ଯଦି ଆପଣଙ୍କର ଜନଧନ ଆକାଉଣ୍ଟ ଅଛି ତାହେଲେ ତୁରନ୍ତ କରନ୍ତୁ ଏହି କାମ, ନଚେତ ଲକ୍ଷାଧିକ ଟଙ୍କାର କ୍ଷତି ସହିବାକୁ ହୋଇଯାନ୍ତୁ ପ୍ରସ୍ତୁତ
ଯଦି ଆପଣ ଜନଧନ ଆକାଉଣ୍ଟ ଖାତାଧାରକ, ତାହେଲେ ଆପଣଙ୍କ ପାଇଁ ବହୁତ ଜରୁରୀ ଖବର। ଜନ-ଧନ ଆକାଉଣ୍ଟ ଖାତାଧାରକଙ୍କ ପାଇଁ ସରକାର ଏକ ଆଦେଶ ଜାରି କରିଛନ୍ତି। ଯାହାକୁ ଯଦି ଆପଣ ନ ପାଳନ କରିବେ ତାହେଲେ ଆପଣଙ୍କୁ ୧ ଲକ୍ଷ ୩୦ ହଜାର ଟଙ୍କାର କ୍ଷତି ସହିବାକୁ ପଡିପାରେ। ଏଥିପାଇଁ ଆପଣଙ୍କୁ ନିଜ ଆଧାର କାର୍ଡକୁ ଆପଣଙ୍କର ଜନ ଧନ ଖାତା ସହିତ ସଂଯୋଗ କରିବାକୁ ପଡିବ।
ସରକାରଙ୍କର ବହୁତ ଖାସ୍ ଯୋଜନା ହେଉଛି ଜନ ଧନ ଯୋଜନା, ଏହି ଯୋଜନା ଆକାଉଣ୍ଟଧାରୀଙ୍କୁ ଅନେକ ସୁବିଧା ଦେବା ସହିତ ଏକ ଲକ୍ଷ ଟଙ୍କାର ଆକ୍ସିଡେଣ୍ଟ ଇନସୁରାନ୍ସ ବି ଦେଉଛି। କିନ୍ତୁ ଯଦି ଆପଣ ନିଜ ଆକାଉଣ୍ଟକୁ ଆଧାର ସହିତ ଲିଙ୍କ୍ କରାଇନାହାଁନ୍ତି ତାହେଲେ ଆପଣ ଏ ସୁବିଧାରୁ ବଞ୍ଚିତ ହେବେ। ଅର୍ଥାତ୍ ଯଦି ଆପଣ ଏପରି କରୁନାହାଁନ୍ତି ତାହେଲେ ଏଥିପାଇଁ ଆପଣଙ୍କୁ ଏକ ଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡିବ। ଏହାବ୍ୟତୀତ ଏହି ଆକାଉଣ୍ଟରେ ଆପଣଙ୍କୁ ୩୦,୦୦୦ ଟଙ୍କାର ଆକ୍ସିଡେଣ୍ଟାଲ ଡେଥ୍ ଇନସୁରାନ୍ସ କଭର ମଧ୍ୟ ମିଳିଥାଏ। ଏସବୁ ସେତେବେଳେ ମିଳିବ ଯେତେବେଳେ ବ୍ୟାଙ୍କ ଆକାଉଣ୍ଟ ସହ ଆଧାର କାର୍ଡ ଲିଙ୍କ୍ ହୋଇଥାଏ।
ଏବେ ଆସନ୍ତୁ ଜାଣିବା ବ୍ୟାଙ୍କ ଆକାଉଣ୍ଟକୁ ଆଧାର ସହିତ କେମିତି ଲିଙ୍କ୍ କରିବେ ଜାଣନ୍ତୁ
- ଆପଣ ବ୍ୟାଙ୍କ୍ ଯାଇ ବି ଆକାଉଣ୍ଟକୁ ଆଧାର ସହିତ ଲିଙ୍କ୍ କରିପାରିବେ।
- ଏଥିପାଇଁ ବ୍ୟାଙ୍କରେ ଆପଣ ଆଧାର କାର୍ଡର ଏକ ଫଟୋ କପି ଏବଂ ନିଜ ପାସବୁକ୍ ନେଇ ଯାଆନ୍ତୁ।
- ଅନେକ ବ୍ୟାଙ୍କ୍ ଏବେ ମେସେଜ ଜରିଆରେ ମଧ୍ୟ ଖାତାକୁ ଆଧାର ସହ ଲିଙ୍କ୍ କରୁଛନ୍ତି।
