ସନ୍ନ୍ୟାସ ନେବା ପରେ ମଧ୍ୟ ୱେମ୍ବଲଡନରେ ପହଞ୍ଚିଲେ ସାନିଆ, ଦେଖିବାକୁ ମିଳିବ ଭିନ୍ନ ରୂପ

ଟେନିସ ଷ୍ଟାର ସାନିଆ ମିର୍ଜା ଟେନିସରୁ ସନ୍ନ୍ୟାସ ନେବା ପରେ ୱେମ୍ବଲଡନରେ ପହଞ୍ଚିଛନ୍ତି । ଏଥର ହାତରେ ର‍୍ୟାକେଟ ନୁହେଁ ଦେଖିବାକୁ ମିଳିଛି ମାଇକ୍‌ । ଇନଷ୍ଟା ଫଟୋକୁ ନେଇ ଚାଲିଛି ଚର୍ଚ୍ଚା ।

ୱେମ୍ବଲଡନରେ ପହଞ୍ଚିଲେ ସାନିଆ । ଟେନିସରୁ ସନ୍ନ୍ୟାସ ନେବା ପରେ ମଧ୍ୟ ୱେମ୍ବଲଡନରେ ପହଞ୍ଚିଛନ୍ତି ସାନିଆ । ହେଲେ ଏଥର ହାତରେ ର‍୍ୟାକେଟ ନୁହେଁ ମାଇକ୍‌ ଦେଖିବେ ଫ୍ୟାନ୍ସ । ସାନିଆ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ହାତରେ ମାଇକ୍‌ ଧରିଥିବାର ନଜର ଆସିଛନ୍ତି ।

ସାନିଆ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ସାନିଆ ଫର୍ମାଲ ଡ୍ରେସରେ ହାତରେ ମାଇକ୍‌ ଧରିଥିବାର ନଜର ଆସିଛନ୍ତି । ଏହାସହିତ ଟେନିସ କୋର୍ଟ ସାମ୍ନାରେ ଠିଆ ହୋଇଛନ୍ତି। ଫଟୋ କ୍ୟାପସନରେ ସାନିଆ ଲେଖିଛନ୍ତି, ‘ପୁଣି ଥରେ ୱେମ୍ବଲଡନ, କିନ୍ତୁ ଏଥର ଅନ୍ୟ ଏକ ରୂପରେ ।

 

View this post on Instagram

 

A post shared by Sania Mirza (@mirzasaniar)

୩୬ ବର୍ଷୀୟ ସାନିଆ ମିର୍ଜା ଡବଲ୍ସରେ ବିଶ୍ୱର ନଂ ୧ ଖେଳାଳି ରହିସାରିଛନ୍ତି । ଗତବର୍ଷ ସାନିଆ ସନ୍ନ୍ୟାସ ନେବା କଥା ଘୋଷଣା କରିଥିଲେ । ତେବେ ସାନିଆ ୨୦୨୩ର ପ୍ରଥମ ଗ୍ରାଣ୍ଡ ସ୍ଲାମ ଅଷ୍ଟ୍ରେଲିଆ ଓପନ ଖେଳିବେ। ଏହାପରେ ୟୁଏଇରେ ଚାମ୍ପିଅନସିପ ଖେଳିବା ପରେ ଟେନିସରୁ ବିଦାୟ ନେବେ ।

ସାନିଆ ମିର୍ଜା ଅର୍ଜୁନ ଆଓ୍ଵାଡ(୨୦୦୪), ପଦ୍ମଶ୍ରୀ ଆଓ୍ଵାର୍ଡ (୨୦୦୬), ରାଜୀବ ଗାନ୍ଧି ଖେଳ ରତ୍ନ ଆଓ୍ଵାର୍ଡ (୨୦୧୫) ଏବଂ ପଦ୍ମ ଭୂଷଣ ଆଓ୍ଵାର୍ଡ (୨୦୧୬)ରେ ସମ୍ମାନିତ ହୋଇସାରିଛନ୍ତି। ସାନିଆ ଏପର୍ଯ୍ୟନ୍ତ ୬ଟି ବଡ ଚାମ୍ପିଅନସିପରେ ମଡେଲ ମଧ୍ୟ ଜିତିସାରିଛନ୍ତି ।

ସାନିଆ ଡବଲ୍ସରେ ଅଷ୍ଟ୍ରେଲିଆନ ଓପନ(୨୦୧୬), େଓ୍ଵମ୍ବଲଡନ(୨୦୧୫), ୟୁଏସ ଓପନ (୨୦୧୫) ଟାଇଟଲ ଜିତିଛନ୍ତି। ଏହାଛଡା ମିକ୍ସଡ ଡବଲରେ ତିନିଟି ଗ୍ରାଣ୍ଡ ସ୍ଲାମ୍‌ ଅଷ୍ଟ୍ରେଲିଆ ଓପନ (୨୦୦୯), ଫ୍ରେଞ୍ଚ ଓପନ (୨୦୧୨) ଏବଂ ୟୁଏସ୍‌ ଓପନ (୨୦୧୪) ଟାଇଟଲ ଜିତିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.