ଭାରତରେ Lava ଲଞ୍ଚ କଲା ସବୁଠୁ ଶସ୍ତା 5G ଫୋନ, Vivo Y56 5Gର ନୂଆ ଭାରିଆଣ୍ଟ ବି ହେଲା ଲଞ୍ଚ

Lava ଏହାର ନୂଆ ଫୋନ୍ Lava Blaze Pro 5G ଭାରତରେ ଲଞ୍ଚ କରିଛି । ଅନ୍ୟପଟେ ଭିଭୋ ଭାରତରେ ଏହାର ଫୋନ Vivo Y56 5Gର ଏକ ନୂଆ ଭାରିଆଣ୍ଟ ଲଞ୍ଚ କରିଛି ।

Lava ଏହାର ନୂଆ ଫୋନ୍ Lava Blaze Pro 5G ଭାରତରେ ଲଞ୍ଚ କରିଛି । Lava Blaze Pro 5G ର ମୂଲ୍ୟ ୧୩ ହଜାରରୁ କମ୍ ରହିଛି । Lava Blaze Pro 5Gରେ ମିଡିଆ ଟେକ୍ ଡାଇମେନସିଟି ୬୦୨୦ ପ୍ରୋସେସର ଦିଆଯାଇଛି । ଏହା ବ୍ୟତୀତ ଫୋନରେ ଆଣ୍ଡ୍ରଏଡ୍ 13 ଦିଆଯାଇଛି । ଏଥିରେ ୮ GB RAM ସହିତ ୧୨୮ GB ଷ୍ଟୋରେଜ୍ ରହିଛି । Lava Blaze Pro 5G ର ବ୍ୟାକ ପ୍ୟାନେଲ୍ ରଙ୍ଗ ଚେଞ୍ଜ କରିବାକୁ ଯାଉଛି ।

ଅନ୍ୟପଟେ ଭିଭୋ ଭାରତରେ ଏହାର ଫୋନ Vivo Y56 5Gର ଏକ ନୂଆ ଭାରିଆଣ୍ଟ ଲଞ୍ଚ କରିଛି । ଆପଣ Vivo Y56 5Gକୁ ବର୍ତ୍ତମାନ ୪ GB RAM ଏବଂ ୧୨୮ GB ଷ୍ଟୋରେଜ୍ ସହିତ କିଣିପାରିବେ । ଆଣ୍ଡ୍ରଏଡ 13 ରେ ଆଧରିତ ଏହି ଫୋନରେ Funtouch OS 13 ରହିଛି । ଏଥିରେ ମିଡିଆ ଟେକ୍ ଡାଇମେନସିଟି ୭୦୦ ପ୍ରୋସେସର ଏବଂ ୧୮W ଫାଷ୍ଟ ଚାର୍ଜିଂ ସହିତ ୫୦୦୦mAh ବ୍ୟାଟେରୀ ଦିଆଯାଇଛି ।

Lava Blaze Pro 5Gର ସ୍ପେସିଫିକେସନ୍‌ :
. ଡିସପ୍ଲେ- ୬.୭୮ ଇଞ୍ଚ, ୧୨୦ Hz
.ପ୍ରୋସେସର – ଡାଇମେନସିଟି ୬୦୨୦
.RAM- ୧୬ GB (୮ GB ଭର୍ଚୁଆଲ୍)
.ଷ୍ଟୋରେଜ୍‌ – ୧୨୮ GB
. ରିୟର କ୍ୟାମେରା- ୫୦ ମେଗାପିକ୍ସେଲ + AI, EISର ସପୋର୍ଟ
. ଫ୍ରଣ୍ଟ କ୍ୟାମେରା- ୮ ମେଗାପିକ୍ସେଲ
. ବ୍ୟାଟେରୀ- ୫୦୦୦mAh, ୩୩W ଫାଷ୍ଟ ଚାର୍ଜିଂ
. କନେକ୍ଟିଭିଟି- ଡୁଆଲ୍ 5G, ୩.୫ ମିମି ଜ୍ୟାକ୍, FM, ୱାଇ-ଫାଇ ୮୦୨.୧୧ b / g / n / ac

 

Vivo Y56 5G ସ୍ପେସିଫିକେସନ :
. ଡିସପ୍ଲେ – ୬.୫୮ ଇଞ୍ଚ
. ପ୍ରୋସେସର- ଡାଇମେନସିଟି ୭୦୦
. RAM- ୪ GB
. ଷ୍ଟୋରେଜ୍‌-୧୨୮ GB
. ରିୟର କ୍ୟାମେରା- ୫୦MP + ୨MP
. ଫ୍ରଣ୍ଟ କ୍ୟାମେରା-୧୬ ମେଗାପିକ୍ସେଲ
. ବ୍ୟାଟେରୀ- ୫୦୦୦mAh, ୧୮W ଫାଷ୍ଟ ଚାର୍ଜିଂ
.କନେକ୍ଟିଭିଟି- ଡୁଆଲ୍ 5G, ୩.୫ ମିମି ଜ୍ୟାକ୍, FM, ୱାଇ-ଫାଇ ୮୦୨.୧୧ b / g / n / ac

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.