Whatsappରେ ବି କରିପାରିବେ ମେସେଜ୍‌ ସିଡ୍ୟୁଲ୍‌, ଜାଣନ୍ତୁ ସହଜ ଉପାୟ

ବର୍ତ୍ତମାନ ସବୁଠାରୁ ଲୋକପ୍ରିୟ ଇନ୍‌ଷ୍ଟାଣ୍ଟ ଆପ୍‌ ଭାବେ Whatsapp କୁ ଅଧିକାଂଶ ଲୋକ ବ୍ୟବହାର କରୁଛନ୍ତି। ଏଥିରେ ମେସେଜ୍‌, ଫଟୋ, ଭିଡିଓ, ଡକ୍ୟୁମେଣ୍ଟ ଆଦି ପଠାଇବା ସହଜ ହୋଇଥିବାରୁ ଅନ୍ୟ ଆପ୍‌ ତୁଳନାରେ ସମସ୍ତେ ଏହାକୁ ଅଧିକ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ସାରା ଦୁନିଆରେ ପ୍ରାୟ ୭୦ ପ୍ରତିଶତ ଲୋକ ହ୍ଵାଟ୍ସଆପ୍‌ ବ୍ୟବହାର କରୁଛନ୍ତି। କିନ୍ତୁ ହ୍ଵାଟ୍ସଆପ୍‌ରେ ଅନ୍ୟ ମେସେଜିଂ ସର୍ଭିସ୍‌ ଭଳି ମେସେଜ୍‌ ସିଡ୍ୟୁଲ୍‌ କରିବା ବିକଳ୍ପ ନାହିଁ। କିନ୍ତୁ ଆପଣ ଚାହିଁଲେ କିଛି ଟେକ୍ନିକ୍‌ ବ୍ୟବହାର କରି ମେସେଜ୍‌ ସିଡ୍ୟୁଲ୍‌ କରିପାରିବେ। ଏହା ଆଣ୍ଡ୍ରଏଡ୍‌ ଓ ଆଇଫୋନ୍‌ ଉଭୟ ଡିଭାଇସ୍‌ରେ ସମ୍ଭବ।

whatsapp

ଆଣ୍ଡ୍ରଏଡ୍‌ରେ ଏମିତି କରନ୍ତୁ ମେସେଜ୍‌ ସିଡ୍ୟୁଲ:

ହ୍ଵାଟ୍ସଆପ୍‌ ମେସେଜ୍‌ ସିଡ୍ୟୁଲ୍‌ କରିବା ପାଇଁ ଆପଣଙ୍କୁ ତୃତୀୟ ପକ୍ଷ ଆପ୍‌ ବ୍ୟବହାର କରିବାକୁ ପଡ଼ିବ। ଏହା ହ୍ଵାଟ୍ସଆପ୍‌ ଆକାଉଣ୍ଟକୁ ଆକ୍ସେସ୍‌ କରିବାକୁ ଅନୁମତି ମାଗିଥାଏ। କିନ୍ତୁ ଯଦି ଆପଣ ପ୍ରାଇଭେସିକୁ ନେଇ କୌଣସି ରିସ୍କ ନେବାକୁ ଚାହୁଁନାହାନ୍ତି ତେବେ ଏହି ଫିଚର ଅଫିସିଆଲି ଲଞ୍ଚ୍‌ ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ।

