍ୟାନିଂକୁ ଦୂର କରାଯାଇ ପାରିବ। ଏମିତିରେ ଆପଣ ମହୁ ଓ ଲୁଣକୁ ଭଲ ଭାବରେ ମିଶାନ୍ତି ନିଅନ୍ତୁ ଏବଂ ପ୍ରଭାବିତ ସ୍ଥାନରେ ଲଗାନ୍ତୁ। ହାଲୁକା ହାଲୁକା ହାତରେ ମସାଜ କରନ୍ତି। ଏହାପରେ ଥଣ୍ଡା ପାଣିରେ ଧୋଇ ନିଅନ୍ତୁ। ଏମିତି କରିବା ଦ୍ୱାରା ଟ୍ୟାନିଂ ସମସ୍ୟା ଦୂର ହେବ।

ବ୍ରଣ ସମସ୍ୟା ଥିଲେ: ବ୍ରଣ ସମସ୍ୟାକୁ ଦୂର କରିବାରେ ବି କ୍ଷୀର ଓ ଲୁଣ ବହୁତ କାମରେ ଆସିପାରେ। ଏମିତିରେ ଏକ ପାତ୍ରରେ କ୍ଷୀର ନେଇ ସେଥିରେ ଲୁଣ, କଳା ଜିରା ତେଲ ଏବଂ ସୋରିଷ ତେଲ ବି ମିଶାନ୍ତୁ। ଏବେ ଏ ସବୁକୁ ମିକ୍ସ କରି ପ୍ରଭାବିତ ସ୍ଥାନରେ ଲଗାନ୍ତୁ। ଯେତେବେଳେ ମିଶ୍ରଣ ଶୁଖିଯିବ, ତ ସାଧାରଣ ପାଣିରେ ଧୋଇ ନିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.