- ଷ୍ଟେଟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଗ୍ରାହକ ନିଜ ରେଜିଷ୍ଟର୍ଡ ମୋବାଇଳ ନମ୍ବରଦ୍ୱାରା ମେସେଜ ବକ୍ସକୁ ଯାଇ UID<SPACE> ଆଧାର ନମ୍ବର <SPACE> ଖାତା ନମ୍ବର ଲେଖି ୫୬୭୬୭୬କୁ ପଠାଇ ଦିଅନ୍ତୁ। ଏହାପରେ
- ଆପଣଙ୍କ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ ହୋଇଯିବ।
- ଧ୍ୟାନ ରଖନ୍ତୁ ଯଦି ଆପଣଙ୍କ ଆଧାର ଏବଂ ବ୍ୟାଙ୍କରେ ଦିଆଯାଇଥିବା ମୋବାଇଲ ନମ୍ବର ଅଲଗା ଅଲଗା ତହେଲେ ଲିଙ୍କ୍ ହେବ ନାହିଁ। ତେଣୁ ଏଥିପ୍ରତି ଆପଣଙ୍କୁ ଧ୍ୟାନ ଦେବାକୁ ହେବ।
- ଏହାଛଡା ଆପଣ ଆପଣଙ୍କ ନିକଟସ୍ଥ ଏଟିଏମରୁ ମଧ୍ୟ ନିଜ ବ୍ୟାଙ୍କ ଖାତାକୁ ଆଧାର ସହିତ ଲିଙ୍କ କରିପାରିବେ।
ଏଥିପାଇଁ ଆପଣଙ୍କୁ କଣ କଣ ସବୁ ଡକ୍ୟୁମେଣ୍ଟ ଦରକାର ପଡିବ ଜାଣନ୍ତୁ
ଏଥିପାଇଁ ଆପଣଙ୍କ ପାାଖରେ କିଛି ଜରୁରୀ ଡକ୍ୟୁମେଣ୍ଟ ଥିବା ବେଶ୍ ଜରୁରୀ। ଆଧାର କାର୍ଡ କିମ୍ବା ପାସପୋର୍ଟ କିମ୍ବା ଡ୍ରାଇଭିଂ ଲାଇସେନ୍ସ କିମ୍ବା ପାନ କାର୍ଡ, ଭୋଟର କାର୍ଡ, NREGA ଜବ୍ କାର୍ଡ, ଅଥରିଟିଜରୁ ଜାରି କରାଯାଇଥିବା ଲେଟର, ଯେଉଁଥିରେ ନାମ, ଠିକଣା ଏବଂ ଆଧାର ନମ୍ବର ଲେଖା ହୋଇଥିବ। ଗେଜେଟେଡ୍ ଅଫିସରଙ୍କ ଦ୍ୱାରା ଜାରି କରାଯାଇଥିବା ଲେଟର ଯେଉଁଥିରେ ଖାତା ଖୋଲିବାର ଆଟେଷ୍ଟଡ୍ ଫଟୋ ଲାଗିଥିବ।
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପ୍ରଧାନମନ୍ତ୍ରୀ ଜନଧନ ଆକାଉଣ୍ଟରେ ଗ୍ରାହକଙ୍କୁ ୫୦୦୦ ଟଙ୍କାର ଓଭରଡ୍ରାଫ୍ଟ ସୁବିଧା ମିଳିଥାଏ। ଓଭର ଡ୍ରାଫ୍ଟ ସୁବିଧାର ଲାଭ ପାଇବା ପାଇଁ ଆଧାର କାର୍ଡ ରହିବା ନିହାତି ଜରୁରୀ। କେବଳ ଏତିକି ନୁହେଁ ଏଥିପାଇଁ ପିଏମଜେଡିଓ୍ଵାଇ ଆକାଉଣ୍ଟ ଆଧାର କାର୍ଡରେ ଲିଙ୍କ୍ ହୋଇଥିବା ମଧ୍ୟ ଜରୁରୀ। ଏହି ଯୋଜନା ବନାଇବା ପଛରେ ମୋଦିଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଭାରତର ସବୁ ପରିବାରଙ୍କ ପାଖରେ ଗୋଟିଏ ବ୍ୟାଙ୍କ୍ ଖାତା ଖୋଲିବା। ଜନଧନ ଯୋଜନା ଆଧାରରେ ଆପଣ ୧୦ ବର୍ଷରୁ କମ୍ ବୟସର ପିଲାଙ୍କର ମଧ୍ୟ ଖାତା ଖୋଲିପାରିବେ।