Below header

ମାତ୍ର ୨,୪୯୯ ଟଙ୍କାରେ ନୋକିଆର ୪ଜି ଫୋନ୍ ! ଆପଣଙ୍କୁ ଦରକାର କି ଏହି ଫୋନ୍

ରିଲାଏନ୍ସ ଜିଓ ନିକଟରେ ଜିଓ ଭାରତ ୪ଜି ଫୋନ୍ ଲଞ୍ଚ୍ କରିଛି । ଯାହା ଜିଓପେ ଆପ୍ ମାଧ୍ୟମରେ ୟୁପିଆଇ ସପୋର୍ଟ ସହିତ ଆସିଥାଏ । ଏବେ ଏଚଏମଡି ଗେ୍‌ଲାବାଲ ୟୁପିଆଇ ସପୋର୍ଟ ସହିତ ଭାରତରେ ଏକ ନୂଆ ଫିଚର ଫୋନ୍ ଲଞ୍ଚ୍ କରିଛି ।

ରିଲାଏନ୍ସ ଜିଓ ନିକଟରେ ଜିଓ ଭାରତ ୪ଜି ଫୋନ୍ ଲଞ୍ଚ୍ କରିଛି । ଯାହା ଜିଓପେ ଆପ୍ ମାଧ୍ୟମରେ ୟୁପିଆଇ ସପୋର୍ଟ ସହିତ ଆସିଥାଏ । ଏବେ ଏଚଏମଡି ଗେ୍‌ଲାବାଲ ୟୁପିଆଇ ସପୋର୍ଟ ସହିତ ଭାରତରେ ଏକ ନୂଆ ଫିଚର ଫୋନ୍ ଲଞ୍ଚ୍ କରିଛି । ଏହା ନୋକିଆ ୧୧୦ ୪ଜି ଏବଂ ନୋକିଆ ୧୧୦ ୨ଜି ୨୦୨୩ ମଡେଲ ଅଟେ । ଫୋନରେ ଧମାକେଦାର ଫିଚର୍ସ ମିଳୁଛି । ଫୋନର ଡିଜାଇନ୍ ବି ବହୁତ ଜବରଦସ୍ତ ରହିଛି । ତେବେ ଆସନ୍ତୁ ଜାଣିବା ନୋକିଆ ୧୧୦ ୪ଜି (୨୦୨୩) ଏବଂ ନୋକିଆ ୧୧୦ ୨ଜିର ଦାମ୍ ଏବଂ ଫିଚର୍ସ ।

Nokia 110 4G (2023) & Nokia 110 2G ସ୍ପେସିଫିକେସନ୍ସ

ନୋକିଆ ୧୧୦ ୪ଜି/୨ଜି (୨୦୨୩) ମଡେଲରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ଯେଉଁ କାରଣରୁ ଏହି ଡିଭାଇସ୍ ଏକଦମ୍ ପ୍ରିମିୟମ୍ ଲୁକ୍ ଦେଉଛି । ଚଳିତ ବର୍ଷର ମଡେଲରେ ସବୁଠାରୁ ମହତ୍ତ୍ବପୂର୍ଣ୍ଣ କଥା ହେଉଛି ଏହା ବିଲ୍ଟ ଇନ୍ ୟୁପିଆଇ ପେମେଣ୍ଟ ସମର୍ଥନ ସହିତ ଆସିଥାଏ । ଯାହାଦ୍ବାରା ୟୁଜର୍ସଙ୍କୁ ସହଜରେ ଗୋଟିଏ ବଟନ୍ ଦବାଇ ପେମେଣ୍ଟ କରିବାର ସୁବିଧା ମିଳିଥାଏ । ନୋକିଆ ୧୧୦ ୪ଜି ମଡେଲରେ ୧୪୫୦ ମାହର ମଜବୁତ ବ୍ୟାଟେରୀ ରହିଛି ଏବଂ ନୋକିଆ ୧୧୦ ୨ଜି ମଡେଲରେ ୧୦୦୦ ମାହ ବ୍ୟାଟେରୀ ରହିଛି । ଉଭୟ ଫୋନ୍ ୩୨ ଜିବି ପର୍ଯ୍ୟନ୍ତ ଏକ୍ସପେଣ୍ଡେବଲ ଷ୍ଟୋରେଜରେ ରହିଛି ।

ନୋକିଆ ୧୧୦ ୪ଜି ଏବଂ ନୋକିଆ ୧୧୦ ୨ଜି ଉଭୟ ମଡେଲ ୱାୟରଲେସ ଏଫଏମ ରେଡିଓର କାର୍ଯ୍ୟକ୍ଷମତା ପ୍ରଦାନ କରିଥାଏ । ଯାହାଦ୍ବାରା ୟୁଜର ନିଜ ମନପସନ୍ଦର ଏଫଏମ ଷ୍ଟେସନ ମାଧ୍ୟମରେ ନ୍ୟୁଜ, ମ୍ୟୁଜିକ ଏବଂ ସ୍ପୋଟର୍ସ ଭଳି ଆଇଟମ୍ସ ପାଇପାରିବେ । ଏବଂ ଏଥିପାଇଁ ହେଡଫୋନର ଆବଶ୍ୟକତା ନାହିଁ । ଏହା ୟୁଜର୍ସଙ୍କୁ ଯାତ୍ରା ସମୟରେ ମଧ୍ୟ ମନୋରଞ୍ଜନର ଆନନ୍ଦ ନେବାର ସୁବିଧା ପ୍ରଦାନ କରିଥାଏ ।