Leaker suggests WhatsApp for iPad and Mac in the works - 9to5Mac

ହ୍ଵାଟ୍ସଆପ୍‌ରେ ମେସେଜ୍‌ ସିଡ୍ୟୁଲ୍‌ କରିବା ପାଇଁ ଆପଣଙ୍କୁ ଗୁଗଲ ପ୍ଲେ ଷ୍ଟୋରରୁ ସ୍କେଡିଟ୍‌(SKEDit) ଆପ୍‌କୁ ଇନ୍‌ଷ୍ଟଲ୍‌ କରିବାକୁ ପଡ଼ିବ। ଏହି ଆପ୍‌କୁ ଡାଉନ୍‌ଲୋଡ୍‌ କରିବା ପରେ ଓପନ୍‌ କରନ୍ତୁ। ପରେ ଆପଣଙ୍କୁ ଆକାଉଣ୍ଟ ସେଟ୍‌ ଅପ୍‌ କରିବାକୁ ହେବ। ସାଇନ୍‌ ଇନ୍‌ କରିବା ପରେ ହ୍ଵାଟ୍ସଆପ୍‌କୁ ଲିଷ୍ଟରୁ ସିଲେକ୍ଟ କରିବାକୁ ପଡ଼ିବ। ଏହା ପରେ ପୁଣି ଥରେ ଆପ୍‌କୁ ଆସି ଯାହାକୁ ପଠାଇବାକୁ ଚାହୁଁଛନ୍ତି ତାଙ୍କ ନାଁ ସିଲେକ୍ଟ କରନ୍ତୁ। ଏବେ ମେସେଜ୍‌ ପାଇଁ ସିଡ୍ୟୁଲ ତାରିଖ ଓ ସମୟ ସେଟ୍‌ କରନ୍ତୁ। ଏଥିରେ ମେସେଜ୍‌ ପଠାଇବା ପୂର୍ବରୁ ଆସ୍କ ମି ବିଫୋର୍‌ ସେଣ୍ଡିଂକୁ ସିଲେକ୍ଟ କରନ୍ତୁ। ଏହା ଦ୍ୱାରା ମେସେଜ୍‌ ପଠାଇବା ପୂର୍ବରୁ ଆପଣଙ୍କୁ କନ୍‌ଫର୍ମେସନ୍‌ ପାଇଁ ନୋଟିଫିକେସନ୍‌ ଆସିବ। ଯଦି ଏହାକୁ ଅଫ୍‌ କରି ଦିଅନ୍ତି ତେବେ ମେସେଜ୍‌ ଆପେ ଆପେ ସେଣ୍ଡ ହୋଇଯିବ।

This new WhatsApp update will make group feature more personal ...

ଆଇଫୋନ୍‌ରେ ଏମିତି କରନ୍ତୁ ମେସେଜ୍‌ ସିଡ୍ୟୁଲ:

ଆଇଫୋନ୍‌ରେ ମେସେଜ୍‌ ସିଡ୍ୟୁଲ କରିବା ପାଇଁ କୌଣସି ତୃତୀୟ ପକ୍ଷ ଆପ୍‌ର ଆବଶ୍ୟକତା ନାହିଁ। ଏଥିପାଇଁ ଆପଲ ଷ୍ଟୋରରୁ ସର୍ଟକଟ ଡାଉନ୍‌ଲୋଡ କରିପାରିବେ। ଆପ୍‌କୁ ଯାଇ ଅଟୋମେସନ୍‌ ବିକଳ୍ପକୁ ସିଲେକ୍ଟ କରିବାକୁ ହେବ। ଏହା ପରେ ପ୍ଲସ୍‌ ଚିହ୍ନକୁ ଟ୍ୟାପ୍‌ କରି କ୍ରିଏଟ୍‌ ପର୍ସନାଲ ଅଟୋମେସନ୍‌କୁ ସିଲେକ୍ଟ କରନ୍ତୁ। ଏଠାରେ ସମୟ ଓ ତାରିଖକୁ ଚୟନ କରନ୍ତୁ। ଏହା ପରେ ଟେକ୍ସ ଅପ୍‌ସନ୍‌କୁ ସିଲେକ୍ଟ କରନ୍ତୁ। ପରେ ହ୍ଵାଟ୍ସଆପ୍‌ ସିଲେକ୍ଟ କରନ୍ତୁ ଓ ଆକ୍ସନ୍‌ ଲିଷ୍ଟରେ ସେଣ୍ଡ ମେସେଜ୍‌ ଭାୟା ହ୍ଵାଟ୍ସଆପ୍‌କୁ ଚୟନ କରନ୍ତୁ। ପରେ ଯାହାକୁ ମେସେଜ୍‌ ପଠାଇବେ ତାଙ୍କ ନାଁ ସିଲେକ୍ଟ କରନ୍ତୁ। ଏବେ ଡନ୍‌ ଉପରେ କ୍ଲିକ୍‌ କରନ୍ତୁ। ଏହା ପରେ ନିର୍ଦ୍ଧାରିତ ସମୟରେ ମେସେଜ୍‌ ସେଣ୍ଡ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.