ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟରେ ରୁପାରେ ଛାଉଣୀ ହେବ ଶ୍ରୀମନ୍ଦିର ସିଂହଦ୍ୱାର, ASIକୁ ମଗାଯାଇଛି ଅନୁମତି

ପୁରୀ(କେନ୍ୟୁଜ୍): ମହାପ୍ରଭୁଙ୍କ ରତ୍ନ ପଲଙ୍କର ଆବଶ୍ୟକ ମରାମତି କରାଯିବ । ରତ୍ନ ପଲଙ୍କର ଆଉ ଏକ ନୂତନ ସେଟ୍‌ ନିର୍ମାଣ ହେବ । ପୁରୁଣା ରତ୍ନ ପଲଙ୍କ ପରି ନୂତନ ରତ୍ନ ପଲଙ୍କର ଓଜନ ସମାନ ରହିବ । ରତ୍ନ ପଲଙ୍କରେ ହାତୀ ଦାନ୍ତ ସଂଯୋଗ ହୋଇଥିବାରୁ ନୂଆ ହାତୀ ଦାନ୍ତ ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯିବ । ନୂଆ ହାତୀଦାନ୍ତ ନମିଳିଲେ ପୁରୁଣା ହାତୀ ଦାନ୍ତରେ ରତ୍ନ ପଲଙ୍କ ତିଆରି କରାଯିବ । ରଥଯାତ୍ରା ସମୟରେ ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ରୂପା ଛାଉଣୀ କରାଯିବ । ବାହୁଡ଼ା ପୂର୍ବରୁ ଏହି କାର୍ଯ୍ୟ ସରିବ । ଏହି ସମୟରେ ସେବାୟତଙ୍କ ଯିବା ଆସିବା ଓ ନୀତିକାନ୍ତି ସମ୍ପାଦନ ପାଇଁ ଅସ୍ଥାୟୀ ସିଂହଦ୍ୱାର ନିର୍ମାଣ କରାଯିବ ।

୨୪ ଘଣ୍ଟିଆ ସଶସ୍ତ୍ର ପୋଲିସ ପ୍ରହରା ଓ ସିସିଟିଭି କ୍ୟାମେରା ଲଗାଯାଇ ଶ୍ରୀମନ୍ଦିର ସିଂହଦ୍ୱାର ରୁପା ଛାଉଣୀ କରାଯିବ । ଏଥିପାଇଁ ଦାତା ରୂପା ଦାନ କରିବା ସହ ଅଭିଜ୍ଞ କାରିଗର ସିଂହଦ୍ୱାର ଅନୁଧ୍ୟାନ କରିଛନ୍ତି । ଡିଜାଇନ୍‌ କାର୍ଯ୍ୟ ନିଳାଦ୍ରୀ ଭକ୍ତ ନିବାସ ଓ ଛାଉଣୀ ବା ସ୍ଥାପନ କାମ ସିଂହଦ୍ୱାରରେ କରାଯିବ । ଏଥିପାଇଁ ଏଏସଆଇ ପକ୍ଷରୁ ଅନୁମତି ମିଳିସାରିଛି । ବାହୁଡ଼ା ପୂର୍ବଦିନ ହିଁ ସିଂହଦ୍ୱାର ରୁପା ଛାଉଣୀ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଆଜି ଶ୍ରୀମନ୍ଦିର କୋର କମିଟି ଓ ପରିଚାଳନା କମିଟି ସଦସ୍ୟମାନେ ଯାଇ ସିଂହଦ୍ୱାରର ଅନୁଧ୍ୟାନ କରିଛନ୍ତି । ପୂର୍ବରୁ ଶ୍ରୀମନ୍ଦିର ଭିତରେ ୮ଟି ଦ୍ୱାରର ରୁପା ଛାଉଣୀ ହୋଇଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.