ଲଞ୍ଚ୍‌ ହେଲା Lava Probuds N11, ଆମାଜନରେ ୩ ଦିନ ପାଇଁ ବିକ୍ରି ହେବ ମାତ୍ର ୧୧ ଟଙ୍କାରେ

ଭାରତରେ Lava ତା’ର ନୂତନ ମଡେଲର Probuds N11 ଲଞ୍ଚ କରିଛି । ଏହି ନେକ୍‌ ବ୍ୟାଣ୍ଡ ସୁନ୍ଦର ସାଉଣ୍ଡ କ୍ୱାଲିଟି ଆଉଟପୁଟ ସହ ଆସୁଥିବା କମ୍ପାନି ଦାବି କରିଛି । ଏହା ଡୁଆଲ ସ୍ୱିଚ୍‌ ଫଙ୍କସନ ଓ ପ୍ରୋ ଗେମ୍‌ ମୋଡ ଫିଚର୍ସ ସହ ମିଳିବ ବୋଲି ଜଣାପଡ଼ିଛି । ସବୁଠୁ ଭଲ କଥା ହେଉଛି ଲାଭା ପ୍ରଥମ ସେଲରେ ୟୁଜର୍ସକୁ ଏହି ନେକ ବ୍ୟାଣ୍ଡ କେବଳ ୧୧ ଟଙ୍କାରେ ଦେଉଛି । ଜାଣନ୍ତୁ ଏ ସମ୍ପର୍କରେ ଆଉ କ’ଣ ଭଲ ଅଫର ରହିଛି ।

Lava Probuds N11 ର ଟଙ୍କା ଓ ଅଫର : 

Lava Probuds N11 ନେକ୍‌ ବ୍ୟାଣ୍ଡ୍‌ ର ବିକ୍ରି ୧୦ ସେପ୍ଟେମ୍ବର ୨୦୨୨ ରେ ଆମାଜେନ ସେଲରେ ଉପଲବ୍ଧ କରାଯିବ । ଏହି ଦିନ ୧୧ ଟା ବେଳେ ମାତ୍ର ୧୧ ଟଙ୍କାରେ ଆପଣ ଏହି ବ୍ୟାଣ୍ଡକୁ କିଣି ପାରିବେ । ଏହି ଅଫର ୧୨ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ଚାଲିବ । ଅର୍ଥାତ ୩ ଦିନ ଯାଏ ଏହି ବ୍ୟାଣ୍ଡକୁ ୧୧ ଟଙ୍କାରେ ଆପଣ କିଣି ପାରିବେ । ଏହାଛଡ଼ା ୧୩ ସେପ୍ଟେମ୍ବରରୁ ୧୬ ସେପ୍ଟେମ୍ବର ୨୦୨୨ ଯାଏ ଏହି ନେକ୍‌ ବ୍ୟାଣ୍ଡକୁ ସ୍ପେଶାଲ ଅଫର ସହିତ ୯୯୯ ଟଙ୍କାରେ କିଣା ଯାଇ ପାରିବ ।

ଲଞ୍ଚ ଅଫର ଶେଷ ପରେ ଅର୍ଥାତ ୧୭ ସେପ୍ଟେମ୍ବର ୨୦୨୨ରୁ ଏହି ନେକ୍‌ ବ୍ୟାଣ୍ଡକୁ ସାରା ଦେଶରେ ଲାଭା ଇ ଷ୍ଟୋର୍‌, ଆମାଜନ ଓ କମ୍ପାନିର ଅଫ ଲାଇନ ରିଟେଲ ଷ୍ଟୋରରୁ ୧୪୯୯ ଟଙ୍କାରେ ଉପଲବ୍ଧ ହେବ । ଏହା ଗ୍ରୀନ, ଅରେଞ୍ଜ ଓ ବ୍ଲାକ କଲରରେ ଉପଲବ୍ଧ ହେବ ।

Lava Probuds N11 ଫିଚର : 

ଏହି ନେକ୍‌ ବ୍ୟାଣ୍ଡର ଫିଚର ବହ ଆକର୍ଷକ ରହିଛି । ୨୮୦ mAh ବ୍ୟାଟେରୀ ରହିଛି ଯାହା ୪୨ ଘଣ୍ଟା ଯାଏ ଚାଲିବ । ସବୁଠୁ ବଡ଼ କଥା ହେଉଛି ମାତ୍ର ୧୦ ମିନିଟ ଚାର୍ଜରେ ଏହା ୧୩ ଘଣ୍ଟା ଯାଏ ପ୍ଲେ ବ୍ୟାକ୍‌ ଦେଇ ପାରିବ । ଏଥିସହିତ ନେକ୍‌ ବ୍ୟାଣ୍ଡରେ ଆହୁରି ଅନେକ ଆକର୍ଷକ ଫିଚର ଥିବା କମ୍ପାନି ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.