Motorola ଲଞ୍ଚ କଲା ଥ୍ରୀ ଇନ ୱନ ହାଇବ୍ରିଡ଼ ଇୟରଫୋନ, ଜାଣନ୍ତୁ କଣ ରହିଛି ଖାସିୟତ

ଏକ ଲମ୍ବା ସମୟର ବ୍ୟବଧାନ ପରେ ଭାରତୀୟ ବଜାରରେ motorola ଏକ ଟୁ ୱେୟାରଲେସ ଇରବଡ଼ସ ଲଂଚ କରିଛି । ସବୁଠୁ ଖାସ କଥା ହେଉଛି motorolaର ଏହି ଟେକ ୩ ଟ୍ରି ଏକ୍ସ ଇୟରବଡ଼ସରେ ଥ୍ରୀ ଇନ ୱନ ଫ୍ୟାସିଲିଟି ଅଛି । ଅର୍ଥାତ ଏହାକୁ ଆପଣ ୱୟର, ୱେୟାରଲେସ ଅଥବା ଟୁ ୱେୟାରଲେସ ତିନିଟି ଭେରାଇଟିରେ ବ୍ୟବହାର କରିପାରିବେ । ଏହାର ବିକ୍ରି ଫ୍ଲିପ କ୍ୱାର୍ଟରେ ଆରମ୍ଭ ହୋଇଯାଇଛି । ଏହି ଇୟରଫୋନକୁ କେହି ନେକବ୍ୟାଣ୍ଡ ଓ ଇଅରବଡ଼ସ ଦୁଇ ପ୍ରକାରରେ ବ୍ୟବହାର କରାଯାଇପାରିବ ।

ଏହି ଇଅରବଡ଼ସର ପ୍ରକୃତ ମୂଲ୍ୟ ୯୯୯୯ଟଙ୍କା ଥିବା ବେଳେ ୪୦୦୦ ଟଙ୍କାର ଡ଼ିସକାଉଣ୍ଟ ସହ ୫୯୯୯ ଟଙ୍କାରେ ବଜାରରେ ଉପଲବ୍ଧ ହେବ । କିନ୍ତୁ

ଏହି ଇୟାରଫୋନ ବ୍ଲାକ କଲରରେ ହିଁ ବଜାରରେ ଉପଲବ୍ଧ ହେବ ।

 

 

motorola

କଣ ରହିଛି ଫିଚର୍ସ:

ମୋଟୋରୋଲାର ଏହି ଇୟରଫୋନର ସବୁଠୁ ବଡ଼ ବିଶେଷତା ହେଉଛିକି, ଏହାକୁ ଆପଣ ତିନି ପ୍ରକାରରେ ବ୍ୟବହାର କରିପାରିବେ । ଏହାର ଡ଼ିଜାଇନ ହାଇବ୍ରିଡ । ଏହି କନେକଟିଭିଟି ପାଇଁ ବ୍ଲୁ ଟୁଥ ୫.୦ ଫ୍ୟାସିଲିଟି ଦିଆଯାଇଛି ।

ଏହାର ୱେୟାର ଲେସ ମୋଡକୁ Sport Loop ନାଁ ଦିଆଯାଇଛି । ଏହି ମୋଡରେ ଆପଣ ଇୟରବଡ଼କୁ ଗୋଟେ ୱେୟାର ସହ କନେକଟ କରି ନେକବ୍ୟାଣ୍ଡ ଭାବରେ ବ୍ୟବହାର କରିପାରିବେ । ଏହି ଇୟାରଫୋନରେ ଆମାଜନ ଏଲେକସା ସହ ଗୁଗୁଲ ଆସିଷ୍ଟାଣ୍ଟ ସହ ଆପଲ ଶିରି ସପୋର୍ଟ ମିଳିପାରିବ । ଏହାର ଫାଇଦା ଉଠାଇବା ପାଇଁ Verve ଲାଇଫ ଆପ ବ୍ୟବହାର କରିପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.