Below header

କରୋନା ପ୍ରଭାବ: ଆସନ୍ତା ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ବିଶ୍ୱର ସମସ୍ତ ଷ୍ଟୋର ଗୁଡିକୁ ବନ୍ଦ କଲା Microsoft କମ୍ପାନୀ

କରୋନା ଭୟରେ ଟ୍ୱିଟର ପରେ ମାଇକ୍ରୋସଫ୍ଟ ବି ନିଜ ସମସ୍ତ ଷ୍ଟୋର ବନ୍ଦ କରି ଦେଇଛି । କମ୍ପାନୀ ତରଫରୁ ଟ୍ୱିଟର ଜରିଆରେ ସମସ୍ତ କର୍ମଚାରୀଙ୍କୁ ଇମେଲ ଯୋଗେ ମେସେଜ ପଠାଯିବ କମ୍ପାନୀ ତରଫରୁ ଏହା ମଧ୍ୟ ସ୍ପଷ୍ଟ କରାଯାଇଛିକି, ଷ୍ଟୋର ବନ୍ଦ ହେଲେ ବି କର୍ମଚାରୀ ମାନଙ୍କୁ ପୂର୍ବପରି ବେତନ ମିଳିବ । କହି ରଖିବା ଉଚିତକି କେବଳ ଆମେରିକାରେ ହିଁ ମାଇକ୍ରୋସଫ୍ଟର ୭୦ ରୁ ଅଧିକ କାର୍ଯ୍ୟାଳୟ ଅଛି । ଇମେଲ ଜରିଆରେ କମ୍ପାନୀ ଲେଖିଛିକି କର୍ମଚାରୀ ମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ହିଁ ଆମେ ଷ୍ଟୋର ଗୁଡିକୁ ବନ୍ଦ କରିବାର ପଦକ୍ଷେପ ନେଇଛୁ । ଏହି ଦୁଃସ୍ଥିତିରେ ଆମେ ନିଜ ଗ୍ରାହକ ମାନଙ୍କୁ ଯେତେ ଦୂର ସମ୍ଭବ ସେତେ ଅଧିକ ସେବା ଯୋଗାଇ ବାକୁ ଚେଷ୍ଟା କରିବୁ ।

microsoft

ମାଇକ୍ରୋସଫ୍ଟର ସମସ୍ତ ଷ୍ଟୋର ମାର୍ଚ୍ଚ ୧୭ ତାରିଖରୁ ଆରମ୍ଭ କରି ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ବନ୍ଦ ସତ୍ତ୍ୱେ କଷ୍ଟମର ମାନଙ୍କୁ ଅନଲାଇନ ଜରିଆରେ ସମସ୍ତ ସୁବିଧା ଯୋଗାଇ ଦିଆଯିବ । କହି ରଖିବା ଉଚିତ ଯେ, ଏହା ପୂର୍ବରୁ ଟ୍ୱିଟର କମ୍ପାନୀ ବି ନିଜ ସମସ୍ତ କର୍ମଚାରୀଙ୍କୁ ଘରେ ରହି କାମ କରିବାର ନିର୍ଦ୍ଦେଶ ଦେଇଥିଲା । ଏହି କମ୍ପାନୀ ବି ନିଜର ସମସ୍ତ ଷ୍ଟୋର ଗୁଡିକୁ ଅସ୍ଥାୟୀ ସମୟ ପାଇଁ ବନ୍ଦ କରି ଦେଇଛି । ଅନ୍ୟ ପକ୍ଷରେ ଆମେରିକାର ଅନ୍ୟତମ ଅଗ୍ରଣୀ କମ୍ପାନୀ ‘ଆପଲ’ ବି ନିଜର ସମସ୍ତ ଷ୍ଟୋର ଗୁଡିକୁ ଆସନ୍ତା ମାର୍ଚ ୨୭ ତାରିଖ ପର୍ଯ୍ୟନ୍ତ ବନ୍ଦ କରିଦେଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.