Below header

ଭାରତର ଲିଗାଲ ଏବଂ ମାର୍କେଟିଙ୍ଗ ଡାଇରେକ୍ଟରଙ୍କୁ ଚାକିରିରୁ ବାହାର କଲା ମେଟା, ଆହୁରି ୬୦୦୦ ଲୋକଙ୍କର ହୋଇପାରେ ଛଟେଇ

ଏବେ ଖବର ଆସୁଛି ଯେ ମେଟା ଭାରତରେ କିଛି ବଡ ଅଧିକାରୀଙ୍କୁ ବାହାର କରିବାକୁ ଯାଉଛି ।

ଗୋଟେ ଥରରେ ଭାରତରୁ ବଡ ଧରଣର ଛଟେଇ କରିଛି ମେଟା । ତୃତୀୟ ରାଉଣ୍ଡର ଛଟେଇ ପରେ ମେଟାର ୬ ହଜାର ଲୋକଙ୍କ ଚାକିରି ଏବେ ବିପଦରେ ଅଛି । ଏଥର ମେଟା ସମଗ୍ର ଦୁନିଆରୁ ନିଜର ୬ ହଜାର କର୍ମଚାରୀଙ୍କୁ ଚାକିରିରୁ ବାହାର କରିପାରେ । ଗତ ସପ୍ତାହରେ ମେଟାର ନିର୍ଦ୍ଦେଶକ ଏବଂ ଭାରତର ପାର୍ଟନରସିପ ପ୍ରମୁଖ ମନିଷ ଚୋପ୍ରା ନିଜର ଇସ୍ତଫା ଘୋଷଣା କରିଛନ୍ତି । ଚୋପ୍ରା ୨୦୧୯ରେ ମେଟାରେ ସାମିଲ ଅଛନ୍ତି ।

ତେବେ ଏବେ ଖବର ଆସୁଛି ଯେ ମେଟା ଭାରତରେ କିଛି ବଡ ଅଧିକାରୀଙ୍କୁ ବାହାର କରିବାକୁ ଯାଉଛି । ଏକ ରିପୋର୍ଟ ମୁତାବକ ଭାରତରେ ମେଟା ମାର୍କେଟିଙ୍ଗ ଡାଇରେକ୍ଟର ଅବିନାଣ ପନ୍ତ୍‌, ମିଡିଆ ପାର୍ଟନରସିପ ଡାଇରେକ୍ଟର ସାକେତ ଝା ସୌରଭ ଏବଂ ମେଟା ଇଣ୍ଡିଆରେ ଆଇନ ନିର୍ଦ୍ଦେଶକ ଅମୃତା ମୁଖାର୍ଜୀ ସହିତ ଭାରତର କିଛି ମୁଖ୍ୟ ପଦବୀରେ ଥିବା ଅଧିକାରୀଙ୍କୁ କଥିତ ଭାବେ ପଦ ଛାଡିବା ପାଇଁ କହିଥିଲା ମେଟା ।

ମେଟାରେ ସାମିଲ ହେବା ପୂର୍ବରୁ ଅମୃତା ହଟଷ୍ଟାରରେ ଆଇନ ଟିମର ନେତୃତ୍ୱ ସମ୍ବାଳୁଥିଲେ । ରିପୋର୍ଟରେ ଏହା ଦାବି କରାଯାଉଛି ଯେ ମେଟା ଭାରତରେ ନିଜର ଅନେକ ବିଭାଗରେ ଛଟେଇ କରିବାକୁ ଯାଉଛି, ଯେଉଁଥିରେ ମାର୍କେଟିଙ୍ଗ, ପ୍ରଶାସନ, ମାନବ ସଂସାଧନ ଏବଂ ଅନ୍ୟାନ୍ୟ ସାମିଲ ରହିଛି । ମେଟା ଏବେ ପର୍ଯ୍ୟନ୍ତ ଏହି ଛଟେଇ ବିଷୟରେ କୌଣସି ଅଫିସିଆଲ ଭାବେ ଘୋଷଣା କରିନାହିଁ ।

ମେଟାରେ ବିଜନେସ ଇଞ୍ଜିନିୟର ସୁରଭି ପ୍ରକାଶ କମ୍ପାନୀ ଛାଡିବା ପାଇଁ କହିବା ପରେ ନିଜ ଭାବନାକୁ ବ୍ୟକ୍ତ କରି ଲିଙ୍କଡଇନରେ ଲେଖିଛନ୍ତି ‘ଦୁଃଖିତ, ଏହା ଶେଷ ହୋଇଗଲା କିନ୍ତୁ ଖୁସି ଅଛି ଯେ ଏପରି ହେଲା, ଶେଷରେ ଚିନ୍ତାର ଅନ୍ତ ହେଲା ।’ ଏହି ଛଟେଇ, କମ୍ପାନୀର ଅନ୍ୟ କର୍ମଚାରୀଙ୍କ ବହୁତ ମାତ୍ରାରେ ପ୍ରଭାବିତ କରିଛି ।

ମେଟାରେ ଗତ ବର୍ଷରୁ ହିଁ ଲଗାତର ଛଟେଇ ହେଉଛି । ମେ ମାସ ଶେଷ ସୁଦ୍ଧା ମେଟାରେ ଆଉ ୧୦,୦୦୦ କର୍ମଚାରୀଙ୍କର ଛଟେଇ ହେବାର ଅଛି । ଗତ ବର୍ଷ ନଭେମ୍ବର ଠାରୁ ନେଇ ଏବେ ପର୍ଯ୍ୟନ୍ତ ମେଟା ପ୍ରାୟ ୨୧,୦୦୦ ଲୋକଙ୍କୁ ଚାକିରିରୁ ବାହାର କରିସାରିଲାଣି । ଏଥିସହିତ ନୂଆ ଭର୍ତ୍ତିରେ ମଧ୍ୟ ରୋକ ଲଗାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.