Below header

ଅଜରବୈଜାନର ଗ୍ୟାସ୍‌ ପ୍ଲାଣ୍ଟରେ ବିସ୍ଫୋରଣ: ୨୦ ମୃତ, ୩୦୦ରୁ ଅଧିକ ଆହତ

ଅଜରବୈଜାନର ଗ୍ୟାସ୍‌ ପ୍ଲାଣ୍ଟରେ ସୋମବାର ରାତିରେ ବିସ୍ଫୋରଣ ହେବା ଫଳରେ ୧୩ ଜଣଙ୍କର ମୃତଦେହ ମିଳିଥିବା ବେଳେ ୭ ଜଣଙ୍କୁ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାସହ ୩୦୦ରୁ ଅଧିକ ଲୋକଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି ।

ଗ୍ୟାସ୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ ଘଟି ୨୦ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଅଜରବୈଜାନର ଗ୍ୟାସ୍‌ ପ୍ଲାଣ୍ଟରେ ସୋମବାର ରାତିରେ ବିସ୍ଫୋରଣ ହେବା ଫଳରେ ୧୩ ଜଣଙ୍କର ମୃତଦେହ ମିଳିଥିବା ବେଳେ ୭ ଜଣଙ୍କୁ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାସହି ୩୦୦ରୁ ଅଧିକ ଲୋକଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି ।

ଖବର ମୁତାବକ, ନାଗୋର୍ନୋ-କାରବାଖରେ ଥିବା ଏକ ଗ୍ୟାସ ପ୍ଲାଣ୍ଟରେ ଗତ ରାତିରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ ୧୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଗୁରୁତର ଆହତ ୭ ଜଣ ହସପିଟାଲରେ ମୃତ୍ୟୁବରଣ କରିଥିଲେ । ୩୦୦ରୁ ଅଧିକ ଲୋକ ଆହତ ହୋଇ ହସପିଟାଲରେ ଆଡମିଟ୍‌ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି । ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ଏହି ଅଞ୍ଚଳରେ ତିନି ଦଶକ ଧରି ଅଲଗାବାଦିୟାଙ୍କ ଶାସନ ଚାଲିଛି । ଗତ ସପ୍ତାହରେ ଅଜରବୈଜାନର ସେନା ଦ୍ୱାରା ଅଭିଯାନ ଆରମ୍ଭ ହୋଇଥିଲା । ଫଳରେ ହଜାର ହଜାର ନିବସୀ ପଳାୟନ କରି ଆର୍ମିନିୟା ଚାଲିଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.