Nokia 110 4G (2023) ସ୍ପେସି ଫିକେସନ୍ସ

ନୋକିଆ ୧୧୦ ୪ଜି/୨ଜି (୨୦୨୩) ଫୋନରେ ଏକ ୧.୮ ଇଞ୍ଚ୍ ର QQVGA ଡିସପ୍ଲେ ରହିଛି ଯାହାର ରିଜୋଲ୍ୟୁସନ QVGA ରହିଛି । ଏଥିରେ ଏକ ରିୟର କ୍ୟାମେରା ମଧ୍ୟ ରହିଛି ଯାହା QVGA ରିଜୋଲ୍ୟୁସନ ସପୋର୍ଟ କରିଥାଏ । ଫୋନରେ 1450mAh ବ୍ୟାଟେରୀ ଦିଆଯାଇଛି ଯାହା ୧୨ ଦିନର ଷ୍ଟାଣ୍ଡବାୟ ଟାଇମ ଏବଂ ୮ ଘଣ୍ଟାର ଟକଟାଇମ୍ ଦେଇଥାଏ । ଏଥିରେ ବଲୁଟୁଥ୍ ୫.୦ କନେକ୍ଟିଭିଟୀ, ୩.୫ ମିମି ହେଡଫୋନ ଜ୍ୟାକ ଏବଂ ମାଇକ୍ରୋ ୟୁଏସବି ୨.୦ ସାମିଲ ରହିଛି । ଏହି ଫୋନ୍ ୩୨ଜିବି ପର୍ଯ୍ୟନ୍ତ ମାଇକ୍ରୋଏସଡି କାର୍ଡ ସପୋର୍ଟ କରିଥାଏ । ଏବଂ S30+ ଅପରେଟିଙ୍ଗ ସିଷ୍ଟମରେ ଚାଲିଥାଏ । ଫୋନର ବ୍ୟାକ୍ ପ୍ୟାନେଲ ନାନୋ ଟେକ୍ସଚର ସହିତ ପଲିକାର୍ବୋନେଟରେ ତିଆରି ହୋଇଛି । ଏବଂ ଏଥିରେ IP52 ୱାଟର ରେଜିଷ୍ଟାନ୍ସ ରେଟିଙ୍ଗ ବି ରହିଛି । ନୋକିଆ ୧୧୦ ୪ଜି ଫୋନ୍ ମିଡନାଇଟ ବ୍ଲୁ ଏବଂ ଆର୍କଟିକ ପର୍ପଲ ଅପ୍ସନରେ ବି ଉପଲବ୍ଧ ରହିଛି ଏବଂ ଏହାର ଓଜନ ୯୪.୫ ଗ୍ରାମ ରହିଛି ।

Nokia 110 2G ସ୍ପେସିଫିକେସନ୍ସ

ନୋକିଆ ୧୧୦ ୨ଜି (୨୦୨୩) ଫୋନରେ ଏକ ୧.୮ ଇଞ୍ଚ୍ ର QQVGA ଡିସପ୍ଳେ ଦିଆଯାଇଛି ଯାହାର ରିଜୋଲ୍ୟୁସନ ରହିଛି QVGA । ଏଥିରେ ଏକ QVGA ରିୟର କ୍ୟାମେରା ବି ରହିଛି । ଫୋନରେ ୧୦୦୦mAh ବ୍ୟାଟେରୀ ଦିଆଯାଇଛି ଯାହା ୧୨ ଦିନର ଷ୍ଟାଣ୍ଡବାୟ ଟାଇମ ପ୍ରଦାନ କରିଥାଏ । ଏହା ମାଇକ୍ରାଏସଡି କାର୍ଡକୁ ସପୋର୍ଟ କରିଥାଏ । ଏହା S30+ ଅପରେଟିଙ୍ଗ ସିଷ୍ଟମରେ ଚାଲିଥାଏ । ଫୋନରେ ୱାୟର୍ଡ ଏବଂ ୱାୟରଲେସ ଏଫଏମ୍ ରେଡିଓ ରିସେପସନ୍ ରହିଛି ଏବଂ ଏହା ଡୁଆଲ ସିମ୍ କ୍ଷମତା ସହିତ ୨ଜି ନେଟୱର୍କକୁ ସପୋର୍ଟ କରିଥାଏ । ଏହାର ବ୍ୟାକ୍ ପ୍ୟାନେଲ ନାନୋ ଟେକ୍ସଚର ସହିତ ପଲିକାର୍ବୋନେଟରେ ବନା ହୋଇଛି ଏବଂ ଏଥିରେ IP52 ୱାଟର ରେଜିଷ୍ଟେନ୍ସ ରେଟିଙ୍ଗ ବି ରହିଛି । ନୋକିଆ ୧୧୦ ୨ଜି ଫୋନ୍ ଚାରକୋଲ ଏବଂ କ୍ଲାଉଡି ବ୍ଲୁ ରଙ୍ଗ ଅପ୍ସନରେ ଉପଲବ୍ଧ ରହିଛି ଏବଂ ଏହାର ଓଜନ ରହିଛି ୭୯.୬ ଗ୍ରାମ ।

ଦାମ୍

ନୋକିଆ ୧୧୦ ୪ଜି (୨୦୨୩) ର ଦାମ୍ ୨,୪୯୯ ଟଙ୍କା ରହିଛି ଏବଂ ଏହା ମିଡନାଇଟ ବ୍ଲୁ ଏବଂ ଆର୍କଟିକ ପର୍ପଲ କଲର୍ସରେ ଆସିଥାଏ । ସେହିପରି ନୋକିଆ ୧୧୦ ୨ଜି (୨୦୨୩) ର ଦାମ୍ ୧,୬୯୯ ଟଙ୍କା । ଏହା ଚାରକୋଲ ଏବଂ କ୍ଲାଉଡୀ ବ୍ଲୁ କଲରରେ ଉପଲବ୍ଧ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.