ଭାରତରେ ଖୁବ୍‌ଶୀଘ୍ର ଲଞ୍ଚ ହେବାକୁ ଯାଉଛି Motorola E6 Plus, ଜାଣନ୍ତୁ କ’ଣ ରହିଛି ଫିଚର

ଭାରତରେ ପୂର୍ବରୁ ମୋଟୋରୋଲା କମ୍ପାନୀର Motorola One Action ସ୍ମାର୍ଟଫୋନ୍‌ ଲଞ୍ଚ ହୋଇଛି। ଏହାର ଦାମ୍‌ ୧୩୯୯୯ଟଙ୍କା ଥିଲା। ମୋଟୋରୋଲା କମ୍ପାନୀର ୧୦ହଜାର ଟଙ୍କା ତଳେ କୌଣସି ଫୋନ୍‌ ନଥିବାରୁ କମ୍‌ ବଜେଟ୍‌ରେ ଫୋନ୍‌ କିଣିବାକୁ ଚାହୁଁଥିବା ୟୁଜର୍ସଙ୍କ ଲାଗି କମ୍ପାନୀ Motorola E6 Plus ସ୍ମାର୍ଟଫୋନ୍‌ ଲଞ୍ଚ କରିବାକୁ ଯାଉଛି।

ଏହାସହ ପଢନ୍ତୁ: ଦିବ୍ୟାଙ୍ଗଙ୍କ ଲାଗି ନୂଆ ଆପ୍‌ ଲଞ୍ଚ କଲା ସାମସଙ୍ଗ୍‌, ଜାଣନ୍ତୁ କ’ଣ ରହିଛି ଫିଚର

ଲଞ୍ଚ ପୂର୍ବରୁ ଫୋନ୍‌ର ଫିଚର ସମ୍ପର୍କରେ କମ୍ପାନୀ ତରଫରୁ କିଛି ସୂଚନା ଜାରି କରାଯାଇଛି। କିଛି ଦିନ ତଳେ ଜର୍ମାନୀରେ ଆୟୋଜିତ IFA 2019 ରେ ଏହି ସ୍ମାର୍ଟଫୋନ୍‌କୁ ପ୍ରଦର୍ଶିତ କରାଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ସୂଚନାନୁଯାୟୀ ଏହି ସ୍ମାର୍ଟଫୋନ୍‌ରେ ୬୪ ଜିବିର ମେମୋରୀ ଉପଲବ୍ଧ ହେବ।

ଏହି ଫୋନ୍‌ର ଅନ୍ୟ ଫିଚର ମଧ୍ୟରେ MediaTek Helio P22 ପ୍ରୋସେସରର ବ୍ୟବହାର କରାଯାଇଛି। ଏହାର ରାମ ୨ ଜିବି ରହିବ। ତେବେ ଭାରତରେ ଏହି ସ୍ମାର୍ଟଫୋନ୍‌ ୪ ଜିବି ରାମରେ ମିଳିପାରେ। ଏଥିରେ ୧୩ ଏମ୍‌ପି+୨ଏମ୍‌ପିର ରିୟର କ୍ୟାମେରା ସେଟ୍‌ଅପ୍‌ ଏବଂ ୮ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ରହିଛି। ଏହାର ବ୍ୟାଟେରୀ ୩୦୦୦mAh ର ରହିବ। ଏହି ସ୍ମାର୍ଟଫୋନ୍‌ର ମୂଲ୍ୟ ଭାରତରେ ୮୦୦୦ଟଙ୍କା ରହିବ ବୋଲି ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.